amitabh-bachchan
ମୁମ୍ବାଇ: ଏକାଠି ହେଲେ ବଚ୍ଚନ ପରିବାରର ତିନି ପିଢ଼ି । ଗୋଟିଏ ଫ୍ରେମରେ ଆସିଲେ ନଜର । ବଲିଉଡର ମହାନାୟକ ଅମିତାଭ ବଚ୍ଚନ ନିଜ ପରିବାରର ତିନି ପିଢ଼ିଙ୍କ ଏକ ଫଟୋକୁ ସୋଶାଲ ମିଡିଆରେ ସେଆର କରିଛନ୍ତି । ଏହି ଫଟୋରେ ଅମିତାଭ ବଚ୍ଚନ ତାଙ୍କ ଅଜା ଖଜାନ ସିଂହ ସୁରୀ ଏବଂ ପୁଅ ଅଭିଷେକଙ୍କ ସହ ନଜର ଆସିଛନ୍ତି। ତିନି ଜଣ ମୁଣ୍ଡରେ ଶିଖ ପଗଡି ମଧ୍ୟ ପିନ୍ଧିଛନ୍ତି । ବିଗ୍ ବିଙ୍କ ଏହି ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି।
ବିଗ ବି’ ଏହି ଫଟୋକୁ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଶେଆର କରିଛନ୍ତି। ଫଟୋକୁ ଶେଆର କରି ସେ ଲେଖିଛନ୍ତି “ନାନା...ପୋତା...ପରପୋତା।”
ଏହାପୂର୍ବରୁ ମଧ୍ୟ ଅମିତାଭ ବଚ୍ଚନ ନିଜ ଦିବଙ୍ଗତ ମା’ ତେଜି ବଚ୍ଚନଙ୍କ ସ୍ମୃତିରେ ପିଲା ଦିନର ଏକ ଫଟୋକୁ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେଆର କରିଥିଲେ। ଏଥିରେ ସେ ତାଙ୍କ ମା’ ଓ ଭାଇ ଅଜିତାଭ ବଚ୍ଚନଙ୍କ ସହ ନଜର ଆସିଥିଲେ।
ବିଗ ବି’ ଅମିତାଭ ବଚ୍ଚନ ଏବେ ଖୁବ ବ୍ୟସ୍ତ । ଆସନ୍ତାବର୍ଷ ତାଙ୍କର ଅନେକ ଗୁଡିଏ ଫିଲ୍ମ ରିଲିଜ ଅପେକ୍ଷାରେ ରହିଛି। ସେ ଇମ୍ରାନ ହାସମୀଙ୍କ ସହ ଚେହେରା, ନାଗରାଜ ମଞ୍ଜୁଲେଙ୍କ ‘ଝଣ୍ଡୁ’, ଅୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ। ଏହା ବ୍ୟତୀତ ତାଙ୍କର ଆଉ ଏକ ଫିଲ୍ମ ‘ମେ ଡେ’ ମଧ୍ୟ ୨୦୨୧ରେ ହିଁ ରିଲିଜ ହେବ । ଏଥିରେ ସେ ଅଜୟ ଦେବଗନ ଓ ରାକୁଲ ପ୍ରିତଙ୍କ ସହ ନଜର ଆସିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/12/amitabh-bachchan.jpg)