Advertisment

ପୁଣି 'କୌନ୍ ବନେଗା କରୋଡ଼ପତି' ନେଇ ଆସୁଛନ୍ତି ବିଗ୍ ବି

ନୂଆଦିଲ୍ଲୀ: ନୋଭେଲ୍ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଏବେ ଚାଲିଛି ଲକ୍ ଡାଉନ୍।  ସବୁ କିଛି ଯେପରି ଅଟକି ଯାଇଛି। ଅନ୍ୟାନ୍ୟ ବ୍ୟବସାୟ ପରି ଫିଲ୍ମ ଓ ଟେଲିଭିଜନ୍ ଇଣ୍ଡଷ୍ଟ୍ରିରେ ମଧ୍ୟ ତାଲା ପଡ଼ିଛି। ସବୁ ଶୁଟିଂ ଏବେ ବନ୍ଦ ରହିଛି, ହେଲେ ଏହି ଲକଡାଉନ୍ ମହାନାୟକ ଅମିତାଭ ବଚ୍ଚନଙ୍କୁ ଅଟକାଇପାରି ନାହିଁ। ଅନେକ ବଡ଼ ବଡ଼ ଫିଲ୍ମର ଶୁଟିଂ ବନ୍ଦ ଥିବା ବେଳେ ବିଗ୍ ବି କିନ୍ତୁ ତାଙ୍କ ଟିଭି ଶୋ’ […]

ଅଦ୍ୟତନ ହୋଇଛି
ପୁଣି 'କୌନ୍ ବନେଗା କରୋଡ଼ପତି' ନେଇ ଆସୁଛନ୍ତି ବିଗ୍ ବି

KBC

Advertisment

ନୂଆଦିଲ୍ଲୀ: ନୋଭେଲ୍ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଏବେ ଚାଲିଛି ଲକ୍ ଡାଉନ୍।  ସବୁ କିଛି ଯେପରି ଅଟକି ଯାଇଛି। ଅନ୍ୟାନ୍ୟ ବ୍ୟବସାୟ ପରି ଫିଲ୍ମ ଓ ଟେଲିଭିଜନ୍ ଇଣ୍ଡଷ୍ଟ୍ରିରେ ମଧ୍ୟ ତାଲା ପଡ଼ିଛି। ସବୁ ଶୁଟିଂ ଏବେ ବନ୍ଦ ରହିଛି, ହେଲେ ଏହି ଲକଡାଉନ୍ ମହାନାୟକ ଅମିତାଭ ବଚ୍ଚନଙ୍କୁ ଅଟକାଇପାରି ନାହିଁ। ଅନେକ ବଡ଼ ବଡ଼ ଫିଲ୍ମର ଶୁଟିଂ ବନ୍ଦ ଥିବା ବେଳେ ବିଗ୍ ବି କିନ୍ତୁ ତାଙ୍କ ଟିଭି ଶୋ’ ଆରମ୍ଭ କରିବାକୁ ଯାଉଛନ୍ତି। ସୋନି ଟିଭିରେ ଏହାର ପ୍ରମୋ ମଧ୍ୟ ରିଲିଜ୍ ହୋଇଯାଇଛି।

Advertisment

ସୋନି ଟିଭି ଦ୍ୱାରା ଇନଷ୍ଟାଗ୍ରାମରେ ଏକ ପ୍ରୋମୋ ଭିଡିଓ ଶେଆର୍ କରାଯାଇଛି, ଯେଉଁଥିରେ ଯେଉଁଥିରେ ବିଗ୍ ବି କବିତା ପାଠ କରୁଥିବା ଓ ‘କେବିସି ୨୦୨୦’ର ଘୋଷଣା କରୁଥିବା ଦେଖିବାକୁ ମିଳିଛି। ବିଗ୍ ବି କହିଛନ୍ତି ଯେ, ନୁକ୍କଡ଼ର ଚା’ ଦୋକାନଠାରୁ ଟ୍ରେନ୍ ପର୍ଯ୍ୟନ୍ତ ସବୁଥିରେ ବ୍ରେକ୍ ଲାଗିପାରିବ, କିନ୍ତୁ ସ୍ୱପ୍ନର ଉଚ୍ଚ ଉଡ଼ାଣରେ କେବେ ବି ବ୍ରେକ୍ ଲାଗିପାରିବ ନାହିଁ। ସ୍ୱପ୍ନକୁ ନୂଆ ଉଡ଼ାଣ ଦେବା ପାଇଁ ଆରମ୍ଭ ହେଉଛି ‘କୌନ୍ ବନେଗା କରୋଡ଼ପତି’।

https://www.instagram.com/p/B_sPTwTlPSx/?utm_source=ig_web_copy_link

ଅମିତାଭ ବଚ୍ଚନଙ୍କ ଏହି ଗେମ୍ ଶୋ’ ଦୀର୍ଘ ୨୦ ବର୍ଷ ଧରି ସୁପରହିଟ୍ ହୋଇଛି। ୨୦୦୦ ମସିହାରୁ ସୋନିଟିଭିରେ ଏହାର ପ୍ରସାରଣ ହେଉଛି। ଆଗଭଳି ଏବେ ବି ଅମିତାଭଙ୍କ ଏହି ଲୋକପ୍ରିୟ ଶୋ’କୁ ଲୋକମାନଙ୍କ ଢେର୍ ଭଲପାଇବା ମିଳୁଛି। ଏବେ ବି ଲୋକଙ୍କ ମନରେ ସେହି ସମାନ ଉତ୍ସାହ ରହିଛି। ତେବେ ଏ ପର୍ଯ୍ୟନ୍ତ, କେବିସିର ୧୧ଟି ସିଜିନ୍ ଆସିଛି ଏବଂ ୨୦୨୦ରେ ଏହାର ଦ୍ୱାଦଶ ସିଜନ୍ ଆରମ୍ଭ ହେବାକୁ ଯାଉଛି ଓ ଏଥିପାଇଁ ଆସନ୍ତା ୯ ତାରିଖରୁ ରାତି ୯ଟାରେ ଏହାର ପଞ୍ଜୀକରଣ ଆରମ୍ଭ ହେବାକୁ ଯାଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe