Advertisment

କେବିସିକୁ ନେଇ ବିବାଦ: କ୍ଷମା ମାଗିଲେ ଅମିତାଭ

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ଶୋ’ ‘କୌନ୍ ବନେଗା କରୋଡ଼ପତି’କୁ ନେଇ ଏବେ ସୋଶାଲ୍ ମିଡିଆରେ ଚାଲିଛି ହଙ୍ଗାମା। ନଭେମ୍ବର ୬ ତାରିଖର ଏପିସୋଡ୍‌ ପରେ ସୋଶାଲ୍ ମିଡିଆରେ ଚାଲିଛି #BoycottKBCSonyTV ଟ୍ରେଣ୍ଡ। ଏପରିକି କୋହ୍ଲାପୁରଠାରେ ଶିବସେନା କର୍ମୀମାନେ ଅମିତାଭ ବଚ୍ଚନଙ୍କର ପୋଷ୍ଟର ଜଳାଇ ପ୍ରତିବାଦ କରିଛନ୍ତି। ଏସବୁ ଘଟିଛି ମରାଠା ସାମ୍ରାଜ୍ୟର ମହାନ ଶାସକ ଛତ୍ରପତି ଶିବାଜୀ ମହାରାଜଙ୍କ ସଂପର୍କରେ ଶୋ’ରେ ପଚରାଯାଇଥିବା ପ୍ରଶ୍ନକୁ ନେଇ। ତେବେ ଏ ଘଟଣା ପାଇଁ ଅମିତାଭ ବଚ୍ଚନ […]

ଅଦ୍ୟତନ ହୋଇଛି
କେବିସିକୁ ନେଇ ବିବାଦ: କ୍ଷମା ମାଗିଲେ ଅମିତାଭ

big

Advertisment

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ଶୋ’ ‘କୌନ୍ ବନେଗା କରୋଡ଼ପତି’କୁ ନେଇ ଏବେ ସୋଶାଲ୍ ମିଡିଆରେ ଚାଲିଛି ହଙ୍ଗାମା। ନଭେମ୍ବର ୬ ତାରିଖର ଏପିସୋଡ୍‌ ପରେ ସୋଶାଲ୍ ମିଡିଆରେ ଚାଲିଛି #BoycottKBCSonyTV ଟ୍ରେଣ୍ଡ। ଏପରିକି କୋହ୍ଲାପୁରଠାରେ ଶିବସେନା କର୍ମୀମାନେ ଅମିତାଭ ବଚ୍ଚନଙ୍କର ପୋଷ୍ଟର ଜଳାଇ ପ୍ରତିବାଦ କରିଛନ୍ତି। ଏସବୁ ଘଟିଛି ମରାଠା ସାମ୍ରାଜ୍ୟର ମହାନ ଶାସକ ଛତ୍ରପତି ଶିବାଜୀ ମହାରାଜଙ୍କ ସଂପର୍କରେ ଶୋ’ରେ ପଚରାଯାଇଥିବା ପ୍ରଶ୍ନକୁ ନେଇ। ତେବେ ଏ ଘଟଣା ପାଇଁ ଅମିତାଭ ବଚ୍ଚନ କ୍ଷମା ମାଗିଛନ୍ତି।

Advertisment

https://twitter.com/ganesh_maratha/status/1192765631554146305

https://twitter.com/AmitKum68364400/status/1192704291598811137

ତା’ହେଲେ ଘଟଣାଟି କ’ଣ ଥିଲା? କଥାଟି ହେଉଛି, ନଭେମ୍ବର ୬ର ଏପିସୋଡ୍‌ରେ ଏକ ପ୍ରଶ୍ନ ପଚରାଯାଇଥିଲା, ‘ଏମାନଙ୍କ ମଧ୍ୟରୁ କେଉଁ ଶାସକ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ସମକାଳୀନ ଥିଲେ? A) ମହାରାଣା ପ୍ରତାପ, B) ରାଣା ସାଂଗା, C) ମାହାରାଜା ରଣଜିତ ସିଂହ D) ଶିବାଜୀ।’ ଏଥିରେ ମରାଠା ସାମ୍ରାଜ୍ୟର ମହାନ ଯୋଦ୍ଧା ତଥା ଶାସକ ଛତ୍ରପତି ଶିବାଜୀ ମହାରଜଙ୍କୁ କେବଳ ଶିବାଜୀ ଲେଖାଯିବାରୁ ଦର୍ଶକ ଏହାର କଡ଼ା ବିରୋଧ କରିଥିଲେ। ଏହା କେବଳ ଲେଖାଯାଇ ନଥିଲା ବିଗ୍‌ବି ମଧ୍ୟ ପ୍ରଶ୍ନର ଉତ୍ତର ଦେଇ କେବଳ ‘ଶିବାଜୀ’ ବୋଲି କହି ସମ୍ବୋଧନ କରିଥିଲେ। ଏହାପରେ ଶିବସେନା ଓ କରଣୀ ସେନା ଏହି ଶୋ’କୁ ବନ୍ଦ କରିବାକୁ ଦାବି କରିଥିଲେ। ସେମାନେ ଅମିତାଭଙ୍କ ପୋଷ୍ଟର୍‌ ଜଳାଇ ତାଙ୍କ ବିରୋଧରେ ନାରାବାଜି କରିଥିଲେ। ଏଥିସହ ସୋନି ଟିଭି ଓ ବିଗ୍‌ ବିଙ୍କଠୁ କ୍ଷମାପ୍ରାର୍ଥନା ଦାବି କରିଥିଲେ।

https://twitter.com/SrBachchan/status/1192901784911532032

ଏହି ମାମଲାରେ ବିଗ୍‌ ବି ଟ୍ୱିଟ୍‌ କରି କ୍ଷମା ମାଗିଛନ୍ତି। ସେ ଲେଖିଛନ୍ତି, ’ଛତ୍ରପତି ଶିବାଜୀ ମହାରାଜାଙ୍କ ସ୍ମୃତିରେ କେବିସି ୧୧ରେ ପଚରାଯାଇଥିବା ପ୍ରଶ୍ନ ପଛରେ କାହାକୁ ଅପମାନିତ ବା ଅସମ୍ମାନିତ କରିବାର କୌଣସି ଉଦ୍ଦେଶ୍ୟ ନଥିଲା। ଭୁଲବଶତଃ ଛାଡ଼ି ହୋଇଯାଇଥିବା ଶବ୍ଦ ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି।” ବିଗ୍‌ ବିଙ୍କ ପୂର୍ବରୁ ମାମାଲା ବିଗୁଡ଼ୁଥିବା ଦେଖି ସୋନି ଟିଭି ମଧ୍ୟ କ୍ଷମା ମାଗିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe