Advertisment

ଆସିଲା ବିଗ୍ ବିଙ୍କ କରୋନା ରିପୋର୍ଟ

ମୁମ୍ବାଇ: ବିଗ୍ ବି ଅମିତାଭ୍ ବଚ୍ଚନଙ୍କ ଫ୍ୟାନମାନଙ୍କ ପାଇଁ ଏକ ଖୁସି ଖବର। ବଲିଉଡ୍ ମହାନାୟକ ଅମିତାଭ୍ ଏବଂ ତାଙ୍କ ପୁଅ ଅଭିଷେକ ବଚ୍ଚନ କରୋନା ପଜିଟିଭ୍ ଆସିବା ପରେ ସାରା ବଲିଉଡ୍ ସମେତ କୋଟି କୋଟି ପ୍ରଶଂସକଙ୍କ ମନ ଦୁଃଖ ହୋଇଯାଇଥିଲା। ଏପରି କି ବଚ୍ଚନ ପରିବାରର ଆରୋଗ୍ୟ କାମନା କରି ଫ୍ୟାନମାନେ ପୂଜାପାଠ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା। ତେବେ ଏବେ ଅମିତାଭଙ୍କ ଆତ୍ମୀୟ ଓ ପ୍ରଶଂସକମାନଙ୍କ ମନ ଖୁସି କରିଦେଲା ଭଳି ଖବର […]

ଅଦ୍ୟତନ ହୋଇଛି
ଆସିଲା ବିଗ୍ ବିଙ୍କ କରୋନା ରିପୋର୍ଟ

big-b

Advertisment

ମୁମ୍ବାଇ: ବିଗ୍ ବି ଅମିତାଭ୍ ବଚ୍ଚନଙ୍କ ଫ୍ୟାନମାନଙ୍କ ପାଇଁ ଏକ ଖୁସି ଖବର। ବଲିଉଡ୍ ମହାନାୟକ ଅମିତାଭ୍ ଏବଂ ତାଙ୍କ ପୁଅ ଅଭିଷେକ ବଚ୍ଚନ କରୋନା ପଜିଟିଭ୍ ଆସିବା ପରେ ସାରା ବଲିଉଡ୍ ସମେତ କୋଟି କୋଟି ପ୍ରଶଂସକଙ୍କ ମନ ଦୁଃଖ ହୋଇଯାଇଥିଲା। ଏପରି କି ବଚ୍ଚନ ପରିବାରର ଆରୋଗ୍ୟ କାମନା କରି ଫ୍ୟାନମାନେ ପୂଜାପାଠ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା। ତେବେ ଏବେ ଅମିତାଭଙ୍କ ଆତ୍ମୀୟ ଓ ପ୍ରଶଂସକମାନଙ୍କ ମନ ଖୁସି କରିଦେଲା ଭଳି ଖବର ଆସିଛି।

Advertisment

କରୋନା ପଜିଟିଭ୍ ଥିବା ଜଣାପଡ଼ିବା ପରେ ଗତ 11 ତାରିଖରୁ ମୁମ୍ୱାଇର ନାନାବତୀ ହସ୍ପିଟାଲରେ ଅମିତାଭ୍ ଏବଂ ଅଭିଷେକ୍ ଭର୍ତ୍ତି ହୋଇଥିଲେ। ଅମିତାଭ୍ ହସ୍ପିଟାଲରେ ଭର୍ତ୍ତି ହେବା ପରେ ମଧ୍ୟ ସୋଶାଲ ମିଡିଆ ଜରିଆରେ ନିଜ ଫ୍ୟାନମାନଙ୍କ ସହ ଯୋଡ଼ିହୋଇ ରହୁଥିଲେ। ସମସ୍ତେ ତାଙ୍କ ଆଶୁ ଆରୋଗ୍ୟ କାମନା କରୁଥିଲେ।

ତେବେ ଖୁବଶୀଘ୍ର ଅମିତାଭ୍ ହସ୍ପିଟାଲରୁ ଡିସାର୍ଚ୍ଚ ହୋଇପାରନ୍ତି। କାରଣ ଅମିତାଭଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି।

Advertisment

ସୂଚନାଯୋଗ୍ୟ, ଅମିତାଭଙ୍କ ସମେତ ତାଙ୍କ ପରିବାରର 4 ସଦସ୍ୟ କରୋନା ପଜିଟିଭ୍ ଥିଲେ। ଅଭିଷେକ, ଐଶ୍ୱର୍ୟା ଏବଂ ଝିଅ ଆରାଧ୍ୟା ମଧ୍ୟ କରୋନା ପଜିଟିଭ୍ ଥିବା ଜଣାପଡ଼ିଲା। ବିଗ୍ ବି ଓ ଅଭିଷେକ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଐଶ୍ୱର୍ୟା ଏବଂ ଆରାଧ୍ୟା ହୋମ୍ କ୍ୱାରେଣ୍ଟାଇନରେ ଚାରି ଦିନ ରହିବା ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା।

ଆଜି ବିଗ୍ ବିଙ୍କ କରୋନା ନେଗେଟିଭ୍ ରିପୋର୍ଟ ଆସିଛି। ଏହାପରେ ଆଉ ଦୁଇଥର ଟେଷ୍ଟ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଲେ ଅମିତାଭ୍ ହସ୍ପିଟାଲରୁ ଡିସଚାର୍ଜ ହୋଇଯିବେ। ଅନ୍ୟପଟେ ଅଭିଷେକ, ଐଶ୍ୱର୍ୟା ଏବଂ ଆରାଧ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥ୍ଯା ସ୍ଥିର ରହିଛି।

Coronavirus Amitabh Bachchan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe