Advertisment

‘ଆମ ପିଲାଦିନେ ଗୋଟିଏ ଚାପୁଡ଼ାରେ ନେଟ୍‌ୱାର୍କ ଆସୁଥିଲା’

ମୁମ୍ୱାଇ : ଅମିତାଭ ବଚ୍ଚନ ସୋଶାଲ୍‌ ମିଡିଆରେ ଭାରି ଆକ୍ଟିଭ୍ ରହନ୍ତି। ନିକଟରେ ବିଗ୍‌ ବି ତାଙ୍କ ଟ୍ୱିଟର୍‌ ଆକାଉଣ୍ଟରେ ଏକ ମଜାଳିଆ ଟ୍ୱିଟ୍‌ କରିଥିଲେ, ଯାହା ବହୁଳ ମାତ୍ରାରେ ଭାଇରାଲ୍‌ ହୋଇଛି। ଏହି ଟ୍ୱିଟ୍‌କୁ ପଢ଼ିଲେ ଆପଣ ବି ନ ହସି ରହିପାରିବେ ନାହିଁ। ଏଥିରେ ଅମିତାଭ ଲେଖିଛନ୍ତି, ଆମ ପିଲାଦିନେ ୩ଜି, ୪ଜି ଓ ୫ଜି ନଥିଲା। କେବଳ ଗୁରୁଜୀ, ପିତାଜୀ ଓ ମାତାଜୀ ଥିଲେ। ଗୋଟିଏ ଚାପୁଡ଼ାରେ ହିଁ ଆମର ନେଟୱାର୍କ ଚାଲି […]

‘ଆମ ପିଲାଦିନେ ଗୋଟିଏ ଚାପୁଡ଼ାରେ ନେଟ୍‌ୱାର୍କ ଆସୁଥିଲା’

55555

Advertisment

ମୁମ୍ୱାଇ : ଅମିତାଭ ବଚ୍ଚନ ସୋଶାଲ୍‌ ମିଡିଆରେ ଭାରି ଆକ୍ଟିଭ୍ ରହନ୍ତି। ନିକଟରେ ବିଗ୍‌ ବି ତାଙ୍କ ଟ୍ୱିଟର୍‌ ଆକାଉଣ୍ଟରେ ଏକ ମଜାଳିଆ ଟ୍ୱିଟ୍‌ କରିଥିଲେ, ଯାହା ବହୁଳ ମାତ୍ରାରେ ଭାଇରାଲ୍‌ ହୋଇଛି। ଏହି ଟ୍ୱିଟ୍‌କୁ ପଢ଼ିଲେ ଆପଣ ବି ନ ହସି ରହିପାରିବେ ନାହିଁ।

Advertisment

ଏଥିରେ ଅମିତାଭ ଲେଖିଛନ୍ତି, ଆମ ପିଲାଦିନେ ୩ଜି, ୪ଜି ଓ ୫ଜି ନଥିଲା। କେବଳ ଗୁରୁଜୀ, ପିତାଜୀ ଓ ମାତାଜୀ ଥିଲେ। ଗୋଟିଏ ଚାପୁଡ଼ାରେ ହିଁ ଆମର ନେଟୱାର୍କ ଚାଲି ଆସୁଥିଲା। ବିଗ୍‌ ବିଙ୍କର ଏହି ଟ୍ୱିଟ୍‌ଟି ଫ୍ୟାନ୍‌ମାନଙ୍କ ମନକୁ ବେଶ୍‌ ଛୁଇଁଛି।

https://twitter.com/SrBachchan/status/1178050785336147968

ଏହି ମଜାଦାର ଟ୍ୱିଟ୍‌ରେ ଫ୍ୟାନ୍‌ମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଏହାକୁ ୬୯ ହଜାର ୩୯୬ ଜଣ ୟୁଜର୍‌ ଲାଇକ୍‌ କରିଥିବା ବେଳେ ୬,୦୮୮ ଥର ରିଟ୍ୱିଟ୍‌ କରାଯାଇଛି।

Advertisment

ନିକଟରେ ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲ୍‌କେ ପୁରସ୍କାର ପାଇଁ ଚୟନ କରାଯାଇଛି। ଏହି ପୁରସ୍କାର ପାଇଁ ସାରା ଦେଶବାସୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଦିନରେ ଅମିତାଭଙ୍କୁ ‘ବ୍ରାହ୍ମାସ୍ତ୍ର’, ‘ଚେହରେ’, ‘ଝୁଣ୍ଡ’ ଓ ‘ଗୁଲାବୋ ସିତାବୋ’ ପରି ଫିଲ୍ମରେ ଦେଖିବାକୁ ମିଳିବ।

https://twitter.com/SrBachchan/status/1178050785336147968

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe