ଭାଇରାଲ ହେଉଛି ଅନନ୍ୟାଙ୍କ ବୋଲ୍ଡ ଫଟୋ

ମୁମ୍ବାଇ: ବଲିଉଡ ଅଭିନେତା ଚଙ୍କି ପାଣ୍ଡେଙ୍କ ଲାଡଲି ଅନନ୍ୟା ପାଣ୍ଡେ । ମାତ୍ର ୩ଟି ଫିଲ୍ମ କରି ସେ ବି-ଟାଉନରେ ବେଶ ଚର୍ଚ୍ଚିତ । ପ୍ରତିଦନ କିଛି ନା କିଛି ଖବରକୁ ନେଇ ଲାଇମ ଲାଇଟରେ ରୁହନ୍ତି ଅନନ୍ୟା । ସୋଶାଲ ମିଡିଆରେ ମଧ୍ୟ ସେ ବେଶ ଆକ୍ଟିଭ । ତାଙ୍କର ଏକ ବୋଲ୍ଡ ଫଟୋ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ନିଆଁ ଲଗାଇ ଦେଇଛି । ଅନନ୍ୟାଙ୍କ ଏହି ଫଟୋ ସୋଶାଲ ମିଡିଆରେ […]

ananya-3

ananya-3

Madhupriya Mistry
  • Published: Thursday, 31 December 2020
  • Updated: 31 December 2020, 11:03 AM IST

Sports

Latest News

ମୁମ୍ବାଇ: ବଲିଉଡ ଅଭିନେତା ଚଙ୍କି ପାଣ୍ଡେଙ୍କ ଲାଡଲି ଅନନ୍ୟା ପାଣ୍ଡେ । ମାତ୍ର ୩ଟି ଫିଲ୍ମ କରି ସେ ବି-ଟାଉନରେ ବେଶ ଚର୍ଚ୍ଚିତ । ପ୍ରତିଦନ କିଛି ନା କିଛି ଖବରକୁ ନେଇ ଲାଇମ ଲାଇଟରେ ରୁହନ୍ତି ଅନନ୍ୟା । ସୋଶାଲ ମିଡିଆରେ ମଧ୍ୟ ସେ ବେଶ ଆକ୍ଟିଭ । ତାଙ୍କର ଏକ ବୋଲ୍ଡ ଫଟୋ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ନିଆଁ ଲଗାଇ ଦେଇଛି । ଅନନ୍ୟାଙ୍କ ଏହି ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ସହ ଫ୍ୟାନ୍ସମାନଙ୍କୁ ପାଗଳ କରିଦେଇଛି । ଏହି ଫଟୋକୁ ନିଜେ ଅନନ୍ୟା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେଆର କରିଛନ୍ତି ।


ନିକଟରେ ନ୍ୟୁ-ଇଅର ସେଲିବ୍ରେସନ ପାଇଁ ସେ ତାଙ୍କ ପରିବାର ସହ ‘ମଲଦ୍ୱିପ’ ଯାଇଛନ୍ତି । ମଲଦ୍ୱିପରେ ଛୁଟି ମନାଉ ଥିବାର ତାଙ୍କର କିଛି ଫଟୋ ଏବେ ଜୋରସୋରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଅନନ୍ୟାଙ୍କ ବୋଲ୍ଡ ବିକିନି ଲୁକ ଦେଖିବାକୁ ମିଳିଛି । ଗୋଟଏ ଫଟୋରେ ଅନନ୍ୟା ବିକିନି ପିନ୍ଧି ସନ୍ ବାଥ ନେଉଛନ୍ତି ତ ଆଉ ଗୋଟିଏ ଫଟୋରେ ସମୁଦ୍ର କୂଳରେ ଫଟୋ ପାଇଁ ପୋଜ ଦେଉଛନ୍ତି।  ସେହିପରି ଅନ୍ୟ ଏକ ଫଟରେ ସେ ହାତରେ ବର୍ଗର ଧରି ଖାଉଥିବା ନଜର ଆସିଛନ୍ତି । ଏହି ଫଟୋଗୁଡିକୁ ସେଆର କରି ଅନନ୍ୟା ଲେଖିଛନ୍ତି, ‘ପ୍ରକୃତରେ ମୁଁ ଯିଏ, ତାହା ହେବା ପାଇଁ ଚେଷ୍ଟା କରୁଛି ।

ଏହି ଫଟୋକୁ ଏଯାଏଁ ୧୦ ଲକ୍ଷରୁ ଅଧିକ ଲାଇକ ମିଳିସାରିଲାଣି । ଫ୍ୟାନ୍ସମାନେ ମଧ୍ୟ ଅନନ୍ୟାଙ୍କ ବୋଲ୍ଡ ଲୁକକୁ ଦେଖି କମେଣ୍ଟ କରିବାକୁ ଭୁଲୁନାହାନ୍ତି । ତାଙ୍କ ଫଟୋରେ ପ୍ରାୟ ଏକାଧିକ କମେଣ୍ଟ ମିଳିଥିବା ଦେଖୁବାକୁ ମିଳିଛି ।

ସୂଚନା ଯୋଗ୍ୟ ଯେ, ଅନନ୍ୟା ପାଣ୍ଡେ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦ ଇଅର-୨’ରୁ ବଲିଉଡରେ ଡେବ୍ୟୁ କରିଥିଲେ । ଏହାପରେ କାର୍ତ୍ତିକ ଆର୍ଯ୍ୟନ ଏବଂ ଭୂମି ପେଡନେକରଙ୍କ ସହ ‘ପତି ପତ୍ନୀ ଔର ବୋ’ରେ ମଧ୍ୟ ନଜର ଆସିଥିଲେ । ନିକଟରେ ସେ ଅଭିନେତା ଈଶାନ ଖଟ୍ଟରଙ୍କ ସହ ‘ଖାଲି ପିଲି’ ଫିଲ୍ମରେ ମଧ୍ୟ ଲିଡ ରୋଲରେ ଅଭିନୟ କରିଥିଲେ । ଆଗକୁ ସେ ସାଉଥ ଷ୍ଟାର ବିଜୟ ଦେବର କୋଣ୍ଡାଙ୍କ ସହ ମଧ୍ୟ ନଜର ଆସିବେ । ସେହିପରି ଦୀପିକା ପାଦୁକୋନା ଏବଂ ସିଦ୍ଧାନ୍ତ ଚର୍ତୁବେଦୀଙ୍କ ସହ ଏକ ନୂଆ ପ୍ରୋଜେକ୍ଟରେ ମଧ୍ୟ ଏକାଠି ନଜର ଆସିବା ନେଇ ସୂତ୍ରରୁ ଜଣାପଡିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos