Advertisment

ଅନନ୍ତ ଓ ରାଧିକାଙ୍କ ବାହାଘର: ଇଟାଲୀରେ ଆରମ୍ଭ ହେବ ସ୍ୱିଜରଲ୍ୟାଣ୍ଡରେ ସରିବ

ବାହାଘର ଉତ୍ସବ ଇଟାଲୀରୁ ଆରମ୍ଭ ହେବ। ଏହା ଜୁନ ୧ରେ ସ୍ୱିଜରଲ୍ୟାଣ୍ଡରେ ଶେଷ ହେବ।

author-image
Hemant Lenka
Radhika

Radhika

ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ବାହାଘର କାଉଣ୍ଟଡାଉନ ସେଲିବ୍ରେସନ ମେ’ ୨୯ରୁ ଆରମ୍ଭ ହୋଇ ଜୁନ ୧ ଯାଏ ଚାଲିବ। ବାହାଘର ଉତ୍ସବ ଇଟାଲୀରୁ ଆରମ୍ଭ ହେବ। ଏହା ଜୁନ ୧ରେ ସ୍ୱିଜରଲ୍ୟାଣ୍ଡରେ ଶେଷ ହେବ।

Advertisment

ସେହିପରି ଜୁଲାଇ ୬ରୁ ୧୨ ମଧ୍ୟରେ ମୁମ୍ବାଇରେ ମଧ୍ୟ ବାହାଘର ପାର୍ଟିର ଆୟୋଜନ କରାଯିବ ବୋଲି ଜଣାପଡ଼ିଛି। ବାହାଘର ପୂର୍ବରୁ ଗୁଜରାଟର ଜାମନଗରରେ ପ୍ରି ୱେଡିଂ ଉତ୍ସବ ପାଳନ କରାଯାଇଥିଲା।

ଏଥିରେ ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ତେଣୁ ବାହାଘର କାର୍ଯ୍ୟକ୍ରମ ଏହା ଠାରୁ ଆହୁରି ବଡ଼ ଓ ସ୍ୱତନ୍ତ୍ର ହେବ ବୋଲି ସମସ୍ତେ ଆଶା କରିଛନ୍ତି।

Advertisment

ମିଳିଥିବା ସୂଚନା ଅନୁସାରେ, ବାହାଘର ବେଳେ ପ୍ରାଇଭେସିକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯିବ। କେହି ବି ଫୋନ ବ୍ୟବହାର କରିପାରିବେ ନାହିଁ। ବାହାଘର କାର୍ଯ୍ୟକ୍ରମ ପୂର୍ବରୁ ଅମ୍ବାନୀ ପରିବାର ପକ୍ଷରୁ ଲଣ୍ଡନରେ କ୍ରୁଜ ପାର୍ଟି ଆରମ୍ଭ ହୋଇଛି।

ମେ’ ୧୯ରୁ ଆରମ୍ଭ ହୋଇଥିବା ଏହି ପାର୍ଟି ମେ’ ୨୩ ଯାଏ ଚାଲିବ। ମୁକେଶ ଅମ୍ବାନୀ, ନୀତା ଅମ୍ବାନୀ ଓ ଆକାଶ ଅମ୍ବାନୀଙ୍କ ବ୍ୟତୀତ ପରିବାର ବାକି ସଦସ୍ୟ ଏବେ ଲଣ୍ଡନରେ ରହିଛନ୍ତି।

କ୍ରୁଜ ପାର୍ଟିରେ ମୋଟ ୩୦୦ ଅତିଥିଙ୍କୁ ନମନ୍ତ୍ରଣ କରାଯାଇଛି। ସେହିପରି ଅନନ୍ତ-ରାଧିକାଙ୍କ କ୍ରୁଜ ପାର୍ଟିରେ ଅନେକ ନାମୀଦାମୀ ବଲିଉଡ ସେଲିବ୍ରେଟୀ ମଧ୍ୟ ଉପସ୍ଥିତି ରହିବେ।

Anant Ambani Radhika Marchant