Advertisment

ଥଣ୍ଡାକୁ ନେଇ ବିଗ୍‌ ବି’ଙ୍କ କବିତା

ମୁମ୍ବାଇ: ଥଣ୍ଡା ଆରମ୍ଭ ହୋଇଗଲାଣି। କିଛି ଜାଗାରେ ଭଲ ଥଣ୍ଡା ପଡ଼ିଲାଣି। ଆହୁରି ଅନେକ ଜାଗାରେ ଏବେସୁଦ୍ଧା ଏତେ ଥଣ୍ଡା ଅନୁଭୂତ ହୋଇନାହିଁ। ତେବେ ଥଣ୍ଡାର ଆଗମନରେ ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ଏକ ଛୋଟ, କିନ୍ତୁ ଖୁବ୍ ସୁନ୍ଦର କବିତାଟିଏ ଲେଖି ତାଙ୍କ ଟ୍ୱିଟର୍‌ ଆକାଉଣ୍ଟରେ ପୋଷ୍ଟ୍ କରିଛନ୍ତି।  ସେ ଲେଖିଛନ୍ତି- ୟେତି ୟେତି  ୟେତି, ୟେ ସର୍ଦ୍ଦି ପେ ବୀତୀ… ତନ ଢକା, ଅଙ୍ଗ ଢକା… ଢକା ପୂର୍ଣ୍ଣ ଶରୀର… ମନ୍‌ କୋ ଢକନେ […]

ଅଦ୍ୟତନ ହୋଇଛି
ଥଣ୍ଡାକୁ ନେଇ ବିଗ୍‌ ବି’ଙ୍କ କବିତା

amit

Advertisment

ମୁମ୍ବାଇ: ଥଣ୍ଡା ଆରମ୍ଭ ହୋଇଗଲାଣି। କିଛି ଜାଗାରେ ଭଲ ଥଣ୍ଡା ପଡ଼ିଲାଣି। ଆହୁରି ଅନେକ ଜାଗାରେ ଏବେସୁଦ୍ଧା ଏତେ ଥଣ୍ଡା ଅନୁଭୂତ ହୋଇନାହିଁ। ତେବେ ଥଣ୍ଡାର ଆଗମନରେ ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ଏକ ଛୋଟ, କିନ୍ତୁ ଖୁବ୍ ସୁନ୍ଦର କବିତାଟିଏ ଲେଖି ତାଙ୍କ ଟ୍ୱିଟର୍‌ ଆକାଉଣ୍ଟରେ ପୋଷ୍ଟ୍ କରିଛନ୍ତି।  ସେ ଲେଖିଛନ୍ତି- ୟେତି ୟେତି  ୟେତି, ୟେ ସର୍ଦ୍ଦି ପେ ବୀତୀ... ତନ ଢକା, ଅଙ୍ଗ ଢକା... ଢକା ପୂର୍ଣ୍ଣ ଶରୀର... ମନ୍‌ କୋ ଢକନେ ସେ ବାଜ୍‌ ରହେ, ୟହି ହେ ତକରିର୍‌ ~ ଅବ୍‌।

Advertisment

https://twitter.com/SrBachchan/status/1205574323064446977

ଏହି କବିତା ସହିତ ସେ ଏକ ଫଟୋ ମଧ୍ୟ ପୋଷ୍ଟ୍ କରିଛନ୍ତି। ଏ ଫଟୋରେ ସେ ନିଜେ ଅଛନ୍ତି। ସେ ଶୀତ ବସ୍ତ୍ର ପିନ୍ଧିବା ସହିତ ଏକ ଛତା ତଳେ ଥିବା ଦେଖା ଯାଉଛନ୍ତି।

ଅମିତାଭଙ୍କ ଏହି ପୋଷ୍ଟ ସୋଶାଲ ମିଡ଼ିଆରେ ଖୁବ୍‌ ଭାଇରାଲ୍‌ ହେଉଛି। ଏହି ଟ୍ୱିଟ୍‌କୁ ପଢ଼ି ଲୋକେ ବହୁତ କମେଣ୍ଟ ମଧ୍ୟ ଦେଇଛନ୍ତି।

Advertisment

ସୂଚନା ଅନୁଯାୟୀ, ଅମିତାଭ୍ ଏବେ ତାଙ୍କର ଅପ୍‌କମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂରେ ଖୁବ୍‌ ବ୍ୟସ୍ତ ଅଛନ୍ତି। ସେ ଅନ୍ୟ ଦୁଇ ବଲିଉଡ୍ ଷ୍ଟାର୍ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ସହ ହିମାଚଳ ପ୍ରଦେଶରେ ମାଇନସ୍‌ ୩ ଡିଗ୍ରୀରେ କାମ କରୁଛନ୍ତି। ସେଥିପାଇଁ ତାଙ୍କ ଦେହ ଖରାପ ହୋଇଯାଉଛି ଏବଂ  କାମ କରିବାରେ କଷ୍ଟ ହେଉଛି। ଏହି ଫିଲ୍ମଟି ଆସନ୍ତା ବର୍ଷ ମେ’ ମାସରେ ରିଲିଜ୍ ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଗକୁ ଅମିତାଭ ବଚ୍ଚନଙ୍କର ଆଉ କିଛି ଫିଲ୍ମ ମଧ୍ୟ ଆସୁଛି। ସେଗୁଡ଼ିକ ମଧ୍ୟରେ ରହିଛି ‘ଚେହରେ’, ‘ଗୁଲାବୋ-ସିତାବୋ’।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe