Advertisment

ତେଲାଙ୍ଗାନା ସରକାରଙ୍କୁ ସମନ୍ଥାଙ୍କ ଅନୁରୋଧ; ଟଲିଉଡରେ ବି ଗଠନ ହେଉ 'ହେମା' କମିଟି

କେରଳ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗଠନ ହୋଇଥିବା 'ହେମା' କମିଟିକୁ ପ୍ରଶଂସା କରିଛନ୍ତି ତେଲୁଗୁ ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁ।

Samantha

Samantha

Advertisment

କେରଳ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯୌନ ନିର୍ଯାତନା ସମ୍ପର୍କରେ ଅଭିଯୋଗ ପାଇଁ ଗଠନ ହୋଇଥିବା 'ହେମା' କମିଟିକୁ ପ୍ରଶଂସା କରିଛନ୍ତି ତେଲୁଗୁ ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁ। ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ସମାନ ଭାବେ କମିଟି ଗଠନ କରାଯାଉ ବୋଲି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ସମନ୍ଥା।

Advertisment

ଏପରି ହେବା ଦ୍ୱାରା ତେଲୁଗୁ ଇଣ୍ଡଷ୍ଟ୍ରିରେ ମହିଳାମାନେ ସୁରକ୍ଷିତ ଏବଂ ନିରାପଦରେ କାର୍ଯ୍ୟ କରିପାରିବେ ବୋଲି ସମନ୍ଥା ଆଲୋକପାତ କରିଛନ୍ତି।

ସେ ତାଙ୍କ ଇଷ୍ଟାଗ୍ରାମରେ ଷ୍ଟୋରୀ ଶେଆର କରି କହିଛନ୍ତି, "ଆମେ, ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ମହିଳାମାନେ ହେମା କମିଟି ରିପୋର୍ଟକୁ ସ୍ୱାଗତ କରୁଛୁ ଏବଂ କେରଳରେ WCC (ମହିଳା ସୁରକ୍ଷା କମିଟି)ର ନିରନ୍ତର ଉଦ୍ୟମକୁ ପ୍ରଶଂସା କରୁଛୁ।"

Advertisment

ସେ ଆହୁରି କହିଛନ୍ତି, ଆମେ ମଧ୍ୟ ତେଲାଙ୍ଗାନା ସରକାରଙ୍କୁ ସମାନ ଅନୁରୋଧ କରୁଛୁ। ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଏକ ଉପକମିଟି ଗଠନ କରି ରିପୋର୍ଟ ପ୍ରକାଶ କରାଯାଉ। ଏହା ଦ୍ୱାରା ସରକାର ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଇନ ପ୍ରଣୟନରେ ସହାୟକ ହୋଇପାରିବ। ଏଥିସହ ଫିଲ୍ମ ଇଣ୍ଡଷ୍ଟ୍ରିରେ ମହିଳାମାନଙ୍କ ପାଇଁ ନିରାପଦ ପରିବେଶ ସୃଷ୍ଟି ହୋଇପାରିବ ବୋଲି ସମନ୍ଥା କହିଛନ୍ତି।  

ପ୍ରକାଶ ଥାଉକି, ମଲୟାଲମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ଅଭିନେତ୍ରୀ କାମ ଯୋଗାଇବା ବଦଳରେ ସେମାନଙ୍କୁ 'କମ୍ପ୍ରମାଇଜ୍' କରିବାକୁ କୁହାଯାଉଥିବା ଅଭିଯୋଗ କରିଥିଲେ। ଏହା ପରେ, 2019ରେ ସରକାର ପୁରୁଣା ମାମଲା ଏବଂ ମହିଳା ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ବିଷୟ ଉପରେ ଆଲୋଚନା କରିରି ଜଷ୍ଟିସ୍ ହେମା କମିଟି ଗଠନ କରିଥିଲେ। ଏହି କମିଟି ମଲୟାଲମ ଚଳଚ୍ଚିତ୍ର ଜଗତରେ କାମ କରୁଥିବା ମହିଳାମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକ ଉପରେ ଯାଞ୍ଚ ପାଇଁ ଉଦ୍ଦିଷ୍ଟ ହୋଇଥିଲା।

କମିଟି ଯାଞ୍ଚ କରିବା ପରେ ନିକଟରେ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଅଭିନେତ୍ରୀମାନଙ୍କୁ ଯୌନ ଶୋଷଣ ଏବଂ ନିର୍ଯାତନା ଉପରେ ଖୁଲାସା କରିଛି। ଏହା ପରେ ଅନେକ ଅଭିନେତ୍ରୀ ମଧ୍ୟ 'ମି ଠୁ' ଅଭିଯୋଗ ଆଣିଛନ୍ତି। 

Telugu Film Industry Samantha Prabhu MeToo Row In Kerala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe