ଅମିତାଭ ଏବଂ ଅଭିଷେକ ବଚ୍ଚନଙ୍କୁ କରୋନା

ମୁମ୍ବାଇ: ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି। ଶନିବାର ଅମିତାଭଙ୍କ ସ୍ୱାବ୍ ପଜିଟିଭ୍ ଆସିବା ପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ନିଜେ ଅମିତାଭ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି। ବିଗ୍‌ ବି ଏହି ଟ୍ୱିଟ୍‌ରେ କହିଛନ୍ତି, ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ନିଜ ନିଜର କୋଭିଡ୍‌ ଟେଷ୍ଟ କରାଇ ନିଅନ୍ତୁ। ଅମିତାଭଙ୍କ ପରେ ଅଭିଷେକଙ୍କ ବାବଦରେ ସୂଚନା ମିଳିଛି। ତାଙ୍କୁ […]

amitabh-b

Subrat Kumar Nayak
  • Published: Sunday, 12 July 2020
  • , Updated: 12 July 2020, 12:50 AM IST

ମୁମ୍ବାଇ: ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି। ଶନିବାର ଅମିତାଭଙ୍କ ସ୍ୱାବ୍ ପଜିଟିଭ୍ ଆସିବା ପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ନିଜେ ଅମିତାଭ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି। ବିଗ୍‌ ବି ଏହି ଟ୍ୱିଟ୍‌ରେ କହିଛନ୍ତି, ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ନିଜ ନିଜର କୋଭିଡ୍‌ ଟେଷ୍ଟ କରାଇ ନିଅନ୍ତୁ। ଅମିତାଭଙ୍କ ପରେ ଅଭିଷେକଙ୍କ ବାବଦରେ ସୂଚନା ମିଳିଛି। ତାଙ୍କୁ ମଧ୍ୟ ନାନାବତୀ ହସ୍ପିଟାଲ ନିଆଯାଇଛି।

https://youtu.be/eLCTTbxEpGY

ଅମିତାଭ ଟ୍ୱିଟ୍‌ରେ ଲେଖିଥିଲେ, ମୁଁ କରୋନା ପଜିଟଭ୍ ଚିହ୍ନଟ ହୋଇଛି। ପରିବାର ଲୋକ, ଷ୍ଟାଫ ମାନଙ୍କର ପରୀକ୍ଷା କରାଯାଇଛି। ରେଜଲ୍ଟକୁ ଅପେକ୍ଷା କରାଯାଇଛି। ଯେଉଁମାନେ ମୋ ସଂସ୍ପର୍ଶରେ ଆସିଥିବେ ଦୟାକରି ନିଜ ନିଜର ପରୀକ୍ଷା କରାଇନିଅନ୍ତୁ।

https://twitter.com/SrBachchan/status/1282002456063295490?s=20

https://twitter.com/juniorbachchan/status/1282018653215395840?s=20

ନାନାବତୀ ହସ୍ପିଟାଲ ଅମିତାଭଙ୍କ ଜୁହୁ ସ୍ଥିତ ବାସଭବନର ଖୁବ୍ ନିକଟବର୍ତ୍ତୀ। କରୋନା ଚିହ୍ନଟ ପରେ ତାଙ୍କୁ ତୁରନ୍ତ ଏହି ହସ୍ପିଟାଲ ନିଆଯାଇଛି। ଶେଷଥର ପାଇଁ ସେ ଗୁଲାବୋ ସିତାବୋରେ ପରଦାକୁ ଆସିଥିଲେ। ଆୟୁଷ୍ମାନ ଖୁରାନାଙ୍କ ସହ ସେ ଏହି ଫିଲ୍ମରେ ଅଭିନୟ କରିଥିଲେ। ଅମିତାଭଙ୍କୁ କରୋନା ବାବଦରେ ଜଣାପଡ଼ିବା ପରେ ତାଙ୍କ ପ୍ରଶଂସକ ମହଲରୁ ତାଙ୍କ ଆରୋଗ୍ୟ କାମନା କରାଯାଉଛି।

https://twitter.com/pcsarangi/status/1282014639610462208?s=20

https://twitter.com/PandaJay/status/1282017344319963137?s=20

Related story