Advertisment

ହସ୍ପିଟାଲ୍‌ରୁ ଫେରିଲେ ବିଗ୍‌ ବି

ମୁମ୍ବାଇ: ହସ୍ପିଟାଲ୍‌ରୁ ଫେରିଲେ ବିଗ୍‌ ବି। ଗତକାଲି ରାତିରେ ସେ ମୁମ୍ୱାଇର ନାନାବତୀ ହସ୍ପିଟାଲ୍‌ରୁ ଘରକୁ ଫେରିଛନ୍ତି। ହସ୍ପିଟାଲ୍‌ରୁ ଫେରିବା ସମୟରେ ପୁଅ ଅଭିଷେକ ବଚ୍ଚନ ଏବଂ ପତ୍ନୀ ଜୟା ବଚ୍ଚନ ତାଙ୍କ ସହିତ ଥିଲେ। ବିଗ୍‌ ବି ଗତ ତିନି ଦିନ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏକ ରିପୋର୍ଟ ଅନୁଯାୟୀ, ପେଟରେ ଅଧିକ ଯନ୍ତ୍ରଣା ହେବାରୁ ମଙ୍ଗଳବାର ରାତି ପ୍ରାୟ ୨ଟାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲର ଏକ ସ୍ପେଶାଲ୍‌ ରୁମ୍‌ରେ ତାଙ୍କୁ […]

ହସ୍ପିଟାଲ୍‌ରୁ ଫେରିଲେ ବିଗ୍‌ ବି

ami

Advertisment

ମୁମ୍ବାଇ: ହସ୍ପିଟାଲ୍‌ରୁ ଫେରିଲେ ବିଗ୍‌ ବି। ଗତକାଲି ରାତିରେ ସେ ମୁମ୍ୱାଇର ନାନାବତୀ ହସ୍ପିଟାଲ୍‌ରୁ ଘରକୁ ଫେରିଛନ୍ତି। ହସ୍ପିଟାଲ୍‌ରୁ ଫେରିବା ସମୟରେ ପୁଅ ଅଭିଷେକ ବଚ୍ଚନ ଏବଂ ପତ୍ନୀ ଜୟା ବଚ୍ଚନ ତାଙ୍କ ସହିତ ଥିଲେ। ବିଗ୍‌ ବି ଗତ ତିନି ଦିନ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

Advertisment

ଏକ ରିପୋର୍ଟ ଅନୁଯାୟୀ, ପେଟରେ ଅଧିକ ଯନ୍ତ୍ରଣା ହେବାରୁ ମଙ୍ଗଳବାର ରାତି ପ୍ରାୟ ୨ଟାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲର ଏକ ସ୍ପେଶାଲ୍‌ ରୁମ୍‌ରେ ତାଙ୍କୁ ରଖି ଚିକିତ୍ସା କରାଯାଉଥିବା ବେଳେ କେବଳ ପରିବାର ଲୋକେ ତାଙ୍କୁ ଦେଖା କରିବା ପାଇଁ ଯାଉଥିଲେ।

ସୂଚନାଯୋଗ୍ୟ, ୧୯୮୨ ମସିହାରେ ଫିଲ୍ମ ‘କୁଲି’ର ଶୁଟିଂ କରୁଥିବା ସମୟରେ ଅମିତାଭଙ୍କୁ ଆଘାତ ଲାଗିଥିଲା। ସେହି ସମୟରେ ଭୁଲ୍‌ରେ ହେପାଟାଇଟିସ୍‌ ଭାଇରସ୍‌ ଥିବା ଜଣେ ବ୍ୟକ୍ତି ତାଙ୍କୁ ରକ୍ତ ଦେଇଥିଲେ। ସେବେଠାରୁ ବିଗ୍‌ ବି ସିରୋସିସ୍‌ ରୋଗରେ ପୀଡ଼ିତ ଅଛନ୍ତି। ଏହି ରୋଗ ଯୋଗୁ ତାଙ୍କର ଲିଭର୍‌ ୭୫ ପ୍ରତିଶତ ଅଂଶ କାମ କରିବା ବନ୍ଦ କରି ଦେଇଛି। ତାଙ୍କ ଲିଭର୍‌ର ମାତ୍ର ୨୫ ପ୍ରତିଶତ କାମ କରୁଛି ବୋଲି ବିଗ୍‌ ବି ଅନେକ ଥର କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe