Advertisment

‘ରାଇଜିଂ ଷ୍ଟାର୍‌’ର ଟପ୍‌-୬ରେ ଅନନ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ପୁଣି ଗର୍ବିତ କରିବାକୁ ଯାଇଛନ୍ତି ଓଡ଼ିଆ ଝିଅ ଅନନ୍ୟା। ଇଣ୍ଡିଆନ୍‌ ଆଇଡଲ୍‌ ଜୁନିୟରର ବିଜେତା ହୋଇ ରାଜ୍ୟ ପାଇଁ ଗୌରବ ଆଣିଥିବା କଣ୍ଠଶିଳ୍ପୀ ଅନନ୍ୟା ଆଇ ଏକ ବିଜୟ ଅପେକ୍ଷାରେ। କଲର୍ସ ଟିଭିରେ ପ୍ରସାରିତ ସିଙ୍ଗିଙ୍ଗ ଶୋ’ ‘ରାଇଜିଂ ଷ୍ଟାର୍‌’ର ଶ୍ରେଷ୍ଠ ୬ରେ ସେ ନିଜର ସ୍ଥାନ ବଜାୟ କରିବାରେ ସଫଳ ହୋଇଛନ୍ତି । ଅର୍ଥାତ ଏବେ ‘ରାଇଜିଂ ଷ୍ଟାର୍‌’ର ଟପ୍‌-୬ରେ ଅନନ୍ୟା। କଲର୍ସ ଟିଭିରେ ପ୍ରତି ଶନିବାର ଓ ରବିବାର ରାତି […]

ଅଦ୍ୟତନ ହୋଇଛି
‘ରାଇଜିଂ ଷ୍ଟାର୍‌’ର ଟପ୍‌-୬ରେ ଅନନ୍ୟା

ananya-f

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ପୁଣି ଗର୍ବିତ କରିବାକୁ ଯାଇଛନ୍ତି ଓଡ଼ିଆ ଝିଅ ଅନନ୍ୟା। ଇଣ୍ଡିଆନ୍‌ ଆଇଡଲ୍‌ ଜୁନିୟରର ବିଜେତା ହୋଇ ରାଜ୍ୟ ପାଇଁ ଗୌରବ ଆଣିଥିବା କଣ୍ଠଶିଳ୍ପୀ ଅନନ୍ୟା ଆଇ ଏକ ବିଜୟ ଅପେକ୍ଷାରେ। କଲର୍ସ ଟିଭିରେ ପ୍ରସାରିତ ସିଙ୍ଗିଙ୍ଗ ଶୋ’ ‘ରାଇଜିଂ ଷ୍ଟାର୍‌’ର ଶ୍ରେଷ୍ଠ ୬ରେ ସେ ନିଜର ସ୍ଥାନ ବଜାୟ କରିବାରେ ସଫଳ ହୋଇଛନ୍ତି । ଅର୍ଥାତ ଏବେ ‘ରାଇଜିଂ ଷ୍ଟାର୍‌’ର ଟପ୍‌-୬ରେ ଅନନ୍ୟା।

Advertisment

publive-imageକଲର୍ସ ଟିଭିରେ ପ୍ରତି ଶନିବାର ଓ ରବିବାର ରାତି ୯ଟାରୁ ୧୧ଟାରେ ପ୍ରସାରିତ ହେଉଥିବା ‘ରାଇଜିଂ ଷ୍ଟାର୍’ ଆଉ ୩ଟି ଏପିସୋଡ୍‌ ପରେ ଶେଷ ହୋଇଯିବ। ତେଣୁ ଅନନ୍ୟାଙ୍କୁ ‌ଭୋଟିଂ କରି ଶୀର୍ଷରେ ରଖିବା ପାଇଁ ରାଜ୍ୟବାସୀଙ୍କ ସହଯୋଗ ଲୋଡ଼ିଛନ୍ତି ବିଶିଷ୍ଟ ସଂଗୀତଜ୍ଞ ପ୍ରଫୁଲ୍ଲ କର ଏବଂ ମ୍ୟୁଜିକ୍‌ ସାଇଣ୍ଟିଷ୍ଟ୍‌ ପ୍ରେମ୍‌ ଆନନ୍ଦ। କଲର୍ସରେ ପ୍ରସାରିତ ‘ରାଇଜିଂ ଷ୍ଟାର୍ ସିଜନ୍‌ ୩’ରେ ଅନନ୍ୟା ୬ଜଣଙ୍କ ମଧ୍ୟରେ ରହିଥିଲେ ହେଁ ଓଡ଼ିଶାବାସୀଙ୍କ ଭୋଟ୍‌ ସଂଖ୍ୟା ଯଥେଷ୍ଟ ହେଉନଥିବାରୁ ଅନନ୍ୟା ବିଚାରକଙ୍କ ମନ ଜିଣି ମଧ୍ୟ ଆଗେଇବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି।

publive-imageଆଉ ଗୋଟିଏ ସପ୍ତାହ ପରେ ଫାଇନାଲ୍‌ ରାଉଣ୍ଡ୍‌ ଅନୁଷ୍ଠିତ ହେବ। ତେଣୁ ଓଡ଼ିଶାବାସୀ ଅନନ୍ୟାଙ୍କୁ ଗୋଟିଏ ଲେଖାଏଁ ଭୋଟ୍‌ ଦେଇ ତାଙ୍କୁ ଜିତାଇବାର ସମୟ ଆସିଛି। ଅନନ୍ୟା ନିଜ  ପ୍ରତିଭା ବଳରେ   ଆଜି ଏ ସ୍ତରରେ ପହଞ୍ଚି ପାରିଛନ୍ତି। ଭୋଟ୍‌ ଅଭାବରୁ ତାଙ୍କୁ ହାରିବାକୁ ନ ଛାଡି ବିପୁଳ ଭୋଟ୍‌ ଦେବାକୁ ସେ ନିବେଦନ କରିଛନ୍ତି। ‌ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦ ମଧ୍ୟ ଅନନ୍ୟାଙ୍କୁ ସମର୍ଥନ ଯୋଗାଇଦେବା ପାଇଁ ଅନୁରୋଧ କରିଛନ୍ତି। ଏଥିସହ ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଭୁବନ ମହାନ୍ତି, ଅନନ୍ୟାଙ୍କ ପିତା ପ୍ରସନ୍ନ କୁମାର ନନ୍ଦ, ଭାଇ ସୁରେଶ କୁମାର ନନ୍ଦ, ଡ. ଅକ୍ଷୟ ମିଶ୍ର, କଣ୍ଠଶିଳ୍ପୀ ଶ୍ରୀନିବାସ ରାଓ, ଅନନ୍ୟାଙ୍କ ଗୁରୁ ନୀଳମଣି ଓଝା, ସନ୍ତୋଷ କୁମାର କର ପ୍ରମୁଖ ଅନନ୍ୟାଙ୍କୁ ଭୋଟ୍‌ ଦେବା ପାଇଁ ଅନୁରୋଧ କରିଛନ୍ତି।

Advertisment

କେମିତି କରିବେ ଭୋଟ୍‌

ଅନନ୍ୟାଙ୍କୁ ଭୋଟ୍‌ ଦେବା ପାଇଁ ମୋବାଇଲ୍‌ରେ Voot App ଡାଉନ୍‌ଲୋଡ୍‌ କରନ୍ତୁ। ସେଥିରେ ରାଇଜିଂ ଷ୍ଟାର୍‌କୁ ଯାଇ ଅନନ୍ୟା ଗାଇବା ଆରମ୍ଭ ହେବା ମାତ୍ରେ green swipe କରି ଭୋଟ୍‌ ଦେଇପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe