Advertisment

ଗଡ଼ିଲା ସୋନୁ ଆମ୍ବୁଲାନ୍ସ

ନୂଆଦିଲ୍ଲୀ:କରୋନା ମହାମାରୀ ଭିତରେ ରିଲରୁ ରିଅଲ ହିରୋ ପାଲଟିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ । ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ଯୋଗାଇଛନ୍ତି ସହାୟତା । ତାଙ୍କ ଏହି ଅଭିଯାନ ଏବେ ବି ଜାରି ରହିଛି। ସୋନୁଙ୍କୁ ଏହି ମହାନତା ତାଙ୍କୁ ନୂଆ ପରିଚୟ ଦେଇଛି। ସେ ଲୋକଙ୍କ ମସିହା ପାଲଟି ଯାଇଛନ୍ତି। ଏଥିପାଇଁ ତାଙ୍କ ନାଁରେ କେଉଁଠି ମନ୍ଦିର ହୋଇଛି ତ ଆଉ କେଉଁଠି ତାଙ୍କ ନାଁ ଦୋକାନ । ଏବେ ଅଭିନେତା ସୋନୁ ସୁଦଙ୍କ […]

ଗଡ଼ିଲା ସୋନୁ ଆମ୍ବୁଲାନ୍ସ

sonu-sood-ambulance

Advertisment

ନୂଆଦିଲ୍ଲୀ:କରୋନା ମହାମାରୀ ଭିତରେ ରିଲରୁ ରିଅଲ ହିରୋ ପାଲଟିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ । ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ଯୋଗାଇଛନ୍ତି ସହାୟତା । ତାଙ୍କ ଏହି ଅଭିଯାନ ଏବେ ବି ଜାରି ରହିଛି। ସୋନୁଙ୍କୁ ଏହି ମହାନତା ତାଙ୍କୁ ନୂଆ ପରିଚୟ ଦେଇଛି। ସେ ଲୋକଙ୍କ ମସିହା ପାଲଟି ଯାଇଛନ୍ତି।

Advertisment

ଏଥିପାଇଁ ତାଙ୍କ ନାଁରେ କେଉଁଠି ମନ୍ଦିର ହୋଇଛି ତ ଆଉ କେଉଁଠି ତାଙ୍କ ନାଁ ଦୋକାନ । ଏବେ ଅଭିନେତା ସୋନୁ ସୁଦଙ୍କ ନାଁରେ ଆରମ୍ଭ ହୋଇଛି ଆମ୍ବୁଲାନ୍ସ ସେବା । ହାଇଦ୍ରାବାଦରେ ଗଡ଼ିଛି ସୋନୁ ସୁଦ୍ ଆମ୍ବଲାନ୍ସ। ବିଶେଷ କଥା ହେଉଛି ଏହି ଆମ୍ବୁଲାନ୍ସ ସେବାର ଉଦୋଘାଟନ ଖୋଦ ସୋନୁ ସୁଦ ନିଜ ହାତରେ କରିଛନ୍ତି।

ହାଇଦ୍ରାବଦରେ ବାସ କରୁଥିବା ଶିବା ନାମକ ଜଣେ ବ୍ୟକ୍ତି ସୋନୁଙ୍କ ନାଁରେ ଏହି ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି। ସୂଚନା ମୁତବାକ ନିକଟରେ ଶିବ ଏକ ଆମ୍ବୁଲାନ୍ସ କିଣିଥିଲେ। ପରେ ସୋନୁଙ୍କ କାମରୁ ପ୍ରେରିତ ହୋଇ ସେ ଆମ୍ବୁଲାନ୍ସକୁ ସୋନୁ ସୁଦଙ୍କ ନାଁ ଦେଇଦେଲେ। ଶିବା ମଧ୍ୟ ହାଇଦ୍ରାବାଦ ନିଃସ୍ୱାର୍ଥ ଭାବେ ଲୋକଙ୍କ ସେବା କରନ୍ତି। ପେସାରେ ସେ ଜଣେ ସନ୍ତରଣକାରୀ। ଏବେ ସୁଦ୍ଧା ପାଣିରେ ବୁଡି ଯାଇଥିବା ୧୦୦ ଜଣଙ୍କୁ ରକ୍ଷା କରି ଜୀବନ ବଞ୍ଚାଇଛନ୍ତି। ଶିବାଙ୍କ ନିଃସ୍ୱାର୍ଥ ସେବାକୁ ଦେଖି ସେଠାକାର ଲୋକେ ତାଙ୍କୁ ଟଙ୍କା ଦାନ କରିବାକୁ ଲାଗିଲେ। ସେହି ଟଙ୍କାରେ ଶିବା ଏକ ଆମ୍ବୁଲାନ୍ସ କିଣି ତା ନାଁ ଦେଇଛନ୍ତି ସୋନୁ ସୁଦ ଆମ୍ବୁଲାନ୍ସ ସେବା।

Advertisment


ଏହି ଆମ୍ବୁଲାନ୍ସ ଉଦଘାଟନ କରିବାକୁ ସୋନୁ ସୁଦ୍ ହାଇଦ୍ରାବାଦରେ ପହଞ୍ଚିଥିଲେ। ତାଙ୍କ ନାଁରେ ଆମ୍ବୁଲାନ୍ସ ସେବା ଦେଖି ସେ ବହୁତ ଖୁସି ହୋଇଥିଲେ। ଆମ୍ବୁଲାନ୍ସ ଉଦଘାଟନ କରି ସୋନୁ କହିଥିଲେ, ଶିବାଙ୍କ କାମ ବେଶ୍ ପ୍ରଶଂସନୀୟ। ଆମ୍ବୁଲାନ୍ସ ଉଦଘାଟନ କରିବାକୁ ଆସି ମୁଁ ଗର୍ବିତ। ସେ କହିଛନ୍ତି ଦେଶକୁ ଶିବା ଭଳି ଲୋକଙ୍କ ଆବଶ୍ୟକତା ରହିଛି। ସେ ବହୁତ ଭଲ କାମ କରିଛନ୍ତି।

Bollywood Sonu Sood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe