Advertisment

କରୋନାର ଚିକିତ୍ସା ସଂପର୍କିତ ଟ୍ୱିଟ୍ କରି ଟ୍ରୋଲ୍ ହେଲେ ଅମିତାଭ

ମୁମ୍ବାଇ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଆଜିକାଲି କରୋନା (COVID-19)କୁ ନେଇ ଲଗାତାର ସୋଶାଲ୍ ମିଡିଆରେ ପୋଷ୍ଟ କରୁଛନ୍ତି। ତେବେ ଲୋକମାନେ କ୍ରମାଗତ ଭାବରେ ତାଙ୍କୁ ଟାର୍ଗେଟ ବି କରୁଛନ୍ତି। କେତେବେଳେ କରୋନା ପାଇଁ ଦାନକୁ ନେଇ ତ କେତେବେଳେ ଅନ୍ୟ କିଛି କାରଣ ନେଇ ଲୋକମାନେ ତାଙ୍କୁ ଟ୍ରୋଲ୍ କରୁଛନ୍ତି। ତଥାପି ଅମିତାଭ କ୍ରମାଗତ ଭାବରେ ପୋଷ୍ଟ କରୁଛନ୍ତି। ସେ ଏକ ଟ୍ୱିଟ୍ କରି କରୋନା ପାଇଁ ହୋମିଓପାଥି ଚିକିତ୍ସା ପ୍ରଣାଳୀ ଆପଣାଇବାକୁ କହିଛନ୍ତି। ଆଉ […]

ପ୍ରବାସୀଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିଲେ ବିଗ୍ ‌ବି’

bigb

Advertisment

ମୁମ୍ବାଇ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଆଜିକାଲି କରୋନା (COVID-19)କୁ ନେଇ ଲଗାତାର ସୋଶାଲ୍ ମିଡିଆରେ ପୋଷ୍ଟ କରୁଛନ୍ତି। ତେବେ ଲୋକମାନେ କ୍ରମାଗତ ଭାବରେ ତାଙ୍କୁ ଟାର୍ଗେଟ ବି କରୁଛନ୍ତି। କେତେବେଳେ କରୋନା ପାଇଁ ଦାନକୁ ନେଇ ତ କେତେବେଳେ ଅନ୍ୟ କିଛି କାରଣ ନେଇ ଲୋକମାନେ ତାଙ୍କୁ ଟ୍ରୋଲ୍ କରୁଛନ୍ତି। ତଥାପି ଅମିତାଭ କ୍ରମାଗତ ଭାବରେ ପୋଷ୍ଟ କରୁଛନ୍ତି। ସେ ଏକ ଟ୍ୱିଟ୍ କରି କରୋନା ପାଇଁ ହୋମିଓପାଥି ଚିକିତ୍ସା ପ୍ରଣାଳୀ ଆପଣାଇବାକୁ କହିଛନ୍ତି। ଆଉ ଏହାକୁ ନେଇ ବି ତାଙ୍କୁ ଟ୍ରୋଲ୍ କରାଯାଉଛି।

Advertisment

ଅମିତାଭ ଲେଖିଛନ୍ତି ଯେ ଯେହେତୁ ସେ ହୋମିଓପାଥିକ ଚିକିତ୍ସାରୁ ଲାଭ ପାଇଛନ୍ତି, ତେଣୁ ଏହାରି ମାଧ୍ୟମରେ କରୋନାର ଚିକିତ୍ସା ପାଇଁ ଉପାୟ ଖୋଜିବାକୁ ଆୟୂଷ ମନ୍ତ୍ରାଳୟକୁ ପ୍ରୋତ୍ସାହିତ କରିବେ। ସେ ପ୍ରାର୍ଥନା କରିବେ ଯେ ଏହିପରି ମହାମାରୀର ପ୍ରତିଷେଧକ ଓ ଔଷଧ ବାହାର କରିବା ଦିଗରେ ଭାରତ ସର୍ବାଗ୍ରେ ରହୁ।

ବିଗ୍ ବି’ଙ୍କ ଏହି ଟ୍ୱିଟ୍ ପଢ଼ି ସୋଶାଲ୍ ମିଡିଆ ୟୁଜରମାନେ ତାଙ୍କୁ ଟ୍ରୋଲ୍ କରିଛନ୍ତି। ଏହା ଉପରେ ଜୱାଲା ଗୁରୁନାଥ ନାମକ ଜଣେ ଡାକ୍ତର ଲେଖିଛନ୍ତି, “ଦୟାକରି କିଛି ସମ୍ବେଦନଶୀଳ ଟ୍ୱିଟ୍ କରନ୍ତୁ। କରୋନା ଭାଇରସ ମହାମାରୀ ଭଳି ସମୟରେ ଏହିପରି ଟ୍ୱିଟ୍ ଆଦୌ ଗ୍ରହଣୀୟ ନୁହେଁ। ଏହା କିପରି ସାହାଯ୍ୟ କରିବ ଦୟାକରି ବର୍ଣ୍ଣନା କରନ୍ତୁ।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe