Advertisment

ଦଳାଚକଟାରେ ଗୁରୁତର ନାବାଳକଙ୍କୁ ଭେଟିବାକୁ ଚାହିଁଲେ ଅଲ୍ଲୁ ଅର୍ଜୁନ, କହିଲେ...

ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ଅବସରରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟାରେ ୩୯ ବର୍ଷୀୟା ମହିଳା ଅଣନିଃଶ୍ୱାସୀ ହୋଇ  ମୃତ୍ୟୁ ଘଟିଥିଲା। ତାଙ୍କର ଆଠ ବର୍ଷର ପୁଅ ମଧ୍ୟ ଗୁରୁତର ହୋଇପଡ଼ିଥିଲେ।

ଅଦ୍ୟତନ ହୋଇଛି
Allu Arjun

Allu Arjun

Advertisment

ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ହୋଇଥିବା ଦଳାଚକଟା ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ଏବେ ବି ମେଡିକାଲରେ ମରଣ ସହ ସଂଘର୍ଷ କରୁଛନ୍ତି। ଏହି ମାମଲାରେ ଜେଲ୍‌ ଯାଇ ମୁକୁଳି ସାରିଛନ୍ତି ତେଲଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ମାତ୍ର ଏବେ ମେଡିକାଲରେ ଚିକିତ୍ସିତ ହେଉଥିବା ନାବାଳକଙ୍କ ନିମନ୍ତେ ଚିନ୍ତା ପ୍ରକଟ କରିଛନ୍ତି ପୁଷ୍ପା। ବିବାଦ ଘେରକୁ ଟାଣି ହୋଇଯାଇଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ନେଇ ମିଳିଛି ହାଇକୋର୍ଟରୁ ଅନ୍ତରୀଣ ଜାମିନ। ଶନିବାର ଅଲ୍ଲୁ ଜେଲରୁ ଆସିବା ପରେ ଗତକାଲି ସୋଶାଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ  ହେବାର ଲାଗିଛି।

Advertisment

ଅଲ୍ଲୁ ନିଜ ପୋଷ୍ଟରେ  ୮ବର୍ଷର ନାବାଳକଙ୍କ ପାଇଁ ଚିନ୍ତାପ୍ରକଟ କରିଛନ୍ତି। ସେ ନିଜ ପୋଷ୍ଟରେ ଲେଖିଛନ୍ତି, ଶ୍ରୀ ତେଜର (ନାବାଳକ) ଏପରି ଅବସ୍ଥାକୁ ନେଇ ମୁଁ ଚିନ୍ତିତ। ସେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛି। ତାର ସ୍ୱାସ୍ଥ୍ୟାବସ୍ଥା ଉପରେ ଡାକ୍ତର ନଜର ରଖିଛନ୍ତି। ଯାହା ଘଟିଲା, ତାହା ହେବାର ନଥିଲା। ଶୀଘ୍ର ସେ ସୁସ୍ଥ ହୋଇଯାଉ। ମୁଁ ଖୁବ୍ ଶୀଘ୍ର ତାକୁ ଭେଟିବି।  

ସୂଚନାଯୋଗ୍ୟ, ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ଅବସରରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟାରେ ୩୯ ବର୍ଷୀୟା ମହିଳା ଅଣନିଃଶ୍ୱାସୀ ହୋଇ  ମୃତ୍ୟୁ ଘଟିଥିଲା। ତାଙ୍କର ଆଠ ବର୍ଷର ପୁଅ ମଧ୍ୟ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାକୁ ନେଇ ମୃତ ମହିଳାଙ୍କ ପରିବାର ଲୋକେ ଡିସେମ୍ବର ୫ ତାରିଖରେ ଅଲ୍ଲୁ ଅର୍ଜୁନ, ତାଙ୍କ ସୁରକ୍ଷା କର୍ମଚାରୀ ଓ ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ। ପୁଲିସ ୧୩ ତାରିରେ ଅଲ୍ଲଙ୍କୁ ଗିରଫ କରି ବ ୧ ୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ବେଳେ ହୋଇକୋର୍ଟରୁ ତାଙ୍କୁ ମିଳିଛି ଅନ୍ତରୀଣ ଜାମିନ। ତାଙ୍କୁ ୪ ସପ୍ତାହ ପାଇଁ ଅନ୍ତରୀଣ ଜାମିନରେ ଆସିଛନ୍ତି ଅଲ୍ଲୁ।

Advertisment
Bollywood Allu Arjun
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe