Advertisment

ଅମିତାଭଙ୍କ ଓଜନ ୫ କିଲୋ କମିଲା

ମୁମ୍ୱାଇ: ନିକଟରେ ବଲିଉଡ୍‌ର ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ସେଠାରୁ ଫେରିବା ପରେ ତାଙ୍କର ଓଜନ ୫ କିଲୋ କମି ଯାଇଛି। ଓଜନ କମିବାକୁ ନେଇ ବିଗ୍‌ ବି ଖୁସି ଅଛନ୍ତି। ତାଙ୍କ କହିବା ଅନୁସାରେ ଓଜନ କମିବା ତାଙ୍କ ପାଇଁ ବହୁତ ଭଲ କଥା। ଏକଥା ସେ ତାଙ୍କ ବ୍ଲଗ୍‌ରେ ଲେଖିଛନ୍ତି। ବିଗ୍ ବି ଲେଖିଛନ୍ତି, “ସେମାନେ ମୋତେ କହିଲେ ଯେ ଗତ କିଛି ଦିନ ଭିତରେ ମୋର […]

ଅମିତାଭଙ୍କ ଓଜନ ୫ କିଲୋ କମିଲା

a3

Advertisment

ମୁମ୍ୱାଇ: ନିକଟରେ ବଲିଉଡ୍‌ର ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ସେଠାରୁ ଫେରିବା ପରେ ତାଙ୍କର ଓଜନ ୫ କିଲୋ କମି ଯାଇଛି। ଓଜନ କମିବାକୁ ନେଇ ବିଗ୍‌ ବି ଖୁସି ଅଛନ୍ତି। ତାଙ୍କ କହିବା ଅନୁସାରେ ଓଜନ କମିବା ତାଙ୍କ ପାଇଁ ବହୁତ ଭଲ କଥା। ଏକଥା ସେ ତାଙ୍କ ବ୍ଲଗ୍‌ରେ ଲେଖିଛନ୍ତି।

Advertisment

ବିଗ୍ ବି ଲେଖିଛନ୍ତି, “ସେମାନେ ମୋତେ କହିଲେ ଯେ ଗତ କିଛି ଦିନ ଭିତରେ ମୋର ଓଜନ ୫ କିଲୋ ହ୍ରାସ ପାଇଛି। ଏହା ସତ। ମୋର ଓଜନ ପ୍ରାୟ ୫ କିଲୋ କମିଛି, ଯାହା ମୋ ପାଇଁ ବହୁତ ଭଲ।’

ଅମିତାଭ ଆହୁରି ଲେଖିଛନ୍ତି, ‘ମୋ ପ୍ରିୟ ପ୍ରଶଂସକମାନେ, ସମସ୍ତଙ୍କୁ ମୋର ଭଲପାଇବା ଜଣାଉଛି। ସେମାନଙ୍କୁ ମଧ୍ୟ ଭଲ ପାଇବା ଜଣାଉଛି, ଯେଉଁମାନେ ମୋର ଅସୁସ୍ଥ ହେବା ଖବର ଶୁଣି ବ୍ୟସ୍ତ ହୋଇପଡ଼ିଥିଲେ।’

Advertisment

publive-image

ଏକ ରିପୋର୍ଟ ଅନୁଯାୟୀ, ‘କୌନ୍‌ ବନେଗା କରୋଡପତି’ର ଶୁଟିଂ ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଅମିତାଭ ରୁଟିନ୍‌ ଚେକ୍‌ଅପ୍‌ ପାଇଁ ମୁମ୍ୱାଇର ନାନାବତୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେ ସେଠାରେ ତିନି ଦିନ ରହିଥିଲେ। ତାଙ୍କୁ ୧୮ ଅକ୍ଟୋବରରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା।

ସୁସ୍ଥ ହେବା ପରେ ଅମିତାଭ ପୁଣି ଥରେ ‘କୌନ୍ ବନେଗା କରୋଡପତି’ର ଶୁଟିଂ ଆରମ୍ଭ କରି ସାରିଛନ୍ତି। ଟ୍ୱିଟ୍‌ କରି ଅମିତାଭ ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଆଗାମୀ ଦିନରେ ବିଗ୍‌ ବି’ଙ୍କୁ ଦର୍ଶକମାନେ ‘ବ୍ରହ୍ମାସ୍ତ୍ର’, ‘ଗୁଲାବୋ ସୀତାବୋ’ ଓ ‘ଝୁଣ୍ଡ’ ପରି ଫିଲ୍ମରେ ଦେଖିବାକୁ ପାଇବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe