Advertisment

‘କୌଣସି ଧର୍ମ ସହିତ ମୋର ସମ୍ପର୍କ ନାହିଁ’

ମୁମ୍ୱାଇ:  ‘କୌଣସି ଧର୍ମ ସହିତ ମୋର ସମ୍ପର୍କ ନାହିଁ’। ଏକଥା କହିଛନ୍ତି ବିଲିଉଡ୍‌ର ମେଗାଷ୍ଟାର୍‌ ଅମିତାଭ ବଚ୍ଚନ। ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ ଅବସରରେ ‘କୌନ୍‌ ବନେଗା କରୋଡପତି’ର ଏକ ବିଶେଷ ଏପିସୋଡ୍‌ରେ ସେ ଏ କଥା କହିଥିଲେ। ସେ କହିଥିଲେ, “ମୋର ସାଙ୍ଗିଆ ବଚ୍ଚନ କୌଣସି ଧର୍ମ ସହିତ ସମ୍ୱନ୍ଧ ରଖେ ନାହିଁ। କାରଣ ମୋ ବାପା ଏହାର ବିରୋଧୀ ଥିଲେ। ପୂର୍ବରୁ ମୋ ସାଙ୍ଗିଆ ‘ଶ୍ରୀବାସ୍ତବ’ ଥିଲା। କିନ୍ତୁ ଆମେ ଏହି ସାଙ୍ଗିଆ ଉପରେ କେବେ […]

ଅଦ୍ୟତନ ହୋଇଛି
‘କୌଣସି ଧର୍ମ ସହିତ ମୋର ସମ୍ପର୍କ ନାହିଁ’

am2

Advertisment

ମୁମ୍ୱାଇ:  ‘କୌଣସି ଧର୍ମ ସହିତ ମୋର ସମ୍ପର୍କ ନାହିଁ’। ଏକଥା କହିଛନ୍ତି ବିଲିଉଡ୍‌ର ମେଗାଷ୍ଟାର୍‌ ଅମିତାଭ ବଚ୍ଚନ। ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ ଅବସରରେ ‘କୌନ୍‌ ବନେଗା କରୋଡପତି’ର ଏକ ବିଶେଷ ଏପିସୋଡ୍‌ରେ ସେ ଏ କଥା କହିଥିଲେ।

Advertisment

ସେ କହିଥିଲେ, “ମୋର ସାଙ୍ଗିଆ ବଚ୍ଚନ କୌଣସି ଧର୍ମ ସହିତ ସମ୍ୱନ୍ଧ ରଖେ ନାହିଁ। କାରଣ ମୋ ବାପା ଏହାର ବିରୋଧୀ ଥିଲେ। ପୂର୍ବରୁ ମୋ ସାଙ୍ଗିଆ ‘ଶ୍ରୀବାସ୍ତବ’ ଥିଲା। କିନ୍ତୁ ଆମେ ଏହି ସାଙ୍ଗିଆ ଉପରେ କେବେ ବିଶ୍ୱାସ କରୁ ନଥିଲୁ। ମୁଁ ଆଜି ଗର୍ବ ଅନୁଭବ କରୁଛି ଯେ ଆମ ପରିବାରର ଏହି ସାଙ୍ଗିଆ ରଖିବାରେ ମୁଁ ହେଉଛି ପ୍ରଥମ ସଦସ୍ୟ।’

ଅମିତାଭ କହିଥିଲେ ଯେ ସେ କିଡରଗାର୍ଡେନ୍‌ ସ୍କୁଲରେ ନାଁ ଲେଖାଇବା ବେଳେ ତାଙ୍କ ସାଙ୍ଗିଆ ପଚରା ଯାଇଥିଲା। ଏହା ପରେ ତାଙ୍କ ବାପା ‘ବଚ୍ଚନ’ ବୋଲି କହିଥିଲେ।

Advertisment

ଏପରିକି ଜନଗଣନା କର୍ମଚାରୀ ଅମିତାଭଙ୍କୁ ତାଙ୍କ ଧର୍ମ ବିଷୟରେ ପଚାରିଲେ ସେ କହନ୍ତି ତାଙ୍କର କୌଣସି ଧର୍ମ ନାହିଁ। ସେ ଜଣେ ଭାରତୀୟ। ଶୌଚାଳୟ ସଫା କରୁଥିବା ଲୋକଙ୍କୁ ମଧ୍ୟ  ତାଙ୍କ ପରିବାର ସମ୍ମାନ ଦିଏ ବୋଲି ଅମିତାଭ କହିଥିଲେ।

ସେ ଆହୁରି କହିଥିଲେ ଯେ ତାଙ୍କ ବାପା ତାଙ୍କ ଆଖପାଖରେ ରହୁଥିବା ସବୁ ଲୋକଙ୍କୁ ଭଲ ପାଉଥିଲେ। ଏଥିପାଇଁ ସେ ଗର୍ବ କରନ୍ତି। ପରିବାରର ପରମ୍ପରା ଅନୁସାରେ ହୋଲିରେ ସବୁଠାରୁ ବଡ଼ ଓ ସମ୍ମାନିତ ବ୍ୟକ୍ତିଙ୍କର ପାଦରେ ପ୍ରଥମେ ରଙ୍ଗ ଲଗାଯାଏ। ଏମିତିକି ହୋଲି ଉତ୍ସବ ଆରମ୍ଭ ପୂର୍ବରୁ ତାଙ୍କ ବାପା ହରିବଂଶ ରାୟ ବଚ୍ଚନ ଶୌଚାଳୟ ସଫା କରୁଥିବା ଲୋକଙ୍କ ପାଦରେ ରଙ୍ଗ ଲଗାଉଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe