Advertisment

ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ବିଗ୍ ବି କଲେ ପ୍ରଣାମ

ମୁମ୍ବାଇ: କରୋନା ଭୂତାଣୁକୁ ନେଇ ଲୋକଙ୍କୁ ବିଭିନ୍ନ ଉପାୟରେ ସତର୍କ କରାଯାଉଛି। ଏଭଳି ସଙ୍କଟାପନ୍ନ ସ୍ଥିତିରେ ଦିନରାତି ରୋଗୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିବା ଡାକ୍ତର, ନର୍ସମାନଙ୍କୁ ସବୁ କ୍ଷେତ୍ରରୁ ଧନ୍ୟବାଦ ଦିଆଯାଉଛି। ଏହି କ୍ରମରେ ବଲିଉଡ ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। T 3479 – to honour to respect to bow to them .. all that have continued to work in extenuating circumstances […]

ଅଦ୍ୟତନ ହୋଇଛି
ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ବିଗ୍ ବି କଲେ ପ୍ରଣାମ

Amitab Bachchan

Advertisment

ମୁମ୍ବାଇ: କରୋନା ଭୂତାଣୁକୁ ନେଇ ଲୋକଙ୍କୁ ବିଭିନ୍ନ ଉପାୟରେ ସତର୍କ କରାଯାଉଛି। ଏଭଳି ସଙ୍କଟାପନ୍ନ ସ୍ଥିତିରେ ଦିନରାତି ରୋଗୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିବା ଡାକ୍ତର, ନର୍ସମାନଙ୍କୁ ସବୁ କ୍ଷେତ୍ରରୁ ଧନ୍ୟବାଦ ଦିଆଯାଉଛି। ଏହି କ୍ରମରେ ବଲିଉଡ ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Advertisment

ସୋମବାର ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ବିଗ୍ ବି ଅମିତାଭ ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ଜଣେ ନର୍ସ ମାସ୍କ ଲଗାଇଥିବା ବେଳେ ତାଙ୍କ କୋଳରେ ଭାରତର ମାନଚିତ୍ର ରହିଥିବା ଦେଖିବାକୁ ମିଳିଛି। ଠିକ୍ ଯେପରି ଜଣେ ମାଆ ତା’ କୋଳରେ କୁନି ଶିଶୁକୁ ଧରିଥାଏ। ଲାଗୁଛି ଯେପରି ମାଆର ମମତାକୁ ନଜରରେ ରଖି ଏହି ଚିତ୍ରଟି ଅଙ୍କାଯାଇଛି। ଫଟୋଟି ଶେୟାର କରି ବିଗ୍ ବି ଅମିତାଭ୍ ଲେଖିଛନ୍ତି ଯେ, “ଯେଉଁମାନେ ସବୁ ପରିସ୍ଥିତିରେ କାମ କରିଚାଲିଛନ୍ତି, ସେମାନଙ୍କୁ ସମ୍ମାନ, ଆଦର ଏବଂ ପ୍ରଣାମ କରିବା ପାଇଁ...।”

Advertisment

ବିଗ୍ ବିଙ୍କ ଏହି ପୋଷ୍ଟ ସୋଶାଲ ମିଡିଆରେ ଖୁବ୍ ପସନ୍ଦ କରାଯାଉଛି। ଲୋକମାନେ ଏହାକୁ ବେଶ ପସନ୍ଦ କରିଥିବାବେଳେ ଭିନ୍ନ ଭିନ୍ନ ପ୍ରତିକ୍ରିୟାମାନ ଦେଉଛନ୍ତି। ଅନ୍ୟପଟେ ରବିବାର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ‘ଜନତା କର୍ଫ୍ୟୁ’ରେ ମଧ୍ୟ ଅମିତାଭଙ୍କ ପରିବାର ସାମିଲ ହୋଇଥିଲା। ଏହି ଅବସରରେ ସନ୍ଧ୍ୟା 5ଟା ବେଳେ ଘରର ଛାତ ଉପରେ ପୂରା ବଚ୍ଚନ ପରିବାର ତାଲି ମାରି ଜରୁରୀ ସେବା ପ୍ରଦାନକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲା। ଏହି ସମୟର ଫଟୋଗୁଡ଼ିକ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe