ହସ୍ପିଟାଲ୍‌ରୁ ଫେରିଲେ ବିଗ୍‌ ବି

ମୁମ୍ବାଇ: ହସ୍ପିଟାଲ୍‌ରୁ ଫେରିଲେ ବିଗ୍‌ ବି। ଗତକାଲି ରାତିରେ ସେ ମୁମ୍ୱାଇର ନାନାବତୀ ହସ୍ପିଟାଲ୍‌ରୁ ଘରକୁ ଫେରିଛନ୍ତି। ହସ୍ପିଟାଲ୍‌ରୁ ଫେରିବା ସମୟରେ ପୁଅ ଅଭିଷେକ ବଚ୍ଚନ ଏବଂ ପତ୍ନୀ ଜୟା ବଚ୍ଚନ ତାଙ୍କ ସହିତ ଥିଲେ। ବିଗ୍‌ ବି ଗତ ତିନି ଦିନ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏକ ରିପୋର୍ଟ ଅନୁଯାୟୀ, ପେଟରେ ଅଧିକ ଯନ୍ତ୍ରଣା ହେବାରୁ ମଙ୍ଗଳବାର ରାତି ପ୍ରାୟ ୨ଟାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲର ଏକ ସ୍ପେଶାଲ୍‌ ରୁମ୍‌ରେ ତାଙ୍କୁ […]

ami

ami

Biswobandita Swain
  • Published: Saturday, 19 October 2019
  • Updated: 19 October 2019, 10:36 AM IST

Sports

Latest News

ମୁମ୍ବାଇ: ହସ୍ପିଟାଲ୍‌ରୁ ଫେରିଲେ ବିଗ୍‌ ବି। ଗତକାଲି ରାତିରେ ସେ ମୁମ୍ୱାଇର ନାନାବତୀ ହସ୍ପିଟାଲ୍‌ରୁ ଘରକୁ ଫେରିଛନ୍ତି। ହସ୍ପିଟାଲ୍‌ରୁ ଫେରିବା ସମୟରେ ପୁଅ ଅଭିଷେକ ବଚ୍ଚନ ଏବଂ ପତ୍ନୀ ଜୟା ବଚ୍ଚନ ତାଙ୍କ ସହିତ ଥିଲେ। ବିଗ୍‌ ବି ଗତ ତିନି ଦିନ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ଏକ ରିପୋର୍ଟ ଅନୁଯାୟୀ, ପେଟରେ ଅଧିକ ଯନ୍ତ୍ରଣା ହେବାରୁ ମଙ୍ଗଳବାର ରାତି ପ୍ରାୟ ୨ଟାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲର ଏକ ସ୍ପେଶାଲ୍‌ ରୁମ୍‌ରେ ତାଙ୍କୁ ରଖି ଚିକିତ୍ସା କରାଯାଉଥିବା ବେଳେ କେବଳ ପରିବାର ଲୋକେ ତାଙ୍କୁ ଦେଖା କରିବା ପାଇଁ ଯାଉଥିଲେ।

ସୂଚନାଯୋଗ୍ୟ, ୧୯୮୨ ମସିହାରେ ଫିଲ୍ମ ‘କୁଲି’ର ଶୁଟିଂ କରୁଥିବା ସମୟରେ ଅମିତାଭଙ୍କୁ ଆଘାତ ଲାଗିଥିଲା। ସେହି ସମୟରେ ଭୁଲ୍‌ରେ ହେପାଟାଇଟିସ୍‌ ଭାଇରସ୍‌ ଥିବା ଜଣେ ବ୍ୟକ୍ତି ତାଙ୍କୁ ରକ୍ତ ଦେଇଥିଲେ। ସେବେଠାରୁ ବିଗ୍‌ ବି ସିରୋସିସ୍‌ ରୋଗରେ ପୀଡ଼ିତ ଅଛନ୍ତି। ଏହି ରୋଗ ଯୋଗୁ ତାଙ୍କର ଲିଭର୍‌ ୭୫ ପ୍ରତିଶତ ଅଂଶ କାମ କରିବା ବନ୍ଦ କରି ଦେଇଛି। ତାଙ୍କ ଲିଭର୍‌ର ମାତ୍ର ୨୫ ପ୍ରତିଶତ କାମ କରୁଛି ବୋଲି ବିଗ୍‌ ବି ଅନେକ ଥର କହିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos