Advertisment

ଅତିଥିଙ୍କୁ ରୁପା ପାତ୍ରରେ ଢୋକ୍‌ଲା ପରଷିଲେ ବିଗ୍‌ ବି

ନୂଆଦିଲ୍ଲୀ: ମୁକେଶ ଅମ୍ୱାନୀ ଓ ନୀତା ଅମ୍ୱାନୀଙ୍କ ଝିଅ ଈଶା ଅମ୍ୱାନୀଙ୍କ ବିବାହ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ୨୦୧୮ର ଏହା ହେଉଛି ସବୁଠାରୁ ବଡ଼ ବିବାହ। ଦେଶର ସବୁଠାରୁ ବଡ଼ ଧନୀ ମୁକେଶ ଅମ୍ବାନୀଙ୍କ ଝିଅ ଇଶା, ପିରାମଲ୍‌ ଗ୍ରୁପ୍‌ର ଚେୟାର୍‌ମ୍ୟାନ୍‌ ଅଜୟ ପିରାମଲ୍‌ଙ୍କ ପୁଅ ଆନନ୍ଦ ପିରାମଲ୍‌ଙ୍କ ହାତ ଧରିଛନ୍ତି। ଏହି ବଡ଼ ଘରର ବାହାଘରରେ ସଙ୍ଗୀତଠାରୁ ଆରମ୍ଭ କରି ରିସେପସନ୍ ପର୍ଯ୍ୟନ୍ତ ସବୁଠି ବଲିଉଡ୍‌ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଛି। ଉଦୟପୁର୍‌ରେ ହୋଇଥିବା ସଙ୍ଗୀତ […]

ଅତିଥିଙ୍କୁ ରୁପା ପାତ୍ରରେ ଢୋକ୍‌ଲା ପରଷିଲେ ବିଗ୍‌ ବି

yy

Advertisment

ନୂଆଦିଲ୍ଲୀ: ମୁକେଶ ଅମ୍ୱାନୀ ଓ ନୀତା ଅମ୍ୱାନୀଙ୍କ ଝିଅ ଈଶା ଅମ୍ୱାନୀଙ୍କ ବିବାହ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ୨୦୧୮ର ଏହା ହେଉଛି ସବୁଠାରୁ ବଡ଼ ବିବାହ।

Advertisment

ଦେଶର ସବୁଠାରୁ ବଡ଼ ଧନୀ ମୁକେଶ ଅମ୍ବାନୀଙ୍କ ଝିଅ ଇଶା, ପିରାମଲ୍‌ ଗ୍ରୁପ୍‌ର ଚେୟାର୍‌ମ୍ୟାନ୍‌ ଅଜୟ ପିରାମଲ୍‌ଙ୍କ ପୁଅ ଆନନ୍ଦ ପିରାମଲ୍‌ଙ୍କ ହାତ ଧରିଛନ୍ତି। ଏହି ବଡ଼ ଘରର ବାହାଘରରେ ସଙ୍ଗୀତଠାରୁ ଆରମ୍ଭ କରି ରିସେପସନ୍ ପର୍ଯ୍ୟନ୍ତ ସବୁଠି ବଲିଉଡ୍‌ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଛି।

ଉଦୟପୁର୍‌ରେ ହୋଇଥିବା ସଙ୍ଗୀତ ପାର୍ଟିରେ ମଧ୍ୟ ଅମ୍ୱାନୀ ପରିବାର ବହୁତ୍‌ ଭଲ ପର୍‌ଫମାନ୍ସ ଦେଇଥିଲେ। ଏଥିରେ ଐଶ୍ୱର୍ଯ୍ୟା, ଦୀପିକା ପାଦୁକୋନ୍‌ଙ୍କ ଡ୍ୟାନ୍ସ ଦେଖିବାକୁ ମିଳିଥିଲା। ଏହାର ସମସ୍ତ ଭିଡ଼ିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

Advertisment

ଏଥିରେ ଐଶ୍ୱର୍ଯ୍ୟାଙ୍କୁ ଅମ୍ୱାନୀ ପରିବାରର ହେବାକୁ ଥିବା ବଡ଼ ବୋହୂ ଶ୍ଲୋକା ମେହେତାଙ୍କ ସହିତ ଅତିଥିଙ୍କୁ ଖାଇବା ପରଷୁଥିବା ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ, ଅମିତାଭ ବଚ୍ଚନ, ଅମିର୍‌ ଖାନ୍‌ ମଧ୍ୟ ଅତିଥିମାନଙ୍କୁ ଅନେକ ଆଦର ସତ୍କାର କରିଥିବା ଦେଖିବାକୁ ମିଳିଛି।

publive-image

ଏହାର ସମସ୍ତ ଭିଡ଼ିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ, ଈଶା ଅମ୍ୱାନୀଙ୍କ ବାହାଘରରେ ଅତିଥିମାନଙ୍କୁ ଖାଇବା ପରଷୁଛନ୍ତି। ଚାନ୍ଦିର ବାସନରେ ଅମିତାଭ ଅତିଥିଙ୍କୁ ଢୋକ୍‌ଲା ଖାଇବାକୁ ଦେଇଛନ୍ତି ଏବଂ ଅନ୍ୟ ପଟେ ଆମୀର୍‌ ଖାନ୍‌ ଅତିଥିଙ୍କୁ ଚଟଣୀ ଦେଉଛନ୍ତି। ଅନ୍ୟପଟେ ଐଶ୍ୱର୍ଯ୍ୟା, ଶ୍ଲୋକାଙ୍କ ସହିତ ଅତିଥିମାନଙ୍କୁ ମିଠା ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି।

View this post on Instagram

Big b and Aamir Khan serving food at Isha Ambani wedding #amitabhbachchan

A post shared by Bollywood songs (@bollywood_tellywoodfanatic) on

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe