Advertisment

ବାପାଙ୍କ ସହ ପୁରୁଣା ଦିନକୁ ଏମିତି ମନେ ପକାଇଲେ ବିଗ୍‌ ବି

ମୁମ୍ବାଇ: ଅମିତାଭ ବଚ୍ଚନ ୭୭ ବର୍ଷରେ ପଦାର୍ପଣ କରିସାରିଛନ୍ତି। ତଥାପି ସେ ବଲିଉଡ୍‌ର ଜଣେ ବ୍ୟସ୍ତ କଳାକାର। ତାଙ୍କ ହାତରେ ରହିଛି ଅନେକ ଫିଲ୍ମ। ଫିଲ୍ମ ଶୁଟିଂର ବ୍ୟସ୍ତତା ଭିତରେ ସେ ସୋଶାଲ୍ ମିଡିଆରେ ମଧ୍ୟ ଭାରି ଆକ୍ଟିଭ୍‌ ରହନ୍ତି। ବିଭିନ୍ନ ବିଷୟରେ ସେ ପୋଷ୍ଟ୍ କରନ୍ତି। ବେଳେ ସେ ନିଜ ବିଷୟରେ ତଥା ତାଙ୍କ ପରିବାର ବିଷୟରେ କିଛି କଥା ପୋଷ୍ଟ କରନ୍ତି। ବେଳେ ବେଳେ ଅନ୍ୟମାନଙ୍କ ଟ୍ୱିଟ୍‌ଗୁଡ଼ିକୁ ମଧ୍ୟ ସେ ରିଟ୍ୱିଟ୍ କରନ୍ତି। ଛଅ […]

ଅଦ୍ୟତନ ହୋଇଛି
ବାପାଙ୍କ ସହ ପୁରୁଣା ଦିନକୁ ଏମିତି ମନେ ପକାଇଲେ ବିଗ୍‌ ବି

amitabh

Advertisment

ମୁମ୍ବାଇ: ଅମିତାଭ ବଚ୍ଚନ ୭୭ ବର୍ଷରେ ପଦାର୍ପଣ କରିସାରିଛନ୍ତି। ତଥାପି ସେ ବଲିଉଡ୍‌ର ଜଣେ ବ୍ୟସ୍ତ କଳାକାର। ତାଙ୍କ ହାତରେ ରହିଛି ଅନେକ ଫିଲ୍ମ। ଫିଲ୍ମ ଶୁଟିଂର ବ୍ୟସ୍ତତା ଭିତରେ ସେ ସୋଶାଲ୍ ମିଡିଆରେ ମଧ୍ୟ ଭାରି ଆକ୍ଟିଭ୍‌ ରହନ୍ତି। ବିଭିନ୍ନ ବିଷୟରେ ସେ ପୋଷ୍ଟ୍ କରନ୍ତି। ବେଳେ ସେ ନିଜ ବିଷୟରେ ତଥା ତାଙ୍କ ପରିବାର ବିଷୟରେ କିଛି କଥା ପୋଷ୍ଟ କରନ୍ତି। ବେଳେ ବେଳେ ଅନ୍ୟମାନଙ୍କ ଟ୍ୱିଟ୍‌ଗୁଡ଼ିକୁ ମଧ୍ୟ ସେ ରିଟ୍ୱିଟ୍ କରନ୍ତି। ଛଅ ଦିନ ତଳେ ସେ ଏକ ଭିଡିଓ ରିଟ୍ୱିଟ୍ କରିଥିଲେ। ଏହି ଭିଡିଓରେ ସେ ତାଙ୍କ ବାପା, ମା’ ଓ ପିତ୍ନୀ ଜୟା ବଚ୍ଚନଙ୍କ ସହିତ ଅଛନ୍ତି। ଫଟୋଟି ଦୂରଦର୍ଶନ ଆର୍‌କାଇଭ୍‌ରୁ ନିଆଯାଇଛି।

Advertisment

ଏହି ଭିଡିଓରେ ଅମିତାଭ, ତାଙ୍କ ବାପା ହରିବଂଶ ରାୟ ବଚ୍ଚନ, ମା’ ତେଜି ବଚ୍ଚନ ଓ ପତ୍ନୀ ଜୟାଙ୍କ ସହିତ ବସି ଗପସପ କରୁଛନ୍ତି। ସେମାନେ ବେଶ୍ ଖୁସି ଜଣାପଡ଼ୁଛନ୍ତି। ଏହି ଭିଡିଓଙ୍କୁ ରିଟ୍ୱିଟ୍ କରି ଅମିତାଭ ଲେଖିଛନ୍ତି, ଏମିତି କିଛି ମୁହୂର୍ତ୍ତ... ଭଲ ପାଇଲି ଓ ଜିଇଁଲି।

https://twitter.com/SrBachchan/status/1216091081848152064

ସୂଚନାଯୋଗ୍ୟ, ୨୦୧୯ରେ ଅମିତାଭ ବଚ୍ଚନ ବଲିଉଡ୍‌ରେ ୫୦ ବର୍ଷ ପୂରଣ କରିଛନ୍ତି। ଗତବର୍ଷ ତାଙ୍କୁ ଫିଲ୍ମ କ୍ଷେତ୍ରରେ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ‘ଦାଦା ସାହେବ ଫାଲ୍‌କେ ପୁରସ୍କାର’ ମଧ୍ୟ ପ୍ରଦାନ କରାଯାଇଥିଲା।

Advertisment

ଅମିତାଭ ୧୯୬୯ ମସିହାରେ ଫିଲ୍ମ 'ସାତ୍‌ ହିନ୍ଦୁସ୍ତାନୀ' ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଆଉ ୫୦ ବର୍ଷ ହେଲା ସେ ରାଜ୍‌ କରୁଛନ୍ତି ବଲିଉଡ୍‌ରେ। ଏବେ ମଧ୍ୟ ଖୁବ୍‌ ସକ୍ରିୟ ଓ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇଚାଲିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe