Advertisment

ଜଣେ ଅଭିନେତ୍ରୀଙ୍କର କେଉଁ ସବୁ ଗୁଣ ଥିବା ଦରକାର? ଶୀତଲ୍‌ ଦେଲେ ଉତ୍ତର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୫ରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ଭଲ ପାଏ ତତେ ୧୦୦ରୁ ୧୦୦’। ଏଥିରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଶୀତଲ୍‌ ପାତ୍ର। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ବାବୁସାନ୍‌। ଫିଲ୍ମଟି ହିଟ୍‌ ମଧ୍ୟ ହୋଇଥିଲା। ତା’ପରେ ଶୀତଲ୍‌ଙ୍କୁ ଗୋଟେ ପରେ ଗୋଟେ ଫିଲ୍ମରେ ଦେଖିବାକୁ ମିଳିଥିଲା। ନିକଟରେ ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଲ୍ମ ‘ମିଷ୍ଟର ମଜ୍‌ନୁ’ରେ ମଧ୍ୟ ଶୀତଲ୍‌ଙ୍କୁ ଲିଡ୍‌ ରୋଲ୍‌ରେ ଦେଖିବାକୁ ମିଳିଥିଲା। ତେବେ ୪ ବର୍ଷ ହେଲାଣି ଫିଲ୍ମ ଜଗତରେ […]

ଜଣେ ଅଭିନେତ୍ରୀଙ୍କର କେଉଁ ସବୁ ଗୁଣ ଥିବା ଦରକାର? ଶୀତଲ୍‌ ଦେଲେ ଉତ୍ତର

seetal

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୫ରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ଭଲ ପାଏ ତତେ ୧୦୦ରୁ ୧୦୦’। ଏଥିରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଶୀତଲ୍‌ ପାତ୍ର। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ବାବୁସାନ୍‌। ଫିଲ୍ମଟି ହିଟ୍‌ ମଧ୍ୟ ହୋଇଥିଲା। ତା’ପରେ ଶୀତଲ୍‌ଙ୍କୁ ଗୋଟେ ପରେ ଗୋଟେ ଫିଲ୍ମରେ ଦେଖିବାକୁ ମିଳିଥିଲା। ନିକଟରେ ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଲ୍ମ ‘ମିଷ୍ଟର ମଜ୍‌ନୁ’ରେ ମଧ୍ୟ ଶୀତଲ୍‌ଙ୍କୁ ଲିଡ୍‌ ରୋଲ୍‌ରେ ଦେଖିବାକୁ ମିଳିଥିଲା। ତେବେ ୪ ବର୍ଷ ହେଲାଣି ଫିଲ୍ମ ଜଗତରେ କାମ କରୁଥିବା ଶୀତଲ୍‌ଙ୍କୁ ଯେତେବେଳେ ଏକ ସାକ୍ଷାତକାରରେ ପଚରା ଯାଇଥିଲେ ଯେ ଜଣେ ଅଭିନେତ୍ରୀ ପାଖରେ କେଉଁ ଗୁଣ ରହିବା ଦରକାର, ସେ କହିଥିଲେ, ପରିଶ୍ରମର କୌଣସି ବିକଳ୍ପ ନାହିଁ।

Advertisment

ଶୀତଲ୍‌ ଆହୁରି କହିଥିଲେ, ଜଣେ ଅଭିନେତ୍ରୀ ତାଙ୍କ କାମକୁ ଭଲ ପାଇବା ଦରକାର। କାମ ପ୍ରତି ସମର୍ପଣ ଭାବ ରହିବା ଦରକାର। ତା’ସହିତ ଜଣେ ଭଲ ଅଭିନେତ୍ରୀ ହେବା ପାଇଁ ପ୍ରଥମେ ଜଣେ ଭଲ ମଣିଷ ହେବା ଦରକାର।

publive-imageସେ କହିଥିଲେ, କେବଳ କଳାକାର କାହିଁକି, ଜଣେ ବ୍ୟକ୍ତି ଯେକୌଣସି ପେସାରେ ଥା’ନ୍ତୁ ନା କାହିଁକି ପ୍ରଥମେ ସେ ଜଣେ ଭଲ ମଣିଷ ହେବା ଆବଶ୍ୟକ।

Advertisment

ସୂଚନାଯୋଗ୍ୟ, ‘ସୁନା ପିଲା- ଟିକେ ସ୍କୃ ଢିଲା’, ‘ଦିଲ୍ଲ ଦିୱାନା’, ‘ତୁ ଯେ ସେଇ’, ‘ପ୍ରେମରେ ପ୍ରମରେ’ ଓ ‘ମିଷ୍ଟର ମଜ୍‌ନୁ’ ଆଦି ଫିଲ୍ମରେ ଶୀତଲ୍‌ ଅଭିନୟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe