Advertisment

ମହିଳା କ୍ରିକେଟ୍‌ ଟିମ୍‌ ଗଠନ କଲେ ବିଗ୍‌ ବି', ଧୋନିଙ୍କ ଝିଅ କ୍ୟାପ୍‌ଟେନ୍‌!

ମୁମ୍ବାଇ: ଭବିଷ୍ୟତର ମହିଳା କ୍ରିକେଟ୍‌ ଟିମ୍‌ ଗଠନ କରିଛନ୍ତି ବଲିଉଡର ମହାନାୟକ ଅମିତାଭ ବଚ୍ଚନ। ତାଙ୍କର ଏହି ଟିମ୍‌ରେ ୧୩ ଜଣ ଭାରତୀୟ କ୍ରିକେଟ ଦଳର ଖେଳାଳିଙ୍କ ନାଁ ସାମିଲ ଅଛି।  କ୍ରିକେଟର ସୁରେଶ ରାଇନାଙ୍କ ଠାରୁ ଆରମ୍ଭ କରି ନଟରାଜନ, ରୋହିତ, ଗାମ୍ଭିର, ପୂଜାରା, ଜାଡେଜା, ଅଶ୍ୱିନ, ସାମି, ରିଦ୍ଧିମନ୍‌ ସାହା, ଉମେଶ ଯାଦବ, ଆଜିଙ୍କେ ରାହାନେ ଓ ଧୋନି। ଏହି ସମସ୍ତ ଖେଳାଳି କନ୍ୟା ସନ୍ତାନର ବାପା ଅଟନ୍ତି।  କେବଳ ସେତିକି ନୁହେଁ ବିରାଟ-ଅନୁଷ୍କାଙ୍କ […]

ଅଦ୍ୟତନ ହୋଇଛି
ମହିଳା କ୍ରିକେଟ୍‌ ଟିମ୍‌ ଗଠନ କଲେ ବିଗ୍‌ ବି', ଧୋନିଙ୍କ ଝିଅ କ୍ୟାପ୍‌ଟେନ୍‌!

amitabh and ziva

Advertisment

ମୁମ୍ବାଇ: ଭବିଷ୍ୟତର ମହିଳା କ୍ରିକେଟ୍‌ ଟିମ୍‌ ଗଠନ କରିଛନ୍ତି ବଲିଉଡର ମହାନାୟକ ଅମିତାଭ ବଚ୍ଚନ। ତାଙ୍କର ଏହି ଟିମ୍‌ରେ ୧୩ ଜଣ ଭାରତୀୟ କ୍ରିକେଟ ଦଳର ଖେଳାଳିଙ୍କ ନାଁ ସାମିଲ ଅଛି।  କ୍ରିକେଟର ସୁରେଶ ରାଇନାଙ୍କ ଠାରୁ ଆରମ୍ଭ କରି ନଟରାଜନ, ରୋହିତ, ଗାମ୍ଭିର, ପୂଜାରା, ଜାଡେଜା, ଅଶ୍ୱିନ, ସାମି, ରିଦ୍ଧିମନ୍‌ ସାହା, ଉମେଶ ଯାଦବ, ଆଜିଙ୍କେ ରାହାନେ ଓ ଧୋନି। ଏହି ସମସ୍ତ ଖେଳାଳି କନ୍ୟା ସନ୍ତାନର ବାପା ଅଟନ୍ତି।  କେବଳ ସେତିକି ନୁହେଁ ବିରାଟ-ଅନୁଷ୍କାଙ୍କ ନବଜାତ ଝିଅ ମଧ୍ୟ ଏହି ଟିମ୍‌ରେ ସ୍ଥାନ ପାଇଛି। ଭବିଷ୍ୟତର ଏହି ମହିଳା କ୍ରିକେଟ୍‌ ଟିମ୍‌ରେ ଧୋନିଙ୍କ ଝିଅ ଜିଭାଙ୍କୁ କ୍ୟାପଟେନ୍‌ କରିଛନ୍ତି ବିଗ୍ ବି'।

Advertisment

ନିକଟରେ ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ମହିଳା କ୍ରିକେଟ ଟିମ୍‌ର ପୂରା ତାଲିକା ପ୍ରସ୍ତୁତ କରିଛନ୍ତି ଅମିତାଭ। ଏହି ତାଲିକାରେ କ୍ରିକେଟ ଟିମର ୧୩ ଜଣ ଖେଳାଳିଙ୍କ ଝିଅଙ୍କ ବିଷୟରେ ଲେଖା ହୋଇଛି।  ଏହି ଫଟୋକୁ ଶେଆର କରି ମହେନ୍ଦ୍ର ସିଂହ ଧୋନିଙ୍କ ଝିଅ ଜିଭା ଏହି ଦଳ ଅଧିନାୟକ ହେବେ କି ବୋଲି ବିଗ୍‌ ବି' ପ୍ରଶ୍ନ କରିଛନ୍ତି।

Advertisment


ନିକଟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନର ମାତା-ପିତା ହୋଇଛନ୍ତି। ବିରାଟ କୋହଲି ସୋଶାଲ ମିଡିଆ ମାଧ୍ୟମରେ ଏହି ଖୁସ ଖବର ନିଜ ପ୍ରଶଂସକଙ୍କୁ ଦେଇଥିଲେ। ଏହାପରେ ତାଙ୍କ ନିକଟରୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। କ୍ରୀଡା ଜଗତଠାରୁ ଆରମ୍ଭ କରି ସେଲିବ୍ରିଟି, ସମସ୍ତେ ବିରୁଷ୍କାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି କ୍ରମରେ ବିଗ୍‌ ବି' ଅମିତାଭ ବଚ୍ଚନ ମଧ୍ୟ ଏଭଳି ନିଆରା ଢ଼ଙ୍ଗରେ ସମସ୍ତ କ୍ରିକେଟରଙ୍କ ଝିଅର ତାଲିକା ପ୍ରସ୍ତୁତ କରି ବିରୁଷ୍କାଙ୍କୁ ଶୁଭେଚ୍ଛା ଦେଇଛନ୍ତି। ଅମିତାଭଙ୍କ ଏହି ଟୁଇଟ୍‌ ଏବେ ଭାଇରାଲ ହେବାରେ ଲାଗିଛି। ଅନେକ ଫ୍ୟାନ୍ସ ଏଥିରେ କମେଣ୍ଟ ଦେଇଛନ୍ତି।

Bollywood Amitabh Bachchan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe