Advertisment

୨୬ରେ ପାଦ ଦେଲେ ଆଲିୟା, ଜନ୍ମଦିନ ପାର୍ଟିରେ ପହଞ୍ଚିଲେ ରଣବୀର କପୁର

ମୁମ୍ବାଇ: ଆଜି ବଲିଉଡ୍‌ ବ୍ୟୁଟି ଆଲିୟା ଭଟ୍ଟଙ୍କ ୨୬ତମ ଜନ୍ମ ଦିନ। ଏଥିପାଇଁ ତାଙ୍କୁ ସବୁଠୁ ଶୁଭେଚ୍ଛା ବାର୍ତ୍ତା ମିଳୁଛି। ବାପା ମହେଶ ଭଟ୍ଟ ଇନ୍‌ଷ୍ଟାଗ୍ରାମରେ ଆଲିୟାଙ୍କ ସହ ଏକ ସୁନ୍ଦର ଫଟୋ ଶେଆର କରିଛନ୍ତି। ପରିବାର ଲୋକଙ୍କ ସହ ଜନ୍ମଦିନ ପାଳନ କରିସାରିବା ପରେ ଆଲିୟା ବୟଫ୍ରେଣ୍ଡ ରଣବୀର କପୁରଙ୍କ ସହ ଜନ୍ମଦିନ ପାଲନ କରିଥିବା ସୂଚନା ମିଳିଛି। ରଣବୀରଙ୍କ ସହ ଏହି ଜନ୍ମଦିନ ପାର୍ଟିରେ କରନ୍‌ ଜୋହର ଏବଂ ବ୍ରହ୍ମାସ୍ତ୍ରର ପ୍ରଯୋଜକ ଅୟାନ ମୁଖାର୍ଜୀ […]

author-image
Biswobandita Swain
ଅଦ୍ୟତନ ହୋଇଛି
୨୬ରେ ପାଦ ଦେଲେ ଆଲିୟା, ଜନ୍ମଦିନ ପାର୍ଟିରେ ପହଞ୍ଚିଲେ ରଣବୀର କପୁର

pjimage-1-1552613280

ମୁମ୍ବାଇ: ଆଜି ବଲିଉଡ୍‌ ବ୍ୟୁଟି ଆଲିୟା ଭଟ୍ଟଙ୍କ ୨୬ତମ ଜନ୍ମ ଦିନ। ଏଥିପାଇଁ ତାଙ୍କୁ ସବୁଠୁ ଶୁଭେଚ୍ଛା ବାର୍ତ୍ତା ମିଳୁଛି। ବାପା ମହେଶ ଭଟ୍ଟ ଇନ୍‌ଷ୍ଟାଗ୍ରାମରେ ଆଲିୟାଙ୍କ ସହ ଏକ ସୁନ୍ଦର ଫଟୋ ଶେଆର କରିଛନ୍ତି। ପରିବାର ଲୋକଙ୍କ ସହ ଜନ୍ମଦିନ ପାଳନ କରିସାରିବା ପରେ ଆଲିୟା ବୟଫ୍ରେଣ୍ଡ ରଣବୀର କପୁରଙ୍କ ସହ ଜନ୍ମଦିନ ପାଲନ କରିଥିବା ସୂଚନା ମିଳିଛି। ରଣବୀରଙ୍କ ସହ ଏହି ଜନ୍ମଦିନ ପାର୍ଟିରେ କରନ୍‌ ଜୋହର ଏବଂ ବ୍ରହ୍ମାସ୍ତ୍ରର ପ୍ରଯୋଜକ ଅୟାନ ମୁଖାର୍ଜୀ ମଧ୍ୟ ସାମିଲ ହୋଇଥିଲେ।

Advertisment

ସୋଶାଲ୍‌ ମିଡିଆରେ ଆଲିୟାଙ୍କର ଏକ ଭିଡ଼ିଓ ମଧ୍ୟ ଭାଇରାଲ୍‌ ହେଉଛି। ଭିଡିଓରେ ଆଲିଆ ଜନ୍ମଦିନ କେକ୍‌ କାଟୁଥିବା ଦେଖିବାକୁ ମିଳୁଛି। କଳା ରଙ୍ଗର ଡ୍ରେସ ପିନ୍ଧି ଆଲିୟା ଖୁବ୍‌ ସୁନ୍ଦର ଲାଗୁଥିବା ବେଳେ ସାଙ୍ଗଙ୍କ ମେଳରେ ବେଶ୍‌ ଖୁସି ନଜର ଆସୁଛନ୍ତି।

publive-imageସେପଟେ ଏହି ପାର୍ଟିରେ କରନ୍‌ ଜୋହର ଏବଂ ରଣବୀର କପୁର ଯୋଗ ଦେବା ଦେଖିବାକୁ ମିଳିଛି। ପାର୍ଟିକୁ ଯିବା ପୂର୍ବରୁ କ୍ୟାମେରାରେ କରନ୍‌ ଏବଂ ରଣବୀରଙ୍କ ଫଟୋ କଏଦ ହୋଇଛି।

Advertisment

https://www.instagram.com/p/BvA5U1Thsix/?utm_source=ig_web_copy_link