Advertisment

୨୫ ବର୍ଷୀୟ ଡ୍ୟାନସର୍‌ଙ୍କୁ ପ୍ରେମ କରୁଛନ୍ତି ୬୧ ବର୍ଷୀୟା ମାଡୋନା

ୱାଶିଂଟନ୍: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଯେତେବେଳେ ନିଜଠୁ ୧୦ ବର୍ଷ ସାନ ନିକ୍‌ ଜୋନସ୍‌ଙ୍କୁ ଭଲ ପାଇବା ଆରମ୍ଭ କରିଥିଲେ ସେତେବେଳେ ଚାରିଆଡ଼େ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା। ଅନେକ ଲୋକ ଅନେକ ପ୍ରକାରର କଥା କହିଥିଲେ। ହେଲେ ସେ ପ୍ରେମରେ ବୟସର ସୀମାକୁ ଭାଙ୍ଗିଦେଇ ନିକ୍‌ଙ୍କୁ ବାହା ହୋଇଥିଲେ। ଏବେ ଆଉ ଜଣେ ସେଲେବ୍ରଟି ବୟସର ସୀମାକୁ ଭୁଲି ନିଜଠୁ ୩୬ ବର୍ଷ ସାନ ଜଣେ ଯୁବକଙ୍କୁ ପ୍ରେମ କରିବା କଥା ସାମ୍ନାକୁ ଆସିଛି। […]

୨୫ ବର୍ଷୀୟ ଡ୍ୟାନସର୍‌ଙ୍କୁ ପ୍ରେମ କରୁଛନ୍ତି ୬୧ ବର୍ଷୀୟା ମାଡୋନା

madonna

Advertisment

ୱାଶିଂଟନ୍: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଯେତେବେଳେ ନିଜଠୁ ୧୦ ବର୍ଷ ସାନ ନିକ୍‌ ଜୋନସ୍‌ଙ୍କୁ ଭଲ ପାଇବା ଆରମ୍ଭ କରିଥିଲେ ସେତେବେଳେ ଚାରିଆଡ଼େ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା। ଅନେକ ଲୋକ ଅନେକ ପ୍ରକାରର କଥା କହିଥିଲେ। ହେଲେ ସେ ପ୍ରେମରେ ବୟସର ସୀମାକୁ ଭାଙ୍ଗିଦେଇ ନିକ୍‌ଙ୍କୁ ବାହା ହୋଇଥିଲେ। ଏବେ ଆଉ ଜଣେ ସେଲେବ୍ରଟି ବୟସର ସୀମାକୁ ଭୁଲି ନିଜଠୁ ୩୬ ବର୍ଷ ସାନ ଜଣେ ଯୁବକଙ୍କୁ ପ୍ରେମ କରିବା କଥା ସାମ୍ନାକୁ ଆସିଛି।

Advertisment

publive-imageଆମେରିକାର ଲୋକପ୍ରିୟ ଗାୟିକା ମାଡୋନା ୨୫ ବର୍ଷୀୟ ବ୍ୟକ୍ତିଙ୍କୁ ଡେଟ୍‌ କରୁଛନ୍ତି। ତାଙ୍କ ନାଁ ହେଉଛି ଅହ୍ଲାମଲିକ୍‌ ୱିଲିୟମ୍ସ ଯିଏ କି ପେସାରେ ଜଣେ ଡ୍ୟାନ୍‌ସର୍‌। ଏମାନଙ୍କ ଡେଟିଂର ଖବର୍‌ ନିଜେ ୱିଲିୟମ୍‌ଙ୍କ ପିତା ଦେଇଛନ୍ତି। ସେ କହିଛନ୍ତି ଯେ ସେ ମାଡୋନାଙ୍କୁ ସେବେ ଭେଟିଥିଲେ ଯେବେ ୱିଲିୟମ୍‌ ତାଙ୍କୁ ଡେଟ୍‌ କରିବା ଆରମ୍ଭ କରିଥିଲେ। ସେ ଏହା ମଧ୍ୟ ଖୁଲାସା କରଛନ୍ତି ଯେ ତାଙ୍କ ସମ୍ପର୍କ ଧୀରେ ଧୀରେ ଗଭୀର ହେବାକୁ ଲାଗିଲାଣି। ନିକଟରେ ମାଡୋନା ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଡିନର୍‌ ପାଇଁ ଡାକିଥିଲେ।

ୱିଲିୟମ୍‌ଙ୍କ ପିତାଙ୍କୁ ମାଡୋନାଙ୍କ ସହ ପୁଅର ସମ୍ପର୍କରେ କୌଣସି ଆପତ୍ତି ନାହିଁ। ତାଙ୍କ ପୁଅଠୁ ମାଡୋନା ଯେ ୩୬ ବର୍ଷ ବଡ଼, ଏଥିରେ ତାଙ୍କୁ କୌଣସି ଫରକ୍‌ ପଡ଼େ ନାହିଁ। ସେ କହିଛନ୍ତି, ‘ପ୍ରେମର କୌଣସୀ ବୟସ ନଥାଏ, ମୁଁ ମୋ ପୁଅ ପାଇଁ ବହୁତ ଖୁସି।’

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe