/odisha-reporter/media/post_attachments/uploads/2016/02/aamir.jpg)
aamir
ମୁମ୍ବାଇ: ‘ନୀରଜା’ ଜରିଆରେ ସୋନମ କାପୁର ନିଜକୁ ଜଣେ ଅଭିନେତ୍ରୀ ଭାବେ ବଲିଉଡ୍ରେ ପ୍ରତିଷ୍ଠିତ କରିପାରିବେ। ଏହି ଆଶା କରିଛନ୍ତି ସୁପରଷ୍ଟାର୍ ଅମୀର ଖାନ୍। ସୋନମଙ୍କ ଅପ୍ କମିଂ ଫିଲ୍ମ ‘ନୀରଜା’ର ସ୍କ୍ରିନିଂରେ ଯୋଗ ଦେବା ଅବସରରେ ସେ ଏହା କହିଛନ୍ତି।
Advertisment
ଅମୀର କହିଛନ୍ତି,‘ ସୋନମ ବଢ଼ିଆ କାମ କରିଛନ୍ତି। ଏହି ଫିଲ୍ମ ବଢ଼ିଆ ହୋଇଛି। ଏଇ ଫିଲ୍ମ ଜରିଆରେ ସୋନମ ନିଜକୁ ଜଣେ ଅଭିନେତ୍ରୀ ଭାବେ ପ୍ରତିଷ୍ଠିତ କରିପାରିବେ।’
ସେ କହିଛନ୍ତି,‘ନୀରଜାରେ ଶବାନା ଆଜମୀ (ସୋନମଙ୍କ ମା’ଭୂମିକାରେ ଆସିଛନ୍ତି) ମଧ୍ୟ ଚମତ୍କାର ଅଭିନୟ କରିଛନ୍ତି। ଏହି ଫିଲ୍ମ ଦେଖି ମୁଁ ଭାବପ୍ରବଣ ହୋଇଗଲି। ମୋ ଆଖିରୁ ଲୁହ ବୋହି ଆସିଲା। ଏହା ଏକ ସୁନ୍ଦର ଫିଲ୍ମ। ପୂରା ଟିମ୍କୁ ମୋର ଶୁଭେଚ୍ଛା।’
Advertisment
ଫେବ୍ରୁଆରୀ ୧୯ ତାରିଖରେ ‘ନୀରଜା’ ରିଲିଜ୍ ହେବ। କରାଚିରେ ହୋଇଥିବା ପାନ୍ ଆମେରିକା ଫ୍ଲାଇଟ୍ ୭୩ ଅପହରଣ ଉପରେ ଏହି ଫିଲ୍ମର କାହାଣୀ ପର୍ଯ୍ୟବସିତ। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ରାମ ମାଧବାନୀ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
