Advertisment

ପ୍ରବାସୀ ଶ୍ରମିକଙ୍କୁ ବିମାନ ଯୋଗେ ଘରେ ପହଞ୍ଚାଇବେ ଅମିତାଭ

ମୁମ୍ୱାଇ: ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ଙ୍କ ପରି ଅମିତାଭ ବଚ୍ଚନ ମଧ୍ୟ ଲକ୍‌ଡାଉନ୍‌ରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରୁଛନ୍ତି। କିଛି ଦିନ ତଳେ ମୁମ୍ୱାଇରେ ଫସି ରହିଥିବା ଉତ୍ତର ପ୍ରଦେଶର କିଛି ପ୍ରବାସୀ ଶ୍ରମିକଙ୍କୁ ୧୦ଟି ବସ୍‌ ଯୋଗେ ସେ ଘରେ ପହଞ୍ଚାଇଥିଲେ। ମାହିମ ଦରଗାହ ଓ ହାଜି ଅଲୀ ଦରଗାହ ଟ୍ରଷ୍ଟର ସହଯୋଗରେ ଏହି ବସ୍‌ ଗୁଡ଼ିକରେ ଲକ୍ଷ୍ନୌ, ଆଲ୍ଲାହାବାଦ୍‌, ଗୋରଖପୁର ଓ ଭଦୋହି ଅଞ୍ଚଳର ଲୋକଙ୍କୁ ସେମାନଙ୍କ ଘରକୁ ପଠାଇଥିଲେ ଅମିତାଭ। […]

କରୋନା ନେଗେଟିଭ ଖବରକୁ ନେଇ ପ୍ରତିକ୍ରିୟା ରଖିଲେ ଅମିତାଭ ବଚ୍ଚନ

amitabh

Advertisment

ମୁମ୍ୱାଇ: ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ଙ୍କ ପରି ଅମିତାଭ ବଚ୍ଚନ ମଧ୍ୟ ଲକ୍‌ଡାଉନ୍‌ରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରୁଛନ୍ତି। କିଛି ଦିନ ତଳେ ମୁମ୍ୱାଇରେ ଫସି ରହିଥିବା ଉତ୍ତର ପ୍ରଦେଶର କିଛି ପ୍ରବାସୀ ଶ୍ରମିକଙ୍କୁ ୧୦ଟି ବସ୍‌ ଯୋଗେ ସେ ଘରେ ପହଞ୍ଚାଇଥିଲେ।

Advertisment

ମାହିମ ଦରଗାହ ଓ ହାଜି ଅଲୀ ଦରଗାହ ଟ୍ରଷ୍ଟର ସହଯୋଗରେ ଏହି ବସ୍‌ ଗୁଡ଼ିକରେ ଲକ୍ଷ୍ନୌ, ଆଲ୍ଲାହାବାଦ୍‌, ଗୋରଖପୁର ଓ ଭଦୋହି ଅଞ୍ଚଳର ଲୋକଙ୍କୁ ସେମାନଙ୍କ ଘରକୁ ପଠାଇଥିଲେ ଅମିତାଭ। ଏପରିକି ଉତ୍ତର ପ୍ରଦେଶର ଅଧିକରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇବା ପାଇଁ ସେ ଏକ ଟ୍ରେନ୍‌ର ବ୍ୟବସ୍ଥା କରିବା ପାଇଁ ମଧ୍ୟ ପ୍ରୟାସ କରିଥିଲେ।

ସୂଚନା ଅନୁଯାୟୀ, ଏହି ଟ୍ରେନରେ ଯିବା ପାଇଁ ୧୫୪୭ ଜଣ ପ୍ରବାସୀ ଶ୍ରମିକ ରେଜିଷ୍ଟ୍ରେସନ୍ ମଧ୍ୟ କରିଥିଲେ। କିନ୍ତୁ ପ୍ରୟାସ ସତ୍ତ୍ୱେ ଟ୍ରେନ୍‌ର ବ୍ୟବସ୍ଥା ହୋଇପାରି ନଥିଲା। ଏଣୁ ଏବେ ଏହି ପ୍ରବାସୀ ଶ୍ରମିକମାନଙ୍କୁ ଘରକୁ ପଠାଇବା ପାଇଁ ବିଗ୍ ବି’ ବିମାନର ବ୍ୟବସ୍ଥା କରିଛନ୍ତି। ମୋଟ ୬ଟି ଚାଟର୍ଡ ଫ୍ଲାଇଟ୍‌ର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଫ୍ଲାଇଟ୍ ୧୮୦ ସିଟ୍ ବିଶିଷ୍ଟ। ଏହି ଫ୍ଲାଇଟ୍‌ ଗୁଡ଼ିକ ମଧ୍ୟରୁ ପ୍ରଥମ ଫ୍ଳାଇଟ୍ ଆଜି ଯାତ୍ରା କରିବ। ପ୍ରବାସୀ ଶ୍ରମିକଙ୍କ ଟିକେଟ୍ ଖର୍ଚ୍ଚ ନିଜେ ଅମିତାଭ ବହନ କରିବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe