/odisha-reporter/media/post_attachments/uploads/2015/10/aish-amitav.jpg)
aish-amitav
ମୁମ୍ବାଇ: ଅମିତାଭ ବଚ୍ଚନ ସବୁଦିନ ପାଇଁ ଆଇକନ୍ ହୋଇ ରହିବେ। ଏହା କହିଛନ୍ତି ଅଭିନେତ୍ରୀ ତଥା ତାଙ୍କ ବୋହୂ ଐଶର୍ଯ୍ୟା ରାୟ ବଚ୍ଚନ। ସେ କହିଛନ୍ତି, ଅମିତାଭ ବଚ୍ଚନ ଆଇକନ୍ ଥିଲେ। ଏବେ ଆଇକନ୍ ଅଛନ୍ତି। ଆଉ ସବୁ ଦିନ ପାଇଁ ସମସ୍ତଙ୍କ ପାଇଁ ଆଇକନ୍ ହୋଇ ରହିବେ।
Advertisment
ଅକ୍ଟୋବର ୧୧ ତାରିଖରେ ୭୩ ବର୍ଷରେ ପାଦ ଥାପିବେ ଅମିତାଭ। ତେବେ ତାଙ୍କ ଜନ୍ମଦିନ ପାଳନ ନେଇ ପରିବାର ଲୋକେ କ’ଣ ପ୍ଲାନ୍ କରିଛନ୍ତି, ତାହା କହିବାକୁ ମନା କରି ଦେଇଛନ୍ତି ଐଶ୍।
ଚାରି ଦଶନ୍ଧି ଧରି ବଲିଉଡରେ ସକ୍ରିୟ ଥିବା ଅମିତାଭ ବଚ୍ଚନଙ୍କୁ ପୁଣି ଦେଖିବାକୁ ମିଳିବ ଏକ ଭିନ୍ନ ଭୂମିକାରେ ‘ୱାଜିର୍’ ଫିଲ୍ମରେ। ନାମ୍ବିଆରଙ୍କ ‘ୱାଜିର’ରେ ସେ ଜଣେ ପକ୍ଷପାତରେ ଆକ୍ରାନ୍ତ ଚେସ୍ ଗ୍ରାଣ୍ଡମାଷ୍ଟର ଭୂମିକାରେ ଆସୁଛନ୍ତି। ତାଙ୍କ ସହିତ ଅଛନ୍ତି ଫରହାନ୍ ଅଖତର ଓ ଅଦିତି ରାଓ ହାଇଦରି।
Advertisment
ଅନ୍ୟପକ୍ଷରେ ଐଶ୍ ୫ ବର୍ଷ ପରେ ପୁଣି ଥରେ ସଂଜୟ ଗୁପ୍ତାଙ୍କ ‘ଜଜବା’ ଜରିଆରେ କମ୍ ବ୍ୟାକ୍ କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
