ଦିବ୍ୟାଙ୍ଗ ପିଲାଙ୍କ ସହ ଜାତୀୟ ସଂଗୀତ ଗାଇଲେ ଅମିତାଭ
ମୁମ୍ବାଇ: ଗତକାଲି ସାରା ଦେଶରେ ପାଳିତ ହୋଇଥିଲା ୭୧ତମ ସାଧାରଣତନ୍ତ୍ର ଦିବସ। ସମସ୍ତେ ଏହାକୁ ବେଶ୍ ଉତ୍ସାହର ସହ ପାଳନ କରିଥିଲେ। ବଲିଉଡ୍ ସେଲେବ୍ରିଟିମାନେ ମଧ୍ୟ ଏହି ଦିବସକୁ ପାଳନ କରିବା ସହ ସୋଶାଲ୍ ମିଡିଆରେ ଏ ନେଇ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ବି ଏଥିରେ ସାମିଲ ହୋଇଥିଲେ। ସେ ନିଜ ଟ୍ୱିଟର୍ ପେଜ୍ ଜରିଆରେ ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଥିଲେ। ହେଲେ ବିଗ୍ବି’ଙ୍କ ଷ୍ଟାଇଲ୍ ଥିଲା ଟିକେ ହଟ୍କେ।
T 3421 – My pride , my Nation , my Republic Day ..
The National Anthem with children differently challenged – some without hearing and speech ..
I am honoured and privileged to be with them ..Jai Hind pic.twitter.com/CXQAToYNOc
— Amitabh Bachchan (@SrBachchan) January 26, 2020
ଅମିତାଭ ନିଜ ଟ୍ୱିଟର୍ରେ ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ସାଂକେତିକ ଭାଷାରେ ଜାତୀୟ ସଂଗୀତ ବୋଲିଥିବା ଦେଖିବାକୁ ମିଳିଥିଲା। ତାଙ୍କ ସହିତ ଅନେକ ଦିବ୍ୟାଙ୍ଗ ପିଲା ମଧ୍ୟ ଜାତୀୟ ସଙ୍ଗୀତ ଗାନ କରିଥିଲେ।
ଭିଡିଓଟିକୁ ପୋଷ୍ଟ କରି ଅମିତାଭ ଲେଖିଥିଲେ, “ମୋ ଗର୍ବ, ମୋ ଦେଶ ମୋ ଗଣତନ୍ତ୍ର ଦିବସ…ଦିବ୍ୟାଙ୍ଗ ପିଲାମାନଙ୍କ ସହ ଜାତୟ ସଂଗୀତ ଏମାନଙ୍କ ମଧ୍ୟରୁ କିଛି ଶୁଣିପାରନ୍ତି ନାହିଁ ଓ କିଛି କଥା କହିପାରନ୍ତି ନାହିଁ…ଏମାନଙ୍କ ଗହଣରେ ମୁଁ ନିଜକୁ ସମ୍ମାନିତ ଅନୁଭବ କରୁଛି।”
T 3421 – गणतंत्र दिवस की शुभकामनाएँ । जय हिंद 🇮🇳 pic.twitter.com/NoMBpeo6ts
— Amitabh Bachchan (@SrBachchan) January 25, 2020
ଏହାବ୍ୟତୀତ ବିଗ୍ ବି ନିଜର ଏକ ଫଟୋ କୋଲାଜ୍ ମଧ୍ୟ ଶେଆର୍ କରିଛନ୍ତି। ଏଥିରେ ତାଙ୍କ ଜ୍ୟାକେଟ୍ର ରଙ୍ଗ ତ୍ରିରଙ୍ଗାର ରଙ୍ଗ ସହ ସମାନ ଥିବା ଦେଖିବାକୁ ମିଳିଛି। ଏଥିସହ ଅମିତାଭ ଆଉ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ନିଜ କଣ୍ଠରେ ଜାତୀୟ ସଂଗୀତ ଗାନ କରିଛନ୍ତି। ତାଙ୍କର ଏହି ଫଟୋ ଓ ଭିଡିଓଗୁଡ଼ିକୁ ଫ୍ୟାନ୍ମାନେ ବହୁତ ପସନ୍ଦ କରୁଛନ୍ତି। ବିଶେଷକରି ଦିବ୍ୟାଙ୍ଗ ପିଲାଙ୍କ ସହ ଥିବା ଭିଡିଓଟିକୁ ଅନେକ ଲୋକ ରିଟ୍ୱିଟ୍ କରୁଛନ୍ତି।
JAI HIND 🇮🇳 https://t.co/0gLmVzdxlX
— Amitabh Bachchan (@SrBachchan) January 25, 2020
ସୂଚନାଯୋଗ୍ୟ, ଅମିତାଭ ବଚ୍ଚନଙ୍କ ପାଖରେ ଏବେ ଅନେକ ପ୍ରୋଜେକ୍ଟ ରହିଛି। ତାଙ୍କର ଅପ୍କମିଂ ଫିଲ୍ମ ମଧ୍ୟରେ ରହିଛି ‘ବ୍ରହ୍ମାସ୍ତ୍ର’, ‘ଚେହେରେ’ ଓ ‘ଗୁଲାବୋ ସୀତାବୋ’। ଏଗୁଡ଼ିକୁ ନେଇ ଏବେ ସେ ବ୍ୟସ୍ତ ରହୁଛନ୍ତି। ଏହି ଫିଲ୍ମ ଗୁଡ଼ିକ ଚଳିତ ବର୍ଷ ରିଲିଜ୍ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।