Advertisment

କରୋନା ପାଇଁ ଅଲ୍ଲୁ ଅର୍ଜୁନ ଦେବେ ୧ କୋଟି ୨୫ ଲକ୍ଷ

ମୁମ୍ବାଇ: ‘କରୋନା’ ମହାମାରୀ ଉପରେ ବିଶ୍ୱବ୍ୟାପୀ ଯୁଦ୍ଧ ଚାଲିଛି। ଭାରତରେ ଏବେ ୨୧ ଦିନିଆ ଲକଡାଉନ୍ ଚାଲିଛି। ଏପରି ସ୍ଥିତିରେ ଚଳଚ୍ଚିତ୍ର ଜଗତର ସେଲିବ୍ରିଟିମାନେ ‘କରୋନା’ର ମୁକାବିଲା ପାଇଁ ଦେଉଛନ୍ତି ଆର୍ଥିକ ସହାୟତା। ଏଥିରେ ସାମିଲ ହୋଇଛନ୍ତି ତେଲୁଗୁ ସିନେମା ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ସେ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେଆର କରି ୧ କୋଟି ୨୫ ଲକ୍ଷ ଟଙ୍କା ଦେବେ ବୋଲି କହିଛନ୍ତି। ଭିଡ଼ିଓରେ ଅଲ୍ଲୁ ଅର୍ଜୁନ, ‘କୋଭିଡ -୧୯ ମହାମାରୀ ଅନେକ ଲୋକଙ୍କ […]

ଅଦ୍ୟତନ ହୋଇଛି
କରୋନା ପାଇଁ ଅଲ୍ଲୁ ଅର୍ଜୁନ ଦେବେ ୧ କୋଟି ୨୫ ଲକ୍ଷ

alu-arjun

Advertisment

ମୁମ୍ବାଇ: ‘କରୋନା’ ମହାମାରୀ ଉପରେ ବିଶ୍ୱବ୍ୟାପୀ ଯୁଦ୍ଧ ଚାଲିଛି। ଭାରତରେ ଏବେ ୨୧ ଦିନିଆ ଲକଡାଉନ୍ ଚାଲିଛି। ଏପରି ସ୍ଥିତିରେ ଚଳଚ୍ଚିତ୍ର ଜଗତର ସେଲିବ୍ରିଟିମାନେ ‘କରୋନା’ର ମୁକାବିଲା ପାଇଁ ଦେଉଛନ୍ତି ଆର୍ଥିକ ସହାୟତା। ଏଥିରେ ସାମିଲ ହୋଇଛନ୍ତି ତେଲୁଗୁ ସିନେମା ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ସେ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେଆର କରି ୧ କୋଟି ୨୫ ଲକ୍ଷ ଟଙ୍କା ଦେବେ ବୋଲି କହିଛନ୍ତି।

Advertisment

ଭିଡ଼ିଓରେ ଅଲ୍ଲୁ ଅର୍ଜୁନ, 'କୋଭିଡ -୧୯ ମହାମାରୀ ଅନେକ ଲୋକଙ୍କ ଜୀବନକୁ ବନ୍ଦ କରିଦେଇଛି। ଏହି କଷ୍ଟଦାୟକ ଅବସ୍ଥାରେ ମୁଁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ କେରଳର ଲୋକଙ୍କ ପାଇଁ ଏକ କୋଟି ୨୫ ଲକ୍ଷ ଟଙ୍କା ଦାନ କରୁଛି। ମୁଁ ଆଶା କରୁଛି ଯେ ଆମେ ଏକାଠି ଲଢ଼ିବା ଏବଂ ଶୀଘ୍ର ଏହି ମହାମାରୀକୁ ସମାପ୍ତ କରିବା | ଘରେ ରୁହ |

https://www.instagram.com/p/B-OfNWXHuRk/?utm_source=ig_web_copy_link

‘କରୋନା’ ମୁକାବିଲା ପାଇଁ ସୁପରଷ୍ଟାର ରଜନୀକାନ୍ତ ଦେଇଛନ୍ତି ୫୦ ଲକ୍ଷ ଟଙ୍କା। ସେହିପରି ପବନ କଲ୍ୟାଣ, ରାମ ଚରଣଙ୍କ ସମେତ ଅନ୍ୟାନ୍ୟ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ମଧ୍ୟ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେହିପରି ତେଲୁଗୁ ସୁପରଷ୍ଟାର ମହେଶ ବାବୁ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ କୋଟି ଟଙ୍କା ଦେଇଛନ୍ତି। ଏପରିକି ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସେ ଏକ କୋଟି ଟଙ୍କା ମଧ୍ୟ ଦେବେ ବୋଲି ପୱନ କଲ୍ୟାଣ ଟ୍ୱିଟ କରିଛନ୍ତି। ଏଥି ସହିତ ରାମ ଚରଣ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ୭୦ ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତାବ ଦେଇଛନ୍ତି।

Advertisment

ଦେଶରେ କରୋନା ଭାଇରସ୍ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ୭୨୪କୁ ବୃଦ୍ଧି ପାଇଛି। ଆଜି ୩୦ଟି ନୂଆ ମାମଲା ରୁଜୁ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଏହି ୧୭ ଜଣଙ୍କ ମଧ୍ୟରୁ ଭାଇରସ ଯୋଗୁଁ ପ୍ରାଣ ହରାଇଥିବାବେଳେ ଏପର୍ଯ୍ୟନ୍ତ ୬୭ ଜଣ ଆରୋଗ୍ୟ ଲାଭ କରିଛନ୍ତି |

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe