ଜଣେ ଅଭିନେତ୍ରୀଙ୍କର କେଉଁ ସବୁ ଗୁଣ ଥିବା ଦରକାର? ଶୀତଲ୍‌ ଦେଲେ ଉତ୍ତର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୫ରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ଭଲ ପାଏ ତତେ ୧୦୦ରୁ ୧୦୦’। ଏଥିରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଶୀତଲ୍‌ ପାତ୍ର। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ବାବୁସାନ୍‌। ଫିଲ୍ମଟି ହିଟ୍‌ ମଧ୍ୟ ହୋଇଥିଲା। ତା’ପରେ ଶୀତଲ୍‌ଙ୍କୁ ଗୋଟେ ପରେ ଗୋଟେ ଫିଲ୍ମରେ ଦେଖିବାକୁ ମିଳିଥିଲା। ନିକଟରେ ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଲ୍ମ ‘ମିଷ୍ଟର ମଜ୍‌ନୁ’ରେ ମଧ୍ୟ ଶୀତଲ୍‌ଙ୍କୁ ଲିଡ୍‌ ରୋଲ୍‌ରେ ଦେଖିବାକୁ ମିଳିଥିଲା। ତେବେ ୪ ବର୍ଷ ହେଲାଣି ଫିଲ୍ମ ଜଗତରେ […]

seetal

seetal

Biswobandita Swain
  • Published: Sunday, 22 December 2019
  • Updated: 22 December 2019, 12:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୫ରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ଭଲ ପାଏ ତତେ ୧୦୦ରୁ ୧୦୦’। ଏଥିରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଶୀତଲ୍‌ ପାତ୍ର। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ବାବୁସାନ୍‌। ଫିଲ୍ମଟି ହିଟ୍‌ ମଧ୍ୟ ହୋଇଥିଲା। ତା’ପରେ ଶୀତଲ୍‌ଙ୍କୁ ଗୋଟେ ପରେ ଗୋଟେ ଫିଲ୍ମରେ ଦେଖିବାକୁ ମିଳିଥିଲା। ନିକଟରେ ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଲ୍ମ ‘ମିଷ୍ଟର ମଜ୍‌ନୁ’ରେ ମଧ୍ୟ ଶୀତଲ୍‌ଙ୍କୁ ଲିଡ୍‌ ରୋଲ୍‌ରେ ଦେଖିବାକୁ ମିଳିଥିଲା। ତେବେ ୪ ବର୍ଷ ହେଲାଣି ଫିଲ୍ମ ଜଗତରେ କାମ କରୁଥିବା ଶୀତଲ୍‌ଙ୍କୁ ଯେତେବେଳେ ଏକ ସାକ୍ଷାତକାରରେ ପଚରା ଯାଇଥିଲେ ଯେ ଜଣେ ଅଭିନେତ୍ରୀ ପାଖରେ କେଉଁ ଗୁଣ ରହିବା ଦରକାର, ସେ କହିଥିଲେ, ପରିଶ୍ରମର କୌଣସି ବିକଳ୍ପ ନାହିଁ।

ଶୀତଲ୍‌ ଆହୁରି କହିଥିଲେ, ଜଣେ ଅଭିନେତ୍ରୀ ତାଙ୍କ କାମକୁ ଭଲ ପାଇବା ଦରକାର। କାମ ପ୍ରତି ସମର୍ପଣ ଭାବ ରହିବା ଦରକାର। ତା’ସହିତ ଜଣେ ଭଲ ଅଭିନେତ୍ରୀ ହେବା ପାଇଁ ପ୍ରଥମେ ଜଣେ ଭଲ ମଣିଷ ହେବା ଦରକାର।

ସେ କହିଥିଲେ, କେବଳ କଳାକାର କାହିଁକି, ଜଣେ ବ୍ୟକ୍ତି ଯେକୌଣସି ପେସାରେ ଥା’ନ୍ତୁ ନା କାହିଁକି ପ୍ରଥମେ ସେ ଜଣେ ଭଲ ମଣିଷ ହେବା ଆବଶ୍ୟକ।

ସୂଚନାଯୋଗ୍ୟ, ‘ସୁନା ପିଲା- ଟିକେ ସ୍କୃ ଢିଲା’, ‘ଦିଲ୍ଲ ଦିୱାନା’, ‘ତୁ ଯେ ସେଇ’, ‘ପ୍ରେମରେ ପ୍ରମରେ’ ଓ ‘ମିଷ୍ଟର ମଜ୍‌ନୁ’ ଆଦି ଫିଲ୍ମରେ ଶୀତଲ୍‌ ଅଭିନୟ କରିଛନ୍ତି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos