Advertisment

ମଦ ବିଜ୍ଞାପନ ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ୧୦ କୋଟିର ଅଫର୍‌

ନିଜେ ମଦ ଓ ଗୁଟଖା ସେବନ କରୁ ନ ଥିବା ଅର୍ଜୁନ ନିଜ ଫ୍ୟାନ୍ସଙ୍କୁ ବି ଏଥିପାଇଁ ପ୍ରବର୍ତ୍ତାଇବା ମୁଡରେ ନାହାନ୍ତି।

Allu Arjun

Allu Arjun

Advertisment

ସାଉଥ୍ ସୁପରଷ୍ଟାର୍ ତଥା ପୁଷ୍ପା ଫେମ୍‌ ଅଲ୍ଲୁ ଅର୍ଜୁନ୍‌ଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା । ରିଲ୍‌ ନୁହେଁ, ରିୟଲ ଲାଇଫ୍‌ରେ ବି ଜିଣିଛନ୍ତି ଫ୍ୟାନ୍ସଙ୍କ ମନ । ନିକଟରେ ଏକ ବଡ଼ ମଦ ଓ ଗୁଟଖା କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ହେବାକୁ ତାଙ୍କୁ ମିଳିଥିଲା ବଡ଼ ଅଫର। ମାତ୍ର ଏହାକୁ ସଫା ସଫା ମନା କରି ଦେଇଛନ୍ତି।

Advertisment

ନିଜେ ମଦ ଓ ଗୁଟଖା ସେବନ କରୁ ନ ଥିବା ଅର୍ଜୁନ ନିଜ ଫ୍ୟାନ୍ସଙ୍କୁ ବି ଏଥିପାଇଁ ପ୍ରବର୍ତ୍ତାଇବା ମୁଡରେ ନାହାନ୍ତି। ଏଥିପାଇଁ ସେ ୧୦ କୋଟିର ଅଫରକୁ ବି ମନା କରି ଦେଇଛନ୍ତି। ଏଭଳି ନିଷ୍ପତ୍ତି ପାଇଁ ଅଲ୍ଲୁଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।

‘ପୁଷ୍ପାରାଜ’ ବକ୍ସ ଅଫିସରେ ସୁପରହିଟ୍‌ ହେବା ସହ ଜବରଦସ୍ତ କଲେକ୍ସନ ବି କରିଥିଲା। ତାହାର ସଫଳତାକୁ ଦେଖି ଏବେ ‘ପୁଷ୍ପା-୨’ର ସୁଟିଂ ଜୋରସୋରରେ ଚାଲିଛି।

Advertisment

ଏହି ଫିଲ୍ମ ବି ବକ୍ସ ଅଫିସରେ ସୁପରହିଟ୍‌ ହେବ ବୋଲି ଏବେଠୁ ଚର୍ଚ୍ଚା ହେଲାଣି। ତେଣୁ ଉକ୍ତ ଫିଲ୍ମରେ ନିଜ ବ୍ରାଣ୍ଡର ପ୍ରମୋସନ ପାଇଁ ଏକ ମଦ ଓ ଗୁଟଖା କମ୍ପାନୀ ପକ୍ଷରୁ ଅଲ୍ଲୁଙ୍କୁ ଅଫର କରାଯାଇଥିଲା। କିନ୍ତୁ ଫ୍ୟାନ୍ସଙ୍କୁ କୌଣସି ଖରାପ ବାର୍ତ୍ତା ଦେବାକୁ ଚାହୁଁ ନ ଥିବା ଏହି ସୁପରଷ୍ଟାର ଏପରି କାମ କରିବେ ନାହିଁ ବୋଲି ସଫା ସଫା ମନା କରି ଦେଇଛନ୍ତି।

ଏହା ପ୍ରଥମ ଥର ନୁହେଁ। ପୂର୍ବରୁ ବି ଏପରି ଅଫର୍‌କୁ ଅଲ୍ଲୁ ଅର୍ଜୁନ ମନା କରି ସାରିଛନ୍ତି। ‘ପୁଷ୍ପା’ର ସଫଳତା ପରେ ଅଲ୍ଲୁ ଅର୍ଜୁନଙ୍କ ନିକଟକୁ ଟିଭି ଆଡ ନିମନ୍ତେ ଏପରି ଏକ ପ୍ରଡକ୍ଟର ଅଫର ଆସିଥିଲା । ତାହାକୁ ବି ସେ ସିଧାସଳଖ ମନା କରି ଦେଇଥିଲେ ।

ଅଲ୍ଲୁଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ପୁଷ୍ପା-୨’ ଆସନ୍ତା ବର୍ଷ ଅଗଷ୍ଟ ୧୫ରେ ରିଲିଜ ହେବ । ଏହି ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ସହ ରଶ୍ମୀକା ମନ୍ଦାନା ଓ ଫହାଦ ଫାଜିଲ ବି ନଜର ଆସିବେ। ଏହି ଫିଲ୍ମ ତେଲଗୁ ସମେତ ହିନ୍ଦୀ, କନ୍ନଡ, ମଲାୟଲମ, ତାମିଲ ଭାଷାରେ ବି ରିଲିଜ ହେବ ।

Allu Arjun
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe