/odisha-reporter/media/post_attachments/uploads/2019/06/qa1.jpg)
qa1
ୱସିଂଟନ୍: ଯୁକ୍ତରାଷ୍ଟ୍ର ଆମେରିକାର ଛୋଟ ପରଦାରେ ପ୍ରସାରିତ ଏକ ଲୋକପ୍ରିୟ କାର୍ଯ୍ୟକ୍ରମରେ ଭାରତୀୟ ପ୍ରତିଯୋଗୀଙ୍କ ଦ୍ୱାରା ପ୍ରଦର୍ଶୀତ ଷ୍ଟଣ୍ଡ ଦେଖି ଜଜ୍ମାନେ ସ୍ତବ୍ଧ ହୋଇଗଲେ। ଏହା ଏପରି ଭୟାନକ ଥିଲା ଯେ, ଏହି ଆକ୍ଟ ସରିବା ପୂର୍ବରୁ ସେମାନେ ଭୟରେ ଚିତ୍କାର କରିବାକୁ ଲାଗିଲେ। ଆଉ ଏହି ଆକ୍ଟ ସେମାନଙ୍କୁ ଏତେ ପସନ୍ଦ ଆସିଲା ଯେ, ଶେଷ ହେବା ପରେ ନିଜ ସିଟ୍ରୁ ଉଠି ତାଳି ମାରିବାକୁ ଭୁଲି ନ ଥିଲେ। ଏହି ଭିଡିଓ ଦେଖିଲେ ଆପଣଙ୍କ ଦେହ ମଧ୍ୟ ଶୀତେଇ ଉଠିବ। ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ‘ଆମେରିକା ଗଟ୍ ଟ୍ୟାଲେଣ୍ଟ’(America's Got Talent) କାର୍ଯ୍ୟକ୍ରମରେ।
ଭିଡିଓରେ ଷ୍ଟଣ୍ଟ୍ କରୁଥିବା ବୀର୍ ଖାଲ୍ସା ଗ୍ରୁପ୍ର ପ୍ରତିଯୋଗୀ ଜଗ୍ଦିସ୍ ସିଂ ତଳେ ଶୋଇ ପଡିଛନ୍ତି। ତାଙ୍କ ଚତୁଃପାର୍ଶ୍ୱରେ ନଡ଼ିଆ ଏବଂ ତରଭୁଜ ରଖାଯାଇଛି। ଗ୍ରୁପ୍ର ଆଉ ଜଣେ ସଦସ୍ୟ ଆଖିରେ ପଟି ବାନ୍ଧି ହାତରେ ଗୋଟେ ବଡ଼ କୁରାଢ଼ି ଧରି ଅନୁମାନ ଲଗାଇ ନଡ଼ିଆ ଏବଂ ତରଭୁଜ ଭାଙ୍ଗୁଛନ୍ତି।
ସେଠାରେ ଉପସ୍ଥିତ ଥିବା ଜଜ୍ଙ୍କୁ ଦେଖିଲେ ଆପଣ ଅନୁମାନ ଲଗାଇ ପାରିବେ, ସେ ଏହା ଦେଖି କେଉଁ ମାତ୍ରାରେ ଡରି ଯାଇଛନ୍ତି। ନଡ଼ିଆ ଭାଙ୍ଗୁଥିବା ବ୍ୟକ୍ତି ଜଣଙ୍କ ଆଖିରେ ଲୁଣ ଦେଇ ପଟି ବାନ୍ଧିଥିଲେ। ଯଦି ସେ ଦେଖିବାକୁ ଚେଷ୍ଟା କରିବେ ତାହାଲେ ମଧ୍ୟ ସେ ଦେଖି ପାରିବେ ନାହିଁ। କାରଣ ଆଖିରେ ଲୁଣ ଦିଆଯାଇଥିବାରୁ ଆଖି ପ୍ରବଳ ପୋଡ଼ିବାର ଆଶଙ୍କା ରହିଛି।
ଭାରତର ଅନେକ କଳାକାର ବିଭିନ୍ନ ଦେଶକୁ ଯାଇ ରିଆଲିଟି ଶୋ’ରେ ଭାଗ ନେଇ ପ୍ରଶଂସିତ ହେଉଛନ୍ତି। ଏହା ଆମ ଦେଶ ପାଇଁ ଗର୍ବ ଏବଂ ଗୌରବ।
ଦେଖନ୍ତୁ ସେହି ଭିଡିଓ..
ୟୁଟ୍ୟୁବ୍
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
