amitav
ମୁମ୍ୱାଇ : ମହାମାରୀ କରୋନା ଭାଇରସ୍ର ଆତଙ୍କ ବର୍ତ୍ତମାନ ସାରା ବିଶ୍ୱରେ ଦେଖିବାକୁ ମିଳିଛି। ଭାରତରେ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ତେଲେଙ୍ଗାନାରେ ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି। ତେଣୁ ଲୋକଙ୍କୁ କରୋନା ସଚେତନତା ବାର୍ତ୍ତା ଦେବା ପାଇଁ ବଲିଉଡ୍ ଷ୍ଟାରମାନେ ମଧ୍ୟ ଆଗକୁ ଆସିଛନ୍ତି।
ଭେଟେରାନ୍ ଅଭିନେତା ଅମିତାଭ ବଚ୍ଚନ ଏହି ଦୌଡ଼ରେ ସାମିଲ ହୋଇଛନ୍ତି। କରୋନା ଭାଇରସ୍କୁ ନେଇ ଏକ ଛୋଟ କବିତା ଲେଖି ଅମିତାଭ ସୋଶାଲ ମିଡିଆ ଆକାଉଣ୍ଟ ଟ୍ୱିଟରରେ ଶେଆର୍ କରିଛନ୍ତି। କବିତାଟି ଏମିତି ‘କରୋନାକୁ ନେଇ ଜନମାନସରେ ବହୁତ ଚିକିତ୍ସା କୁହାଯାଉଛି। କାହାର ଶୁଣିବୁ କାହାର ନାହିଁ। କିଏ କହୁଛି କଳାଜିରାକୁ ଗୁଣ୍ଡ କର କିଏ କହୁଛି ଅଁଳା ରସ। କିଏ କହୁଛି ବାହାରକୁ ନଯାଇ ଘରେ ବସ। ସମସ୍ତେ କହୁଛନ୍ତି ଏମିତି କିଛି କରନାହିଁ। ସାବୁନରେ ହାତ ନଧୋଇ କୌଣସି ଜିନିଷକୁ ଛୁଅଁ ନାହିଁ। ଠିକ୍ ଅଛି ସମସ୍ତେ ଯାହା କହୁଛନ୍ତି ଆମେ ସବୁ କରିଦେଉଛୁ। ଆସିବାକୁ ଦିଅ କରୋନା-ବରୋନା। ଆସିଲେ ତାକୁ ଠେଙ୍ଗା ଦେଖାଅ।’
କରୋନାକୁ ନେଇ ବିଗ୍ ବିଙ୍କର ଏହି କବିତା ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ୟୁଜର୍ସ ଏହାକୁ ପସନ୍ଦ କରିବା ସହିତ ବିଗ୍ ବିଙ୍କର ଲେଖାଶୈଳୀକୁ ପ୍ରଶଂସା କରିଛନ୍ତି।
କରୋନା ଭାଇରସ୍ର ପ୍ରଭାବ ବଲିଉଡ୍ ଉପରେ ମଧ୍ୟ ପଡ଼ିଛି। ବିଦେଶରେ ଥିବା ସମସ୍ତ ଶୁଟିଂକୁ କ୍ୟାନସେଲ୍ କରାଯାଇଛି। ଏପରିକି ଦିଲ୍ଲୀର ସମସ୍ତ ସ୍କୁଲକୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/03/amitav.jpg)