“କୌନ୍‌ ବନେଗା କରୋଡ଼ପତି”ର ୧୧ ତମ ସିଜିନ୍‌ ପାଇଁ ପ୍ରସ୍ତୁତି ଆରମ୍ଭ

ମୁମ୍ବାଇ: ବଲିଉଡ୍‌ର ମହାନାୟକ ବିଗ୍‌ ବି ଅମିତାଭ ବଚ୍ଚନଙ୍କ  ଅତି ଲୋକପ୍ରିୟ ଟିଭି ଶୋ’ “କୌନ୍‌ ବନେଗା କରୋଡ଼ପତି”ର ୧୧ ତମ ସିଜିନ୍‌ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଅମିତାଭ ନିଜ  ଅଫିସିଆଲ୍‌ ବ୍ଲଗ୍‌ରେ ଏହି ସୂଚନା ଦେଇଛନ୍ତି। ଅଭିତାଭ ବଚ୍ଚନ ଏଯାବତ ୭ଟି ସିଜିନ୍‌କୁ ହୋଷ୍ଟ କରିସାରିଲେଣି। ଏହି ବର୍ଷ ସେ ୮ତମ ହୋଷ୍ଟ ଭାବେ ଶୋ’ର ପରିଚାଳନା କରିବେ। ଏହି ସୂଚନା ଦେଇ ବିଗ୍‌ ବି ତାଙ୍କ ଅଫିସିଆଲ୍‌ ବ୍ଲଗ୍‌ରେ କହିଛନ୍ତି ଯେ, “କୌନ୍‌ […]

z11

z11

Rosalin Rath
  • Published: Friday, 29 March 2019
  • Updated: 29 March 2019, 11:17 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ମହାନାୟକ ବିଗ୍‌ ବି ଅମିତାଭ ବଚ୍ଚନଙ୍କ  ଅତି ଲୋକପ୍ରିୟ ଟିଭି ଶୋ’ “କୌନ୍‌ ବନେଗା କରୋଡ଼ପତି”ର ୧୧ ତମ ସିଜିନ୍‌ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଅମିତାଭ ନିଜ  ଅଫିସିଆଲ୍‌ ବ୍ଲଗ୍‌ରେ ଏହି ସୂଚନା ଦେଇଛନ୍ତି। ଅଭିତାଭ ବଚ୍ଚନ ଏଯାବତ ୭ଟି ସିଜିନ୍‌କୁ ହୋଷ୍ଟ କରିସାରିଲେଣି। ଏହି ବର୍ଷ ସେ ୮ତମ ହୋଷ୍ଟ ଭାବେ ଶୋ’ର ପରିଚାଳନା କରିବେ।

ଏହି ସୂଚନା ଦେଇ ବିଗ୍‌ ବି ତାଙ୍କ ଅଫିସିଆଲ୍‌ ବ୍ଲଗ୍‌ରେ କହିଛନ୍ତି ଯେ, “କୌନ୍‌ ବନେଗା କରାଡ୍‌ପତି”ର ୧୧ତମ ସିଜିନ୍‌ର ସୁଟିଂ ଆରମ୍ଭ ହୋଇସାରିଛି। ଏହି ଶୋ’ର ଆରମ୍ଭ ୨୦୦୦ ମସିହାରେ ହୋଇଥିଲା। ଆଉ ଏବେ ୨୦୧୯ ଚାଲିଛି। ବଲିଉଡ୍‌ର ଏତେ ବଡ ଷ୍ଟାର୍‌ ଭାବେ ସେ ଏହି ଶୋ’କୁ ପ୍ରଥମଥର ପାଇଁ ହୋଷ୍ଟ କରିଥିଲେ।
https://twitter.com/SrBachchan/status/1095769734161649664

ଦେଶର ଜନତା ମଧ୍ୟ ଏହି ଶୋ’କୁ ପୁଣି ଥରେ ଦେଖିବାକୁ ବହୁତ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଆଜି ମଧ୍ୟ ଏହି ଶୋ’ ଘରେ ଘରେ ବହୁତ ଲୋକପ୍ରିୟ ଶୋ’ ଭାବେ ପରିଚିତ। ସେ ଏହି ବର୍ଷ ଫେବୃଆରି ମାସରେ ତାଙ୍କ ହୋଷ୍ଟ କରିବା ଶୈଳୀରେ ଟ୍ୱିଟ୍‌ କରି କହିଥିଲେ ଯେ, ଆଦର୍‌ ଆଦାବ୍‌ ଅଭିନନ୍ଦନ ଆଭାର! ମେଁ ଅମିତାଭ ବଚ୍ଚନ ପ୍ରସ୍ତୁତ୍‌ କରନେ ଯା ରାହାହୁଁ ଇସ୍‌ ବର୍ଷ ୨୦୧୯ର ନୂଆ ଅଭିଯାନ ‘କୌନ୍‌ ବନେଗା କରୋଡପତି’। ବହୁତ୍‌ ଯଲଦ ଆପ୍‌କେ ଘର୍‌ମେଁ।

ବିଗ୍‌ ବିଙ୍କୁ କିଛି ଦିନ ପୂର୍ବରୁ ଆସିଥିବା ଫିଲ୍ମ “ବଦ୍‌ଲା”ରେ ଦେଖିବାକୁ ମିଳିଥିଲା। ଫିଲ୍ମରେ ଆଉ ଥରେ ପୁଣି ଅଭିନେତ୍ରୀ  ତାପସି ପନ୍ନୁ ଅଭିନୟ କରିଥିଲେ। ଏହା ସହ ସେ ଆଉ ଏକ ବଡ଼ ଫିଲ୍ମରେ କାମ କରୁଛନ୍ତି। ଯେଉଁଥିରେ ତାଙ୍କ ସହ ରଣବୀର କପୁରଙ୍କୁ ଦେଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos