Advertisment

ଅମିତାଭ ବଚ୍ଚନ @  ୭୪

ମୁମ୍ବାଇ: ଆଜି ହେଉଛି ବିଗ୍ ବି ଅମିତାଭ ବଚ୍ଚନଙ୍କ ଜନ୍ମ ଦିନ। ଆଜି ସେ ୭୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୪୨ ମସିହା ଅକ୍ଟୋବର ୧୧ ତାରିଖରେ ଉତ୍ତର ପ୍ରଦେଶର ଆହ୍ଲାବାଦରେ ତାଙ୍କର ଜନ୍ମ ହୋଇଥିଲା। ତାଙ୍କ ବାପାଙ୍କ ନାଁ ହରିବଂଶ ରାୟ ଶ୍ରୀବାସ୍ତବ (ବଚ୍ଚନ)। ତାଙ୍କ ମା’ଙ୍କ ନାଁ ତେଜି ବଚ୍ଚନ।  ହରିବଂଶ ରାୟ ବଚ୍ଚନ ଜଣେ ବିଖ୍ୟାତ ହିନ୍ଦୀ କବି ଥିଲେ। ଅମିତାଭଙ୍କ ପ୍ରଥମ ଫିଲ୍ମ ଥିଲା ‘ସାତ୍ ହିନ୍ଦୁସ୍ତାନି’। ଏହା ୧୯୭୦ରେ ରିଲିଜ୍ […]

ଅଦ୍ୟତନ ହୋଇଛି
ଅମିତାଭ ବଚ୍ଚନ @  ୭୪

amitav

Advertisment

amitavମୁମ୍ବାଇ: ଆଜି ହେଉଛି ବିଗ୍ ବି ଅମିତାଭ ବଚ୍ଚନଙ୍କ ଜନ୍ମ ଦିନ। ଆଜି ସେ ୭୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୪୨ ମସିହା ଅକ୍ଟୋବର ୧୧ ତାରିଖରେ ଉତ୍ତର ପ୍ରଦେଶର ଆହ୍ଲାବାଦରେ ତାଙ୍କର ଜନ୍ମ ହୋଇଥିଲା। ତାଙ୍କ ବାପାଙ୍କ ନାଁ ହରିବଂଶ ରାୟ ଶ୍ରୀବାସ୍ତବ (ବଚ୍ଚନ)। ତାଙ୍କ ମା’ଙ୍କ ନାଁ ତେଜି ବଚ୍ଚନ।  ହରିବଂଶ ରାୟ ବଚ୍ଚନ ଜଣେ ବିଖ୍ୟାତ ହିନ୍ଦୀ କବି ଥିଲେ।

Advertisment

ଅମିତାଭଙ୍କ ପ୍ରଥମ ଫିଲ୍ମ ଥିଲା ‘ସାତ୍ ହିନ୍ଦୁସ୍ତାନି’। ଏହା ୧୯୭୦ରେ ରିଲିଜ୍ ହୋଇଥିଲା। ତାଙ୍କର ଦ୍ୱିତୀୟ ଫିଲ୍ମ ଥିଲା ‘ଆନନ୍ଦ’ (୧୯୭୧)। ଏଥିରେ ସେ ରାଜେଶ ଖନ୍ନାଙ୍କ ସହ ଅଭିନୟ କରିଥିଲେ। ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ସେ ଫିଲ୍ମଫେୟାର ଆୱାର୍ଡ ପାଇଥିଲେ। ୧୯୭୧ରେ ସେ ‘ପରୱାନା’ ଓ ‘ରେଶମା ଔର ଶେରା’ ଭଳି କିଛି ଫିଲ୍ମରେ ଅଭିନୟ କରିଥିଲେ। ସେହି ବର୍ଷ ସେ ‘ଗୁଡ୍ଡି’ରେ ଅତିଥି କଳାକାର ଭାବେ ଅଭିନୟ କରିଥିଲେ। ୧୯୭୨ରେ ସେ ‘ବମ୍ବେ ଟୁ ଗୋଆ’ ଫିଲ୍ମରେ ଅଭିନୟ କରିଥିଲେ। ତେବେ ୧୯୭୩ରେ ରିଲିଜ୍ ହୋଇଥିବା ପ୍ରକାଶ ମେହରାଙ୍କ ଫିଲ୍ମ ‘ଜଞ୍ଜିର’ ତାଙ୍କୁ ଆଣି ଦେଇଥିଲେ ପ୍ରସିଦ୍ଧି। ଏଥିରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ପୋଲିସ୍ ଇନ୍ସପେକ୍ଟର ଭୂମିକାରେ ସେ ଅଭିନୟ କରିଥିଲେ। ଫିଲ୍ମରେ ତାଙ୍କ ନାଁ ଥିଲା ବିଜୟ ଖନ୍ନା। ଏହି ଫିଲ୍ମ ପରେ ସେ ବନି ଯାଇଥିଲେ ବଲିଉଡ୍‌ର ‘ଆଙ୍ଗ୍ରି ୟଙ୍ଗ ମ୍ୟାନ୍’। ‘ଜଞ୍ଜିର’ ବକ୍ସ ଅଫିସ୍‌ ବହୁ ସଫଳତା ପାଇଥିଲା। ଆଉ ଅମିତାଭ ବନି ଯାଇଥିଲେ ଷ୍ଟାର। ୧୯୭୩ରେ ସେ ଜୟା ଭାଦୁଡ଼ିଙ୍କୁ ବିବାହ କରିଥିଲେ। ଜୟା ବି ‘ଜଞ୍ଜିର’ରେ ଥିଲେ। ତା’ପରେ ଉଭୟ ଏକାଠି ଅନେକ ଫିଲ୍ମରେ ଅଭିନୟ କରିଥିଲେ। ବିବାହର ପ୍ରାୟ ମାସକ ପରେ ରିଲିଜ୍ ହୋଇଥିଲା ଉଭୟଙ୍କ ଅଭିନୀତ ‘ଅଭିମାନ’। ଏହା ବି ବକ୍ସ ଅଫିସ୍‌ରେ ସଫଳତା ପାଇଥିଲା। ୧୯୭୩ରେ ସେ ରାଜେଶ ଖନ୍ନାଙ୍କ ସହ ‘ନମକ ହରାମ’ରେ ଅଭିନୟ କରିଥିଲେ। ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ ସହ ଅଭିନେତା ଭାବେ ଫିଲ୍ମଫେୟାର ପୁରସ୍କାର ପାଇଥିଲେ। ‘ସୋଲେ’, ‘କଭି କଭି’, ‘ଅମର ଆକବର ଆନ୍ଥୋନୀ’,‘ଡନ୍’, ‘ଦୋସ୍ତାନା’,‘ସିଲ୍‌ସିଲା’, ‘ରାମ ବଲରାମ’,‘ନସୀବ’,‘ଲାୱାରିସ୍’, ‘ସତ୍ତେ ପେ ସତ୍ତା’,‘କୁଲି’,‘ଶେହେନ୍‌ଶାହ’,‘ଅଗ୍ନିପଥ’ ଓ ‘ଖୁଦାଗବା’ ଭଳି ଫିଲ୍ମରେ ଅଭିନୟ କରି ବେଶ୍ ସଫଳ ହୋଇଥିଲେ। ‘ମହବତେଁ’,‘ବାଗବାନ୍’,‘କଭି ଖୁସି କଭି ଗମ୍’,‘ଖାକି’,‘ସରକାର’,‘ବଣ୍ଟି ଔର ବବ୍‌ଲି’,‘କଭି ଅଲ୍ ବିଦା ନା କେହନା’ରେ ନୂଆ ପିଢ଼ିର ଅଭିନେତାଙ୍କ ସହ କାମ କରିବି ସେ ବେଶ ସଫଳତା ପାଇଛନ୍ତି ଓ ତାଙ୍କ ଅଭିନୟର ଏକ ସ୍ୱତନ୍ତ୍ର ଛାପ ରହିଛି ବୋଲି ବାରମ୍ବାର ପ୍ରମାଣିତ କରିଛନ୍ତି। ‘ପା’, ‘ବ୍ଲାକ୍’, ‘ପିକୁ’ ଭଳି ଚଳଚ୍ଚିତ୍ରରେ ତାଙ୍କର ବଳିଷ୍ଠ ଅଭିନୟ ତାଙ୍କୁ ପ୍ରଶଂସକଙ୍କ ତାଳି ସହିତ ଫିଲ୍ମଫେୟାର ଓ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଦେଇଛି।

ଅନେକ ଫିଲ୍ମରେ ସେ ଗୀତ ବି ଗାଇଛନ୍ତି। ଛୋଟ ପରଦାରେ ‘କୌନ ବନେଗା କୋରଡ୍‌ପତି’ରେ ତାଙ୍କର ଉପସ୍ଥାପନା ଶୈଳୀ ଥିଲା ବେଶ୍ ନିଆରା। ଏହାକୁ ସମସ୍ତେ ପସନ୍ଦ କରିଥିଲେ।

Advertisment

୧୯୯୧ରେ ତାଙ୍କୁ ପ୍ରଥମ ଫିଲ୍ମଫେୟାର ଲାଇଫ୍‌ଟାଇମ୍ ଆଚିଭ୍‌ମେଣ୍ଟ ସମ୍ମାନ ପ୍ରଦାନ କରାଯାଇଥିଲା। ୨୦୦୦ରେ ଫିଲ୍ମଫେୟାର ପୁରସ୍କାର ଉତ୍ସବରେ ତାଙ୍କୁ ‘ସୁପର୍‌ଷ୍ଟାର ଅଫ୍ ଦ ମିଲେନିୟମ୍’ ଘୋଷଣା କରାଯାଇଥିଲା। ୧୯୮୪ରେ ଭାରତ ସରକାର ତାଙ୍କୁ ‘ପଦ୍ମଶ୍ରୀ’,୨୦୦୧ରେ‘ପଦ୍ମଭୂଷଣ’, ୨୦୧୫ରେ ‘ପଦ୍ମବିଭୂଷଣ’ ପୁରସ୍କାର ପ୍ରଦାନ କରିଛନ୍ତି।

‘ଓଡ଼ିଶା ରିପୋର୍ଟ’ର ତରଫରୁ ଅମିତଭା ବଚ୍ଚନଙ୍କୁ ଜନ୍ମଦିନର ଶୁଭେଚ୍ଛା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe