Advertisment

ଅମିତାଭଙ୍କ ସ୍ୱରରେ ଚାଲିବ ଗୁଗଲ୍ ମ୍ୟାପ୍ !

ନୂଆଦିଲ୍ଲୀ : ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। କରୋନା ଭାଇରସ୍ ଲକଡାଉନ ସମୟରେ ମଧ୍ୟ ସେ ନିଜ ସୋଶାଲ ମିଡିଆ ପୋଷ୍ଟ ଜରିଆରେ ଫ୍ୟାନ୍ସଙ୍କ ସହିତ ଜଡ଼ିତ ରହିଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ଗୁଗଲ୍‌ ସହିତ ଅମିତାଭଙ୍କର ଯୋଗାଯୋଗ ହୋଇଛି। ଖୁବ୍‌ ଶୀଘ୍ର ଅମିତାଭ ଗୁଗଲ୍‌ ମ୍ୟାପ୍‌ ପାଇଁ ସ୍ୱର ଦେବାକୁ ଯାଉଛନ୍ତି। ତେବେ ଏଥିପାଇଁ ଗୁଗଲ୍‌ ତାଙ୍କୁ ଭଲ ଅଫର୍ ମଧ୍ୟ କରିଥିବା ଶୁଣିବାକୁ ମିଳିଛି। ଯଦି ଅମିତାଭ ଗୁଗଲ୍‌ର […]

ଅଦ୍ୟତନ ହୋଇଛି
ଅମିତାଭଙ୍କ ସ୍ୱରରେ ଚାଲିବ ଗୁଗଲ୍ ମ୍ୟାପ୍ !

ammm

Advertisment

ନୂଆଦିଲ୍ଲୀ : ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। କରୋନା ଭାଇରସ୍ ଲକଡାଉନ ସମୟରେ ମଧ୍ୟ ସେ ନିଜ ସୋଶାଲ ମିଡିଆ ପୋଷ୍ଟ ଜରିଆରେ ଫ୍ୟାନ୍ସଙ୍କ ସହିତ ଜଡ଼ିତ ରହିଛନ୍ତି।

Advertisment

ମିଡିଆ ରିପୋର୍ଟ ଅନୁସାରେ ଗୁଗଲ୍‌ ସହିତ ଅମିତାଭଙ୍କର ଯୋଗାଯୋଗ ହୋଇଛି। ଖୁବ୍‌ ଶୀଘ୍ର ଅମିତାଭ ଗୁଗଲ୍‌ ମ୍ୟାପ୍‌ ପାଇଁ ସ୍ୱର ଦେବାକୁ ଯାଉଛନ୍ତି। ତେବେ ଏଥିପାଇଁ ଗୁଗଲ୍‌ ତାଙ୍କୁ ଭଲ ଅଫର୍ ମଧ୍ୟ କରିଥିବା ଶୁଣିବାକୁ ମିଳିଛି। ଯଦି ଅମିତାଭ ଗୁଗଲ୍‌ର ଅଫର୍‌କୁ ସ୍ୱୀକାର କରୁଛନ୍ତି, ତେବେ କମ୍ପାନୀ ତାଙ୍କ ଘରେ ହିଁ ଭଏସ୍‌ ରେକର୍ଡ କରିବା ପାଇଁ ସୁବିଧା ପ୍ରଦାନ କରିବ। ହେଲେ ଏହି ଖବରକୁ ନେଇ ବିଗ୍‌ ବି’ଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଗୁଗଲ୍‌ ମ୍ୟାପ୍‌ରେ ମହାନାୟକ ଅମିତାଭ ବଚ୍ଚନଙ୍କ ସ୍ୱର ଶୁଣାଗଲେ, ତାଙ୍କ ସ୍ୱରରେ ହିଁ ଲୋକେ ମ୍ୟାପ୍‌ ଜରିଆରେ ବାମ ଡ଼ାହାଣକୁ ଯିବେ। ଆଗକୁ ବିଗ୍‌ ବ”ଙ୍କର ଚାରୋଟି ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ସେଗୁଡ଼ିକ ମଧ୍ୟରେ ‘ଚେହ୍‌ରେ’, ‘ଝଣ୍ଡ’, ‘ବ୍ରହ୍ମାସ୍ତ୍ର’ ଓ ‘ଗୁଲାବୋ-ସିତାବୋ’ ରହିଛି।

Advertisment

କିଛି ଦିନ ପୂର୍ବରୁ ‘ଗୁଲାବୋ –ସିତାବୋ’ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି। ଏଥିରେ ଅମିତାଭଙ୍କ ସହିତ ଆୟୁଷ୍ମାନ୍‌ ଖୁରାନା ରହିଛନ୍ତି। ଫିଲ୍ମଟି ୧୨ ଜୁନ୍‌ ୨୦୨୦ରେ ଆମାଜନ୍ ପ୍ରାଇମ୍‌ରେ ରିଲିଜ୍‌ ହେବ। ଏବେ ବିଗ୍‌ ବି କରୋନା ଲକ୍‌ଡାଉନରେ ଫସି ରହିଥିବା ଶ୍ରମିକଙ୍କୁ ଘରେ ପହଞ୍ଚାଇବାରେ ବ୍ୟସ୍ତ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe