Advertisment

ଲକ୍ଷ୍ନୌରେ ଏମିତି ବେଶରେ ନଜର ଆସିଲେ ଅମିତାଭ, ଫଟୋ ଭାଇରାଲ୍‌

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ଆଜିକାଲି ମୁମ୍ବାଇ ଛାଡି ବୋଧେ ଲକ୍ଷ୍ନୌରେ ରହିବା ଆରମ୍ଭ କଲେଣି। ନିକଟରେ ତାଙ୍କୁ ନୀଳ ପାଇଜାମା , ଧଳା ଟ୍ରାଉଜର, ଗାମୁଛା, ମୁଣ୍ଡରେ ଧଳା ଟୋପି ଏବଂ ଧଳା ଦାଢି ରଖି ଲକ୍ଷ୍ନୌରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଆଉ ଏହାର ଫଟୋକୁ ସେ ନିଜେ ସୋଶାଲ୍‌ ମିଡ଼ିଆରେ ଶେଆର କରିଛନ୍ତି। ଯାହାକୁ ଦେଖିବା ପରେ ଦର୍ଶକେ ଏକଦମ୍‌ ଦ୍ୱନ୍ଦରେ ପଡିଯାଇଛନ୍ତି। ତେବେ ଏଥିରେ କନ୍‌ଫ୍ୟୁଜ୍‌ ହେବାର କିଛି ନାହିଁ। ନିର୍ମାଣ […]

author-image
Biswobandita Swain
ଅଦ୍ୟତନ ହୋଇଛି
ଲକ୍ଷ୍ନୌରେ ଏମିତି ବେଶରେ ନଜର ଆସିଲେ ଅମିତାଭ, ଫଟୋ ଭାଇରାଲ୍‌

child_suicide_kota_15610401

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ଆଜିକାଲି ମୁମ୍ବାଇ ଛାଡି ବୋଧେ ଲକ୍ଷ୍ନୌରେ ରହିବା ଆରମ୍ଭ କଲେଣି। ନିକଟରେ ତାଙ୍କୁ ନୀଳ ପାଇଜାମା , ଧଳା ଟ୍ରାଉଜର, ଗାମୁଛା, ମୁଣ୍ଡରେ ଧଳା ଟୋପି ଏବଂ ଧଳା ଦାଢି ରଖି ଲକ୍ଷ୍ନୌରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଆଉ ଏହାର ଫଟୋକୁ ସେ ନିଜେ ସୋଶାଲ୍‌ ମିଡ଼ିଆରେ ଶେଆର କରିଛନ୍ତି। ଯାହାକୁ ଦେଖିବା ପରେ ଦର୍ଶକେ ଏକଦମ୍‌ ଦ୍ୱନ୍ଦରେ ପଡିଯାଇଛନ୍ତି।

Advertisment

publive-imageତେବେ ଏଥିରେ କନ୍‌ଫ୍ୟୁଜ୍‌ ହେବାର କିଛି ନାହିଁ। ନିର୍ମାଣ ହେଉଛି ବଲିଉଡ୍‌ ଫିଲ୍ମ ‘ଗୁଲାବୋ ସିତାବୋ’। ଯେଉଁଥିରେ ଅମିତାଭ ବଚ୍ଚନ ଏବଂ ଆୟୁଷ୍ମାନ ଖୁରାନାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଅମିତାଭ ଯେଉଁ ଲୁକ୍‌ ଶେଆର କରିଛନ୍ତି ସେସବୁ ମଧ୍ୟ ଉକ୍ତ ଫିଲ୍ମର।  ଏହା ଏକ କମେଡି ଫିଲ୍ମ ବୋଲି ଶୁଣିବାକୁ ମିଳୁଛି।

publive-imageନିକଟରେ ଫିଲ୍ମର ସୁଟିଂ ଲକ୍ଷ୍ନୌରେ ଆରମ୍ଭ ହୋଇଯାଇଛି। ଫିଲ୍ମରେ ଆୟୁଷ୍ମାନ ଖୁରାନା ରହୁଥିବା ଭଡା ଘରର ମାଲିକ ଭୂମିକାରେ ଅମିତାଭ ନଜର ଆସିବେ।

Advertisment

publive-imageଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୋଜିତ୍‌ ସରକାର। ଫିଲ୍ମଟି ଆସନ୍ତା ବର୍ଷ ରିଲିଜ୍‌ ହେବାକୁ ଯାଉଛି।