Advertisment

ଆଲିଆ ସବୁଠୁ ଧନୀ ଅଭିନେତ୍ରୀ

ମୁମ୍ବାଇ: ଖୁବ୍‌ କମ୍‌ ସମୟ ମଧ୍ୟରେ ଅଭିନେତ୍ରୀ ଆଲିଆ ଭଟ୍ଟ ବଲିଉଡ୍‌ରେ ନିଜର ଏକ  ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର’ ରୁ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିବା ଆଲିଆ ଗତ କିଛି ବର୍ଷରେ ଜଣେ ପରିପକ୍ୱ ଅଭିନେତ୍ରୀ ପାଲଟି ସାରିଛନ୍ତି। ନିଜ ଚରିତ୍ରକୁ ନିଖୁଣ ଭାବେ ଫୁଟାଇ ପାରୁଥିବାରୁ ସେ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି। ୭ ବର୍ଷ ମଧ୍ୟରେ ସେ ବଲିଉଡ୍‌ର ସବୁଠୁ ସଫଳ ଅଭିନେତ୍ରୀ ତାଲିକା ଭିତରେ […]

ଅଦ୍ୟତନ ହୋଇଛି
ଆଲିଆ ସବୁଠୁ ଧନୀ ଅଭିନେତ୍ରୀ

alia-bhatt

Advertisment

ମୁମ୍ବାଇ: ଖୁବ୍‌ କମ୍‌ ସମୟ ମଧ୍ୟରେ ଅଭିନେତ୍ରୀ ଆଲିଆ ଭଟ୍ଟ ବଲିଉଡ୍‌ରେ ନିଜର ଏକ  ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର’ ରୁ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିବା ଆଲିଆ ଗତ କିଛି ବର୍ଷରେ ଜଣେ ପରିପକ୍ୱ ଅଭିନେତ୍ରୀ ପାଲଟି ସାରିଛନ୍ତି। ନିଜ ଚରିତ୍ରକୁ ନିଖୁଣ ଭାବେ ଫୁଟାଇ ପାରୁଥିବାରୁ ସେ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି। ୭ ବର୍ଷ ମଧ୍ୟରେ ସେ ବଲିଉଡ୍‌ର ସବୁଠୁ ସଫଳ ଅଭିନେତ୍ରୀ ତାଲିକା ଭିତରେ ନିଜର ନାଁ ସାମିଲ୍‌ କରିପାରିଛନ୍ତି। କେବଳ ଏତିକି ନୁହେଁ, ସେ ଏବେ ବଲିଉଡ୍‌ର ସବୁଠୁ ଅଧିକ ଆୟ କରୁଥିବା ଅଭିନେତ୍ରୀ ମଧ୍ୟ। ଆଜି ତାଙ୍କ ଜନ୍ମଦିନ ଅବସରରେ ଜାଣିବା ଯେ ଆଲିଆ କେମିତି ହେଲେ ସବୁଠୁ ଧନୀ ଅଭିନେତ୍ରୀ।

Advertisment

https://www.instagram.com/p/B9U7rjVnRjg/?utm_source=ig_web_copy_link

ବିଜ୍‌ନେସ୍‌ ପତ୍ରିକା ‘ଫୋର୍ବ୍ସ’ ଅନୁଯାୟୀ ଆଲିଆ ୨୦୧୯ର ଟପ୍‌ ୧୦୦ ସେଲେବ୍ରିଟି ଲିଷ୍ଟରେ ୮ ନମ୍ବରେ ଅଛନ୍ତି। ଏହି ତାଲିକାରେ ସେ ବାକିସବୁ ଅଭିନେତ୍ରୀଙ୍କଠୁ ଉପରେ ଅଛନ୍ତି। ‘ଫୋର୍ବ୍ସ’ର ଏହି ତାଲିକା ଅନୁଯାୟୀ ଆଲିଆ ୨୦୧୯ରେ ୫୯.୨୧ କୋଟି ଟଙ୍କା ଆୟ କରିଛନ୍ତି। ତେବେ ୨୦୧୮ରେ ସେ ୫୮.୮୩ କୋଟି ଟଙ୍କା ଆୟ କରିଥିଲେ। ଆସନ୍ତୁ ଜାଣିବା ଆଲିଆଙ୍କ ଏତେ ଆୟ କେମିତି ହେଉଛି।

https://www.instagram.com/p/B8LYGfmFHt2/?utm_source=ig_web_copy_link

ଆଲିଆଙ୍କ ଆୟର ସବୁଠୁ ବଡ଼ ମାଧ୍ୟମ ହେଉଛି ତାଙ୍କ ଫିଲ୍ମ। ଗତବର୍ଷ ବକ୍ସ ଅଫିସ୍‌ ତାଙ୍କର ୨ଟି ଫିଲ୍ମ ଆସିଥିଲା, ଯେଉଁଥିରୁ ‘ଗଲି ବୟ’ ଅଧିକ ଚର୍ଚ୍ଚାରେ ରହିଥିଲା। ଏହି ଫିଲ୍ମଟି ବ୍ଲକବଷ୍ଟର୍ ହୋଇଥିଲା। ଏଥିରୁ ଆଲିଆ ମୋଟା ଅଙ୍କର ଆୟ କରିଥିଲେ।

Advertisment

publive-image

ତେବେ ଜଣେ ଭଲ ଅଭିନେତ୍ରୀ ହେବା ସହ ଆଲିଆ ଜଣେ ଭଲ ବିଜ୍‌ନେସ୍‌ ପର୍ସନ୍‌ ମଧ୍ୟ। ସେ ଫିଲ୍ମ ବ୍ୟତୀତ ଆହୁରି ନାନା ଉପାୟରେ ଆୟ କରିଥାନ୍ତି। ସେ ଫିଲ୍ମ ବ୍ୟତୀତ ଷ୍ଟାର୍ଟଅପ୍‌ ବିଜନେସ୍‌ଗୁଡ଼ିରେ ମଧ୍ୟ ଟଙ୍କା ନିବେଶ କରିଥାନ୍ତି। ନିକଟରେ ସେ ଏକ ଫ୍ୟାଶନ୍‌ ଟେକ୍‌ ଷ୍ଟାର୍ଟଅପ୍‌ରେ ଇନ୍‌ଭେଷ୍ଟ କରିଛନ୍ତି। ଏହା ବ୍ୟତୀତ ସେ ବହୁ ନାମୀ ଦାମୀ ବିଜ୍ଞାପନରେ ମଧ୍ୟ କାମ କରୁଛନ୍ତି। ସେଥିମଧ୍ୟରେ ଫ୍ଲିପକାର୍ଟ, ମେକ୍‌ ମାଇଁ ଟ୍ରିପ୍‌, ଲକ୍ସ, ଲେଜ୍, ଫ୍ରୁଟି, ମେବଲିନ୍‌, ମୋହେ ଆଦି କମ୍ପାନୀ ସାମିଲ୍ ରହିଛି।

ଏହାଛଡ଼ା ଆଲିଆଙ୍କର ଏକ ୟୁଟ୍ୟୁବ୍‌ ଚ୍ୟାନେଲ ମଧ୍ୟ ରହିଛି। ଯେଉଁଥିରେ ସେ ଫିଟ୍‌ନେସ୍‌, ଫ୍ୟାଶନ୍‌, ବିୟୁଟି ଓ କୁକ୍‌ରି ଟିପ୍ସ୍ ଭଳି ନାନା ପ୍ରକାରର ଭିଡିଓ ଶେଆର୍‌ କରିଥାନ୍ତି। ତାଙ୍କର ଏହି ଚ୍ୟାନେଲ୍‌ରେ ପାଖାପାଖି ୧.୩୩ ମିଲିଅନ୍‌ ସବ୍‌ସ୍କ୍ରାଇବର୍‌ ଅଛନ୍ତି। ଫଳରେ ତାଙ୍କର ପ୍ରତ୍ୟେକ ଭିଡିଓକୁ ୪୦ ରୁ ୫୦ ଲକ୍ଷ ଭ୍ୟୁ ମିଳିଥାଏ। ଏଉଁଥିପାଇଁ ତାଙ୍କୁ ୟୁଟ୍ୟୁବ୍‌ ତରଫରୁ ମଧ୍ୟ ଟଙ୍କା ମିଳିଥାଏ। ଏଥିରେ ସେ କିଛି ବ୍ରାଣ୍ଡର ପ୍ରମୋଶନାଲ୍‌ ଭିଡିଓ ମଧ୍ୟ କରିଥା’ନ୍ତି।

https://www.instagram.com/p/Bv9XVnQDmEL/?utm_source=ig_web_copy_link

ସୂଚନାଯୋଗ୍ୟ, ଆଲିଆଙ୍କ ହାତରେ ବର୍ତ୍ତମାନ ବଲିଉଡ୍‌ର କିଛି ବଡ଼ ବଡ଼ ପ୍ରୋଜେକ୍ଟ ରହିଛି। ତାଙ୍କର ଅପ୍‌କମିଂ ଫିଲ୍ମ ହେଉଛି ‘ବ୍ରହ୍ମାସ୍ତ୍ର’, ଯାହା ଆସନ୍ତା ମାସରେ ରିଲିଜ୍ ହେବ। ଏଥିରେ ତାଙ୍କ ସହିତ ରଣବୀର କପୁର ମଧ୍ୟ ଅଛନ୍ତି। ଏଥିସହ ଆଲିଆ ନିଜ ହୋମ୍‌ ପ୍ରଡକ୍ସନ୍‌ ଫିଲ୍ମ ‘ସଡ଼କ ୨’ରେ ମଧ୍ୟ ନଜର ଆସିବେ। ଏହି ଫିଲ୍ମରେ ଆଲିଆଙ୍କ ବ୍ୟତୀତ ଆଦିତ୍ୟ ରାୟ କପୁର, ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟ ଅଛନ୍ତି। ଏହା ବ୍ୟତୀତ ସେ ସଞ୍ଜୟ ଲାଲା ଭଂଶାଲୀଙ୍କ ‘ଗଙ୍ଗୁବାଈ କାଠିୟାବାଡ଼ି’ରେ ମଧ୍ୟ ଲିଡ୍‌ ରୋଲ୍‌ରେ ନଜର ଆସିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe