Advertisment

‘ଆପଣ କୁହନ୍ତୁ, କେଉଁ ମହିଳା ବାହାଘର ପରେ ନିଜ ସ୍ୱାମୀଙ୍କୁ ସ୍ୱପ୍ନରେ ଦେଖେ?’

ମୁମ୍ବାଇ: ସୋନୀ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ରିୟଲିଟି ଶୋ’ ‘କୌନ୍‌ ବନେଗା କରୋଡ଼ପତି’ରେ ଗତକାଲି ହଟ୍‌ ସିଟ୍‌ରେ ବସିଥିଲେ କୋଲକାତାର ସୋମା ଚୌଧୁରୀ। ତାଙ୍କ ଉପସ୍ଥିତି ପୂରା ମାହୋଲ୍‌କୁ ବଦଳାଇ ଦେଇଥିଲା। ସୋମାଙ୍କ କଥାରେ ସମସ୍ତେ ହସି ହସି ବେଦମ୍‌ ହୋଇଯାଇଥିଲେ। ଏମିତିକି ଅମିତାଭ ବି ତାଙ୍କୁ ହାତଯୋଡ଼ି ନମସ୍କାର କରି ପକାଇଥିଲେ। ସୋମା ଅମିତାଭଙ୍କର ଜଣେ ବଡ଼ ଫ୍ୟାନ୍‌। ସେ କେବିସିକୁ କେବଳ ଅମିତାଭ ବଚ୍ଚନ୍‌ଙ୍କୁ ସାକ୍ଷାତ କରିବାକୁ ଆସିଛନ୍ତି ବୋଲି କହିଥିଲେ। ହଟ୍‌ସିଟ୍‌ରେ ବସିବା […]

ଅଦ୍ୟତନ ହୋଇଛି
‘ଆପଣ କୁହନ୍ତୁ, କେଉଁ ମହିଳା ବାହାଘର ପରେ ନିଜ ସ୍ୱାମୀଙ୍କୁ ସ୍ୱପ୍ନରେ ଦେଖେ?’

amitav1

Advertisment

ମୁମ୍ବାଇ: ସୋନୀ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ରିୟଲିଟି ଶୋ’ ‘କୌନ୍‌ ବନେଗା କରୋଡ଼ପତି’ରେ ଗତକାଲି ହଟ୍‌ ସିଟ୍‌ରେ ବସିଥିଲେ କୋଲକାତାର ସୋମା ଚୌଧୁରୀ। ତାଙ୍କ ଉପସ୍ଥିତି ପୂରା ମାହୋଲ୍‌କୁ ବଦଳାଇ ଦେଇଥିଲା। ସୋମାଙ୍କ କଥାରେ ସମସ୍ତେ ହସି ହସି ବେଦମ୍‌ ହୋଇଯାଇଥିଲେ। ଏମିତିକି ଅମିତାଭ ବି ତାଙ୍କୁ ହାତଯୋଡ଼ି ନମସ୍କାର କରି ପକାଇଥିଲେ।
ସୋମା ଅମିତାଭଙ୍କର ଜଣେ ବଡ଼ ଫ୍ୟାନ୍‌। ସେ କେବିସିକୁ କେବଳ ଅମିତାଭ ବଚ୍ଚନ୍‌ଙ୍କୁ ସାକ୍ଷାତ କରିବାକୁ ଆସିଛନ୍ତି ବୋଲି କହିଥିଲେ।

Advertisment

ହଟ୍‌ସିଟ୍‌ରେ ବସିବା ପରେ ସୋମା କହିଥିଲେ, ‘‘ଅମିତାଭ୍‌ଜୀ ମୁଁ ଆପଣଙ୍କୁ ମୋ ସ୍ୱପ୍ନରେ ଦେଖେ। କାହିଁକିନା ମୁଁ ଆପଣଙ୍କୁ ଖୁବ୍‌ ଭଲ ପାଏ।’’

ଏକଥା ଶୁଣିବା ପରେ ଅମିତାଭ ଭାବିଲେ ଏହା ସୋମାଙ୍କ ସ୍ୱାମୀଙ୍କୁ ଖରାପ ଲାଗିଥିବ। ତେଣୁ ସେ ସୋମାଙ୍କ ସ୍ୱାମୀଙ୍କୁ କହିଥିଲେ,‘‘ଆପଣଙ୍କ ପତ୍ନୀ ଯାହାବି କହୁଛନ୍ତି, ତା’ ଉପରେ ଆଦୌ ଧ୍ୟାନ ଦିଅନ୍ତୁ ନାହିଁ।”

Advertisment

[caption id="attachment_277645" align="alignnone" width="750"]amitav4 image credit-aajtak[/caption]

ଅମିତାଭ୍‌ଙ୍କର ଏହି କଥା ଶୁଣି ସୋମା କହିଥିଲେ,‘‘ଆପଣ ଚିନ୍ତା କରନ୍ତୁନି। ମୋ ସ୍ୱାମୀ ଜାଣିଛନ୍ତି ଯେ, ମୁଁ ଆପଣଙ୍କର ଜଣେ ବଡ଼ ଫ୍ୟାନ୍‌। ଆଉ ମୁଁ ଆପଣଙ୍କୁ ସ୍ୱପ୍ନରେ ଦେଖୁଥିବା କଥା ବି ତାଙ୍କୁ ଜଣା।”

ଏକଥା ଶୁଣିବା ପରେ କେବିସି ସେଟ୍‌ରେ ସମସ୍ତେ ହସି ହସି ଗଡ଼ି ଯାଇଥିଲେ। ଅମିତାଭ୍‌ ବି ତାଙ୍କ ହସ ରୋକି ପାରି ନଥିଲେ।
ପରେ ଅମିତାଭ୍‌ ତାଙ୍କୁ ପଚାରିଥିଲେ,“ଆପଣ ମୋତେ ପ୍ରେମ କରନ୍ତି। ମୋତେ ସ୍ୱପ୍ୱରେ ଦେଖନ୍ତି। ଏହାର ଅର୍ଥ ଆପଣ ଆପଣଙ୍କ ସ୍ୱାମୀଙ୍କୁ ଭଲ ପାଆନ୍ତି ନାହିଁ।”

ସମସ୍ତେ ଭାବୁଥିଲେ ସୋମାଙ୍କ ପାଖରେ ଏ ପ୍ରଶ୍ନର ଉତ୍ତର ନଥିବ ଓ ତାଙ୍କ ପାଟି ଚୁପ୍ ହୋଇଯିବ। କିନ୍ତୁ ସେମିତି କିଛି ହେଲା ନାହିଁ। ବରଂ ସେ ଏମିତି ଉତ୍ତର ଦେଇଥିଲେ ଯେ ତାହା ଶୁଣି ଅମିତାଭ ପୂରା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

[caption id="attachment_277646" align="alignnone" width="750"]amitav image credit-aajtak[/caption]

ସୋମା କହିଥିଲେ,“ଆପଣ କୁହନ୍ତୁ, କେଉଁ ମହିଳା ବାହାଘର ପରେ ନିଜ ସ୍ୱାମୀଙ୍କୁ ସ୍ୱପ୍ନରେ ଦେଖେ? ପୁଣି ଯେତେବେଳେ ବାହାଘରର ୧୮ବର୍ଷ ପୂରି ଯାଇଥିବ।”

ଏମିତି କି ସେ କେବିସି ସେଟ୍‌ରେ ଉପସ୍ଥିତ ଥିବା ସମସ୍ତ ମହିଳାଙ୍କୁ ଏନେଇ ଚ୍ୟାଲେଞ୍ଜ ମଧ୍ୟ କରିଥିଲେ।

ଆଉ ତା’ପରେ ଅମିତାଭ୍‌ ନିଜେ ଉପସ୍ଥିତ ଦର୍ଶକଙ୍କୁ ସୋମାଙ୍କ ପ୍ରଶ୍ନ ପଚାରିଥିଲେ, ଯାହାର ସିଧା ଉତ୍ତର ଥିଲା ଯେ କୌଣସି ମହିଳା ବିବାହ ପରେ ନିଜ ସ୍ୱାମୀଙ୍କୁ ସ୍ୱପ୍ନରେ ଦେଖନ୍ତି ନାହିଁ। ତା’ପରେ ଅମିତାଭ୍‌ ଆଉ କିଛି ନକହି ତାଙ୍କୁ ହାତ ଯୋଡ଼ି କହିଲେ,‘‘ଦେବୀ ଆପଣ ଧନ୍ୟ।’’

ସୋମା ଆଜି ବି ଖେଳିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe