Advertisment

ଅମିତାଭଙ୍କ ନାତୁଣୀଙ୍କ ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା । ଇଣ୍ଟରନେଟରେ ସେ ଏବେ ବେଶ ଚର୍ଚ୍ଚିତ । ନିକଟରେ ସେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଥିବାର ଏକ ଭିଡିଓ ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ନବ୍ୟା ଖୁବ୍‌ ସୁନ୍ଦର ଭୋବେ ପିଆନୋ ବଜାଉଥିବା ଦେଖିବାକୁ ମିଳିଛି । ସେ Yiruma ଟ୍ରାକ୍‌ River Flows in You ପ୍ଲେ କରୁଛନ୍ତି। ଏହି ଧୁନ୍‌ଟି ସୁପରହିଟ୍‌ ହଲିଉଡ ଫିଲ୍ମ […]

author-image
Madhupriya Mistry
ଅମିତାଭଙ୍କ ନାତୁଣୀଙ୍କ ଭିଡିଓ ଭାଇରାଲ

amitabh

ମୁମ୍ବାଇ: ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା । ଇଣ୍ଟରନେଟରେ ସେ ଏବେ ବେଶ ଚର୍ଚ୍ଚିତ । ନିକଟରେ ସେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଥିବାର ଏକ ଭିଡିଓ ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।

Advertisment

ଏହି ଭିଡିଓରେ ନବ୍ୟା ଖୁବ୍‌ ସୁନ୍ଦର ଭୋବେ ପିଆନୋ ବଜାଉଥିବା ଦେଖିବାକୁ ମିଳିଛି । ସେ Yiruma ଟ୍ରାକ୍‌ River Flows in You ପ୍ଲେ କରୁଛନ୍ତି। ଏହି ଧୁନ୍‌ଟି ସୁପରହିଟ୍‌ ହଲିଉଡ ଫିଲ୍ମ Twilight ରେ ବ୍ୟବହାର କରାଯାଇଛି । ନବ୍ୟାଙ୍କ ଏଭଳି ନିଖୁଣ ଭାବେ ପିଆନୋ ବଜାଉଥିବାର ଭିଡିଓ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି ।

Advertisment


ସେପେଟ ନାତୁଣୀ ନବ୍ୟାଙ୍କ ପିଆନୋ ବଜାଉଥିବା ସ୍କିଲକୁ ଦେଖି ଅମିତାଭ ଖୁସି ବ୍ୟକ୍ତି କରିଛନ୍ତି । ନବ୍ୟାଙ୍କ ପିଆନୋ ବଜାଇବା ଟାଲେଣ୍ଟକୁ ଅମିତାଭ ପସନ୍ଦ କରିବା ସହ ସୋଶାଲ ମିଡିଆରେ ବେଶ ପ୍ରଶଂସା ମଧ୍ୟ କରିଛନ୍ତି ।

କିଛି ଦିନ ତଳେ ନବ୍ୟା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ପ୍ରାଇଭେସିରୁ ବଦଳାଇ ପବ୍ଲିକ କରିଥିଲେ । ଏହାପରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଫଲୋ କରିବା ଆରମ୍ଭ କରିଥିଲେ ।

Bollywood