Advertisment

ଆଲିଆ କହିଲେ ‘ଆଇ ଲଭ୍‌ ୟୁ’: ଲାଜେଇଗଲେ ରଣବୀର, ଭିଡିଓ ଭାଇରାଲ୍‌

ମୁମ୍ବାଇ: ୬୪ତମ ବଲିଉଡ୍‌ ‘ଫିଲ୍ମ ଫେୟାର ଆୱାର୍ଡ଼-୨୦୧୯’ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ରଣବୀର କପୁର୍‌ ଏବଂ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଟ ଅଭିନେତା ଏବଂ ଅଭିନେତ୍ରୀ ପୁରଷ୍କାର ମିଳିଛି।  ତେବେ ଖାସ୍‌ କଥା ହେଉଛି  ଉଭୟଙ୍କ ପ୍ରେମକୁ ନେଇ ପୂର୍ବରୁ ବହୁ ଗସିପ୍‌ ହେଉଥିବା ବେଳେ କେହି ଏହାକୁ ସ୍ୱୀକାର କରୁନଥିଲେ। ହେଲେ ଏହି ଆୱାର୍ଡ ଫଙ୍କସନ୍‌ରେ ବଲିଉଡ଼ ତାରକାଙ୍କ ଉପସ୍ଥିତିରେ ଆଲିଆ ଷ୍ଟେଜ ଉପରେ ନିଜ ଜୀବନର ଜଣେ […]

author-image
Biswobandita Swain
ଆଲିଆ କହିଲେ ‘ଆଇ ଲଭ୍‌ ୟୁ’: ଲାଜେଇଗଲେ ରଣବୀର, ଭିଡିଓ ଭାଇରାଲ୍‌

av

ମୁମ୍ବାଇ: ୬୪ତମ ବଲିଉଡ୍‌ ‘ଫିଲ୍ମ ଫେୟାର ଆୱାର୍ଡ଼-୨୦୧୯’ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ରଣବୀର କପୁର୍‌ ଏବଂ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଟ ଅଭିନେତା ଏବଂ ଅଭିନେତ୍ରୀ ପୁରଷ୍କାର ମିଳିଛି।  ତେବେ ଖାସ୍‌ କଥା ହେଉଛି  ଉଭୟଙ୍କ ପ୍ରେମକୁ ନେଇ ପୂର୍ବରୁ ବହୁ ଗସିପ୍‌ ହେଉଥିବା ବେଳେ କେହି ଏହାକୁ ସ୍ୱୀକାର କରୁନଥିଲେ।

Advertisment

ହେଲେ ଏହି ଆୱାର୍ଡ ଫଙ୍କସନ୍‌ରେ ବଲିଉଡ଼ ତାରକାଙ୍କ ଉପସ୍ଥିତିରେ ଆଲିଆ ଷ୍ଟେଜ ଉପରେ ନିଜ ଜୀବନର ଜଣେ ଖାସ୍‌ ଲୋକଙ୍କୁ ପ୍ରେମ ନିବେଦନ କରିଛନ୍ତି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।  ଭିଡ଼ିଓରେ ଯାହା ଦେଖିବାକୁ ମିଳୁଛି, ବେଷ୍ଟ ଆକ୍ଟ୍ରେସ୍‌  ଆୱାର୍ଡ ପାଇଁ ଆଲିଆ ଷ୍ଟେଜ୍‌ରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସାରିବା ପରେ ତାଙ୍କ ଜୀବନର ଜଣେ ଖାସ୍‌ ଲୋକ ଏଠାରେ  ଅଛନ୍ତି, ତାଙ୍କୁ ସେ ଖୁବ୍‌ ଭଲ ପାଆନ୍ତି ବୋଲି କହିଛନ୍ତି।

publive-imageଏକଥା କହିବା ପରେ ଯେତେବେଳେ କ୍ୟାମେରା ରଣବୀପ କପୁରଙ୍କ ଉପରକୁ ଫୋକସ୍‌ କରାଗଲା, ସେତେବେଳେ ରଣବୀର ଏକଦମ୍‌ ଲାଜେଇ ହସୁଥିବାର ନଜର ଆସିଲେ।

Advertisment

publive-imageସୂଚନା ‌ଅନୁଯାୟୀ, ଚଳିତ ବର୍ଷ ଫିଲ୍ମଫେୟାର୍‌ ଆୱାର୍ଡ ଫଙ୍କସନ୍‌ରେ ଶ୍ରେଷ୍ଠ ଅଭିନେତାର ସମ୍ମାନ ରଣବୀର କପୁରଙ୍କୁ ମିଳିଥିବା ବେଳେ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ଆଲିଆ ଭଟ୍ଟଙ୍କ ଖାତାକୁ ଯାଇଛି। ରଣବୀର କପୁରଙ୍କୁ ଏହି ଆୱାର୍ଡ ଫିଲ୍ମ ‘ସଞ୍ଜୁ’ରେ ତାଙ୍କର ନିଆରା ଅଭିନୟ ପାଇଁ ମିଳିଛି। ସେହିପରି ଫିଲ୍ମ ‘ରାଜି’ରେ ଆଲିଆଙ୍କ ଦମ୍‌ଦାର୍‌ ଅଭିନୟ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀର ଆୱାର୍ଡ଼ ଆଣିଦେଇଛି। କେବଳ ଏତିକି ନୁହେଁ ଆଲିଆଙ୍କ ଫିଲ୍ମ ‘ରାଜି’କୁ ବେଷ୍ଟ ଫିଲ୍ମ ଆୱାର୍ଡ଼(ପପୁଲାର) ମଧ୍ୟ ମିଳିଛି। ଏହି ଫିଲ୍ମର ଗୀତ ‘ଏ ୱତନ୍‌’ପାଇଁ ଗୁଲଜାର୍‌ଙ୍କୁ ବେଷ୍ଟ ଲିରିକ୍ସ ଓ ଅରିଜିତ୍ ସିଂହଙ୍କୁ ବେଷ୍ଟ ସିଙ୍ଗର ଆୱାର୍ଡ଼ ମିଳିଛି। ଏହା ବ୍ୟତୀତ ମେଘନା ଗୁଲଜାର୍‌ଙ୍କୁ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକର ସମ୍ମାନ ମିଳିଛି।

https://twitter.com/RanbirKUniverse/status/1109573931080384513