Advertisment

ରିଲିଜ୍ ହେଲା ବିଗ୍‌ ବି'ଙ୍କ ‘ଝୁଣ୍ଡ’ର ଟିଜର୍

ମୁମ୍ବାଇ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଝୁଣ୍ଡ’ର ଟିଜର୍ ରିଲିଜ୍ ହୋଇଯାଇଛି। ଅମିତାଭଙ୍କ ଦମଦାର ଭଏସ୍‌ରୁ ଆରମ୍ଭ ହୋଇଛି ଏହି ଟିଜର୍‌। ଫିଲ୍ମଟି ରାସ୍ତାକଡ଼ରେ ରହୁଥିବା ପିଲାଙ୍କ ଫୁଟବଲ ଟିମ୍ ବନାଇବା କାହାଣୀ ଉପରେ ତିଆରି ହୋଇଛି। ଫିଲ୍ମରେ ଅମିତାଭ କୋଚ୍ ଭୂମିକାରେ ନଜର ଆସିଛନ୍ତି। ସମାଜସେବୀ ବିଜୟ ବର୍ଷେଙ୍କ ଜୀବନୀକୁ ନେଇ ନିର୍ମାଣ ହୋଇଛି ଏହି ବାୟାଗ୍ରାଫିକାଲ ସ୍ପୋର୍ଟସ ସିନେମା। T 3417 – JHUND .. !! झुंड .. […]

ରିଲିଜ୍ ହେଲା ବିଗ୍‌ ବି'ଙ୍କ ‘ଝୁଣ୍ଡ’ର ଟିଜର୍

Amitabh_Bachchan

Advertisment

ମୁମ୍ବାଇ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଝୁଣ୍ଡ’ର ଟିଜର୍ ରିଲିଜ୍ ହୋଇଯାଇଛି। ଅମିତାଭଙ୍କ ଦମଦାର ଭଏସ୍‌ରୁ ଆରମ୍ଭ ହୋଇଛି ଏହି ଟିଜର୍‌। ଫିଲ୍ମଟି ରାସ୍ତାକଡ଼ରେ ରହୁଥିବା ପିଲାଙ୍କ ଫୁଟବଲ ଟିମ୍ ବନାଇବା କାହାଣୀ ଉପରେ ତିଆରି ହୋଇଛି। ଫିଲ୍ମରେ ଅମିତାଭ କୋଚ୍ ଭୂମିକାରେ ନଜର ଆସିଛନ୍ତି। ସମାଜସେବୀ ବିଜୟ ବର୍ଷେଙ୍କ ଜୀବନୀକୁ ନେଇ ନିର୍ମାଣ ହୋଇଛି ଏହି ବାୟାଗ୍ରାଫିକାଲ ସ୍ପୋର୍ଟସ ସିନେମା।

Advertisment

https://twitter.com/SrBachchan/status/1219512272373989376

ବଲିଉଡ୍ ଶେହେନଶାହା ନିଜ ଟୁଇଟର୍‌ ହ୍ୟାଣ୍ଡେଲରେ ଏହି ଟିଜରକୁ ଶେୟାର କରି ଅମିତାଭ ଲେଖିଛନ୍ତି, ‘ଝୁଣ୍ଡ ଆ ଗୟା, ଆ ଗୟା।’ ଏହି ଫିଲ୍ମକୁ ନେଇ ଦର୍ଶକ ଖୁବ୍ ଏକ୍ସସାଇଟେଡ୍ ଅଛନ୍ତି। ଫିଲ୍ମରେ ଅମିତାଭଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିବ। ଏଥିରେ ସେ ଜଣେ ଖେଳ ଶିକ୍ଷକ ଭୂମିକାରେ ଅଭିନୟ କରିଛନ୍ତି,  ଯିଏକି ବସ୍ତିରେ ରହୁଥିବା ଛୋଟପିଲାଙ୍କୁ ନିଶାରୁ ଦୂରେଇ ରଖିବା ସହ ସେମାନଙ୍କୁ ଖେଳ ପ୍ରତି ଆକୃଷ୍ଟ କରୁଛନ୍ତି। ମଞ୍ଜୁଲେଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ମେ ୮ରେ ପରଦାକୁ ଆସିବ।

‘ଝୁଣ୍ଡ’ ରିଲିଜ୍‌କୁ ନଜରରେ ରଖି ବିଗ୍ ବି’ଙ୍କ ଅନ୍ୟ ଏକ ଫିଲ୍ମର ରିଲିଜ୍ ଡେଟ୍‌ରେ ପରିବର୍ତ୍ତନ କରାଯାଇଛି। ଫିଲ୍ମ ‘ଚେହରେ’ର ରିଲିଜ୍ ଡେ’ଟ୍‌ରେ ପରିବର୍ତ୍ତନ ହୋଇଛି। ଅମିତାଭ ବଚ୍ଚନ ଓ ଇମ୍ରାନ୍ ହାସମୀଙ୍କ ଏହି ସସ୍‌ପେନ୍ସ୍ ଥ୍ରିଲର ଫିଲ୍ମ ପ୍ରଥମେ ୨୪ ଏପ୍ରିଲ୍‌ରେ ରିଲିଜ୍ ହେବାର ଥିଲା। କିନ୍ତୁ ଏହା ଏବେ ୧୭ ଜୁଲାଇ ରିଲିଜ୍ ହେବ। ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି। ଆନନ୍ଦ ପଣ୍ଡିତଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରୁମି ଜାଫେରୀ। ତେବେ ବକ୍ସ ଅଫିସରେ ଟକ୍କରରୁ ବଞ୍ଚିବାକୁ ଫିଲ୍ମର ରିଲିଜ୍ ଡେଟ୍ ପରିବର୍ତ୍ତନ କରାଯାଇଥିବା କୁହାଯାଉଛିା

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe