Advertisment

ଶାହାରୁଖଙ୍କୁ ହାତ ଯୋଡ଼ି କ୍ଷମା ମାଗିଲେ ବିଗ୍‌ ବି

ମୁମ୍ବାଇ: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ କ୍ୱିଜ୍ ଶୋ’ ‘କୌନ୍ ବନେଗା କରୋଡ଼ପତି ୧୨’ର ଗତକାଲିର ଏପିସୋଡ୍‌କୁ ନେଇ ଏବେ ଚର୍ଚ୍ଚା ହେଉଛି। କାରଣ ଏଥିରେ ବିଗ୍‌ ବି ଅଭିନେତା ଶାହାରୁଖ୍ ଖାନ୍‌ଙ୍କୁ କ୍ଷମା ମାଗିଛନ୍ତି। ଗତକାଲିର ଏପିସୋଡରେ ଜଣେ ପ୍ରତିଯୋଗୀ ଅମିତାଭଙ୍କ ଉପରେ କିଛି ଅଭିଯୋଗ ଲଗାଇଥିଲେ, ଯାହାପରେ ସେ କ୍ୟାମେରାରେ ଶାହାରୁଖଙ୍କୁ ହାତ ଯୋଡ଼ି କ୍ଷମା ମାଗିଥିଲେ। ମଙ୍ଗଳବାର କେବିସିରେ ରେଖା କୁମାରୀ ହଟ୍‌ ସିଟ୍‌ରେ ବସିଥିଲେ। ତାଙ୍କର କ୍ୟୁଟ୍ ଅନ୍ଦାଜ ସମସ୍ତଙ୍କ ମନ […]

ଅଦ୍ୟତନ ହୋଇଛି
ଶାହାରୁଖଙ୍କୁ ହାତ ଯୋଡ଼ି କ୍ଷମା ମାଗିଲେ ବିଗ୍‌ ବି

kbc

Advertisment

ମୁମ୍ବାଇ: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ କ୍ୱିଜ୍ ଶୋ’ ‘କୌନ୍ ବନେଗା କରୋଡ଼ପତି ୧୨’ର ଗତକାଲିର ଏପିସୋଡ୍‌କୁ ନେଇ ଏବେ ଚର୍ଚ୍ଚା ହେଉଛି। କାରଣ ଏଥିରେ ବିଗ୍‌ ବି ଅଭିନେତା ଶାହାରୁଖ୍ ଖାନ୍‌ଙ୍କୁ କ୍ଷମା ମାଗିଛନ୍ତି। ଗତକାଲିର ଏପିସୋଡରେ ଜଣେ ପ୍ରତିଯୋଗୀ ଅମିତାଭଙ୍କ ଉପରେ କିଛି ଅଭିଯୋଗ ଲଗାଇଥିଲେ, ଯାହାପରେ ସେ କ୍ୟାମେରାରେ ଶାହାରୁଖଙ୍କୁ ହାତ ଯୋଡ଼ି କ୍ଷମା ମାଗିଥିଲେ।

Advertisment

ମଙ୍ଗଳବାର କେବିସିରେ ରେଖା କୁମାରୀ ହଟ୍‌ ସିଟ୍‌ରେ ବସିଥିଲେ। ତାଙ୍କର କ୍ୟୁଟ୍ ଅନ୍ଦାଜ ସମସ୍ତଙ୍କ ମନ ଜିତିନେଇଥିଲା। ବିଶେଷ କରି ବିଗ୍‌ ବି’ ବେଶ୍ ଖୁସି ହୋଇଥିଲେ। ହେଲେ ରେଖା ଯେତେବେଳେ କହିଲେ ଯେ ସେ ଅମିତାଙ୍କ ଉପରେ ରାଗିଛନ୍ତି, ସେତେବେଳେ ବିଗ୍ ବି ଟିକେ ଚକିତ ହୋଇପଡ଼ିଲେ। ଏହାପରେ ସେ କହିଥିଲେ ଯେ ଶାହାରୁଖ ହେଉଛନ୍ତି ତାଙ୍କ ପ୍ରିୟ ଅଭିନେତା ଓ ଅମିତାଭ ତାଙ୍କୁ ଫିଲ୍ମ ‘ମହବତେ’ରେ ଗାଳି ଦେଇଥିଲେ, ଯାହାକି ତାଙ୍କୁ ବହୁତ ଖରାପ ଲାଗିଥିଲା। ଏହାପରେ ଅମିତାଭ ନିଜ ସଫେଇରେ ବହୁତ କିଛି କହିଥିଲେ। ସେ କହିଥିଲେ ଯେ ଫିଲ୍ମରେ ଶାହାରୁଖ ଓଲଟା ତାଙ୍କୁ ଗାଳିଦେଇଥିଲେ। ହେଲେ ରେଖା କିଛି ବି ଶୁଣି ନଥିଲେ।

https://twitter.com/SonyTV/status/1323603332724744193?s=20

ଏହାପରେ ରେଖା ଆହୁରି ଅଭିଯୋଗ ଲଗାଇଥିଲେ ଯେ ଫିଲ୍ମ ‘କଭି ଖୁସି କଭି ଗମ୍‌’ରେ ଶାହାରୁଖଙ୍କୁ ଅମିତାଭ ଘରୁ ବାହାର କରିଦେଇଥିଲେ, ଯେଉଁଥିପାଇଁ ସେ ବହୁତ କାନ୍ଦିଥିଲେ। ଏହାପରେ ଅମିତାଭ ପୁଣି ଥରେ ନିଜ ସଫେଇରେ ହାତ ଯୋଡ଼ି କହିଥିଲେ ଯେ ଏଭଳି କରିବାକୁ ତାଙ୍କୁ ସ୍କ୍ରିପ୍ଟ ରାଇଟର୍ କହିଥିଲେ। ହେଲେ ରେଖା ମାନି ନଥିଲେ।

Advertisment

ଶେଷରେ ଅମିତାଭ କହିଥିଲେ ଯେ ସେ ଦୁଃଖିତ। କାରଣ ସେ ରେଖାଙ୍କ ମନକୁ ଆଘାତ ଦେଇଛନ୍ତି। ଏହାପରେ ସେ ହାତ ଯୋଡ଼ି ଶାହାରୁଖଙ୍କୁ କ୍ଷମା ମାଗିଥିଲେ ଓ କହିଥିଲେ ଯେ ସେ ଯେବେବି ଶାହାରୁଖଙ୍କୁ ଭେଟିବେ ଏଥିପାଇଁ ତାଙ୍କୁ କ୍ଷମା ମାଗିନେବେ। ଏହାପରେ ଯାଇ ରେଖା ଖୁସି ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe