Advertisment

ନ୍ୟୁଡ୍‌ ସିନ୍‌ କରି ପୁଣି ବିବାଦରେ ଫସିଲେ

ନୂଆଦିଲ୍ଲୀ: ଫିଲ୍ମରେ ନ୍ୟୁଡ୍‌ ସିନ୍‌ରେ ଅଭିନୟ କରି ପୁଣି ବିବାଦରେ ଫସିଛନ୍ତି ଦକ୍ଷିଣ ଭାରତର ଅଭିନେତ୍ରୀ ଅମଲା ପଲ୍‌। ତାଙ୍କର ଆଗାମୀ ତାମିଲ ଫିଲ୍ମ ‘ଆଦାଇ’ରେ ସେ ନ୍ୟୁଡ୍‌ ସିନ୍ ଦେଇଛନ୍ତି। ସେଥିପାଇଁ ଅନାଏଥୁ ମକ୍କଲ କତ୍‌ଚି (ଏଏମ୍‌ଏକେ) ପାର୍ଟିର ନେତ୍ରୀ ରାଜେଶ୍ୱରୀ ପ୍ରିୟା ତାଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଅଭିନେତ୍ରୀ ଅମଲା ପଲ୍ ନଗ୍ନତାକୁ ପ୍ରୋତ୍ସାହିତ କରୁଛନ୍ତି। ଏପରି କରି ସେ ତାମିଲ ସଂସ୍କୃତିକୁ ନଷ୍ଟ କରିବାକୁ ପ୍ରୟାସ […]

ଅଦ୍ୟତନ ହୋଇଛି
ନ୍ୟୁଡ୍‌ ସିନ୍‌ କରି ପୁଣି ବିବାଦରେ ଫସିଲେ

nudetwo

Advertisment

ନୂଆଦିଲ୍ଲୀ: ଫିଲ୍ମରେ ନ୍ୟୁଡ୍‌ ସିନ୍‌ରେ ଅଭିନୟ କରି ପୁଣି ବିବାଦରେ ଫସିଛନ୍ତି ଦକ୍ଷିଣ ଭାରତର ଅଭିନେତ୍ରୀ ଅମଲା ପଲ୍‌। ତାଙ୍କର ଆଗାମୀ ତାମିଲ ଫିଲ୍ମ ‘ଆଦାଇ’ରେ ସେ ନ୍ୟୁଡ୍‌ ସିନ୍ ଦେଇଛନ୍ତି। ସେଥିପାଇଁ ଅନାଏଥୁ ମକ୍କଲ କତ୍‌ଚି (ଏଏମ୍‌ଏକେ) ପାର୍ଟିର ନେତ୍ରୀ ରାଜେଶ୍ୱରୀ ପ୍ରିୟା ତାଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଅଭିନେତ୍ରୀ ଅମଲା ପଲ୍ ନଗ୍ନତାକୁ ପ୍ରୋତ୍ସାହିତ କରୁଛନ୍ତି। ଏପରି କରି ସେ ତାମିଲ ସଂସ୍କୃତିକୁ ନଷ୍ଟ କରିବାକୁ ପ୍ରୟାସ କରୁଛନ୍ତି।

Advertisment

publive-image

ପ୍ରିୟା ଅଭିଯୋଗ କରିଛନ୍ତି ଯେ, ଅମଲା ତାମିଲ ସଂସ୍କୃତିକୁ ସମ୍ମାନ କରନ୍ତି ନାହିଁ। କାରଣ ସେ ଏହି ରାଜ୍ୟର ନୁହନ୍ତି। ସେ ପଇସା ପାଇଁ ସବୁ କିଛି କରିପାରିବେ।

ସେ କହିଛନ୍ତି,“ଫିଲ୍ମଟିକୁ ରିଲିଜ୍‌ ହେବାରୁ ରୋକା ଯାଇପାରିବନି। କାରଣ ସେନ୍‌ସର ବୋର୍ଡ ଏହାକୁ ‘ଏ’ ସାର୍ଟିଫିକେଟ୍ ଦେଇ ରିଲିଜ୍ କରିବାକୁ ଅନୁମତି ଦେଇ ସାରିଛି। ତେବେ ଏହାର ପ୍ରମୋସନ୍ କରା ନଯାଉ। ଫିଲ୍ମର ନ୍ୟୁଡ୍‌ ପୋଷ୍ଟରକୁ ପ୍ରମୋସନ୍‌ରେ ବ୍ୟବହାର କରାଯାଉଛି। ଏହା ଛୋଟ ଛୋଟ ଛୁଆଙ୍କ ଉପରେ ଖରାପ ପ୍ରଭାବ ପକାଉଛି। ଏନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଁ ଡିଜିପିଙ୍କ ସହିତ କଥା ହୋଇଛି।”

Advertisment

https://www.instagram.com/p/B0Bd_0mjdN8/?utm_source=ig_web_copy_link

ଟିଜର୍‌ ରିଲିଜ୍‌ ହେବା ଦିନଠାରୁ ହିଁ ବିବାଦରେ ରହିଛି ‘ଆଦାଇ’। ସଂପୂର୍ଣ୍ଣ ଉଲଗ୍ନ ହୋଇ ଅଭିନୟ କରିଥିବା ଯୋଗୁ ଅମଲାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ତେବେ ଏନେଇ ସେ କହିଛନ୍ତି, ଫିଲ୍ମ ଦେଖିବା ପୂର୍ବରୁ ତାକୁ ଜଜ୍‌ କରିବା ଅନେକ ଲୋକଙ୍କ ଅଭ୍ୟାସ ପାଲଟି ଗଲାଣି। ଆମେ ଏଥିରେ କ’ଣ କରିପାରିବୁ। ସଚ୍ଚୋଟତାର ସହ ଏହି ଫିଲ୍ମଟିକୁ ନିର୍ମାଣ କରାଯାଇଛି। ଏହା ଏକ ସତ୍ୟ ଘଟଣାର ଉପରେ ଆଧାରିତ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe