Advertisment

ଅଡ଼ୁଆରେ ପୁଷ୍ପାରାଜ ଅଲ୍ଲୁ ଅର୍ଜୁନ; ଦଳାଚକଟା ଘଟଣାରେ ମାମଲା ରୁଜୁ

ପୁଷ୍ପା-୨ ପ୍ରିମିୟର ସମୟରେ ହାଇଦ୍ରାବାଦରେ ଦଳାଚକଟାରେ ଜଣେ ମହିଳାଙ୍କର ମତ୍ୟୁ ହୋଇଥିଲା। ଥିଏଟର ପରିଚାଳନା କମିଟି ବିରୋଧରେ ମାମଲା ରୁଜୁ ହୋଇଛି।

Allu Arjun

Allu Arjun

Advertisment

ପୁଷ୍ପା-୨ ରିଲିଜ୍ ହେଉ ହେଉ ବଢ଼ିଛି ପୁଷ୍ପାରାଜ ଅଲ୍ଲୁ ଅର୍ଜୁନଙ୍କ ଅଡ଼ୁଆ। ଡିସେମ୍ବର ୪ରେ ଏହି ବହୁ ଚର୍ଚ୍ଚିତ ଫିଲ୍ମର ପ୍ରିମିୟର ସମୟରେ ହାଇଦ୍ରାବାଦରେ ଦଳାଚକଟାରେ ଜଣେ ମହିଳାଙ୍କର ମତ୍ୟୁ ହୋଇଥିଲା। ଏହି ସମୟରେ ମୃତ ମହିଳାଙ୍କ ୯ ବର୍ଷର ପୁଅ ମଧ୍ୟ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛି। ତେବେ ଏହି ଘଟଣା ଘଟିଥିବା ଥିଏଟରର ପରିଚାଳନା କମିଟି ବିରୋଧରେ ମାମଲା ରୁଜୁ ହୋଇଛି। କେବେ ଏହି ମାମଲାରେ ଅଲ୍ଲୁ ଅର୍ଜୁନଙ୍କ ନାଁ ବି ସାମିଲ କରାଯାଇପାରେ।

Advertisment

ହାଇଦ୍ରାବାଦ ପୁଲିସ କମିଶନର ସି.ଭି. ଆନନ୍ଦ ଏକ ବିବୃତ୍ତିରେ କହିଛନ୍ତି ଯେ ଥିଏଟର ପରିଚାଳନା କିମ୍ବା ଅଭିନେତାଙ୍କ ପକ୍ଷରୁ ପୁଲିସକୁ କୌଣସି ସୂଚନା ଦିଆଯାଇନଥିଲା ଯେ ସେମାନେ ଏଠାକୁ ଆସିବେ। ଥିଏଟର ପରିଚାଳନା ସେମାନଙ୍କ ଆସିବା ବିଷୟରେ ଜାଣିଥିଲେ ମଧ୍ୟ ଅଭିନେତା ଏବଂ ତାଙ୍କ ଟିମ୍ ପାଇଁ କୌଣସି ପୃଥକ ପ୍ରବେଶ କିମ୍ବା ପ୍ରସ୍ଥାନ ବ୍ୟବସ୍ଥା କରାଯାଇନଥିଲା। ପୁଲିସ ସୂଚନା ଅନୁଯାୟୀ ଅଲ୍ଲୁ ଅର୍ଜୁନ ରାତି ପ୍ରାୟ ୯ଟା ୩୦ ସମୟରେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ସହ ଥିଏଟରରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କର ଟିକିଏ ଝଲକ ଦେଖିବାକୁ ଶହ ଶହ ଲୋକ ସେଠାରେ ଭିଡ଼ ଜମାଇବାରୁ ଦଳାଚକଟା ସ୍ଥିତି ଉପୁଜିଥଲା। ସେହି ସମୟରେ ତାଙ୍କ ସୁରକ୍ଷା କର୍ମୀ ଲୋକଙ୍କୁ ଠେଲିବା ଆରମ୍ଭ କରିଥିଲେ, ଯାହା ପରିସ୍ଥିତିକୁ ଆହୁରି ଖରାପ କରିଦେଇଥିଲା।

ତେବେ ଏହି ଦଳାଚକଟାରେ ହାଇଦ୍ରାବ ଦିଲସୁଖନଗରର ଜଣେ ୩୯ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିଲା। ମୃତ ମହିଳାଙ୍କ ୯ ବର୍ଷର ପୁଅ ମଧ୍ୟ ଏହି ଭିଡ଼ ଭିତରେ ଚେତାଶୂନ୍ୟ ହୋଇପଡ଼ିଥିଲା। ଏହାପରେ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲାଠି ଚାର୍ଜ କରିଥିଲା। ଭିଡ଼ ଭିତରୁ ମାଆ-ପୁଅଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ବି ସେଠାରେ ମହିଳା ଜଣକୁ ମୃତ ଘୋଷଣା କରିଥିଲେ ଡାକ୍ତର। ଅନ୍ୟପଟେ ଗୁରୁତର ଅବସ୍ଥାରେ ନାବାଳକ ଏବେ ବି ଚିକିତ୍ସାଧୀନ ଅଛି। 

Advertisment

ପୁଲିସ କହିଛି ଯେ ମୃତ ମହିଳାଙ୍କ ପରିବାରର ଅଭିଯୋଗକୁ ଆଧାରରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି। ଥିଏଟର ଭିତରେ ଥିବା ବିଶୃଙ୍ଖଳା ପରିସ୍ଥିତି ପାଇଁ ଦାୟୀ ସମସ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। 

Allu Arjun Pushpa2 Hyderabad Stampede
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe