Advertisment

ଗୌରବ ଆଣିଲେ ଅନସୂୟା ସେନଗୁପ୍ତା, ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ଜିତିଲେ କାନ୍ସ ବେଷ୍ଟ ଆକ୍ଟ୍ରେସ୍ ଆୱାର୍ଡ

ଅନସୂୟା ସେନଗୁପ୍ତା ପ୍ରଥମ ଅଭିନେତ୍ରୀ ଭାବେ କାନ୍ସ ଫେଷ୍ଟିଭାଲରେ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

Anasuya Sengupta

Anasuya Sengupta

Advertisment

କଳା କ୍ଷେତ୍ରରେ ଭାରତକୁ ଗର୍ବ ଆଣିଛନ୍ତି ଅଭିନେତ୍ରୀ ଅନସୂୟା ସେନଗୁପ୍ତା। ସେ ପ୍ରଥମ ଅଭିନେତ୍ରୀ ଭାବେ କାନ୍ସ ଫେଷ୍ଟିଭାଲରେ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି। କାନ୍ସ ଫିଲ୍ମ ଫେଷ୍ଟିଭାଲର ଅନ୍ ସେଟର୍ନ ରିଗାର୍ଡ ସେଗମେଣ୍ଟରେ ବେଷ୍ଟ ଆକ୍ଟ୍ରେସର ସମ୍ମାନ ପାଇଁ ଇତିହାସ ସୃଷ୍ଟି କରିଛନ୍ତି ଅନସୂୟା।

Advertisment

ବୁଲଗେରିଆ ଚଳଚ୍ଚିତ୍ର ନିର୍ମାତା କନଷ୍ଟାଣ୍ଟିନ ବୋଜାନୋଭଙ୍କ ନିର୍ଦ୍ଦେଶିତ ହିନ୍ଦି ଫିଲ୍ମ 'ସେମଲେସ୍' ପାଇଁ ଅନସୂୟା ଏହି ଆୱାର୍ଡ ପାଇଛନ୍ତି। ଏହି ଚଳଚ୍ଚିତ୍ର ଜଣେ 'ଯୌନକର୍ମୀ' କାହାଣୀ ଉପରେ ଆଧାରିତ। ଦିଲ୍ଲୀର ଜଣେ 'ଯୌନକର୍ମୀ' କିପରି ପୁଲିସକୁ ଛୁରାମାଡ଼ କରି କୋଠାରୁ ପଳାୟନ କରୁଛି ଏବଂ ତାର ପର ଯାତ୍ରା ଉପରେ ପରିବେଶିତ ହୋଇଛି 'ସେମଲେସ୍'।

କାନ୍ସରେ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇବା ପରେ ଅନସୂୟା ଏହି ପୁରସ୍କାରକୁ "ସମଲିଙ୍ଗୀ ସମ୍ପ୍ରଦାୟ ଏବଂ ଏହିପରି ବିଶ୍ୱର ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଉତ୍ସର୍ଗ କରିଛନ୍ତି। ତାଙ୍କ ଭାଷଣରେ ଅନସୂୟା କହିଛନ୍ତି, "ସମାନତା ପାଇଁ ଲଢିବାକୁ ହେଲେ ତୁମକୁ ସମଲିଙ୍ଗୀ ହେବାକୁ ପଡିବ ନାହିଁ, ଉପନିବେଶକରଣ ଦୁଃଖଦାୟକ ବୋଲି ବୁଝିବା ପାଇଁ ତୁମକୁ ଉପନିବେଶ ଅଧୀନରେ ରହିବାର ଆବଶ୍ୟକ ନାହିଁ - ଆମକୁ କେବଳ ଜଣେ ଭଲ ମଣିଷ ହେବାର ଆବଶ୍ୟକତା ରହିଛି।"

Advertisment

ଅନସୂୟା ମୂଳତଃ କୋଲକାତାର ବାସିନ୍ଦା, କିନ୍ତୁ ବର୍ତ୍ତମାନ ଗୋଆରେ ରହୁଛନ୍ତି। ମୁମ୍ବାଇରେ ଏକ ପ୍ରଡକ୍ସନ୍ ଡିଜାଇନର୍ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ନେଟଫ୍ଲିକ୍ସ ଶୋ' 'ମାସବା ମାସବା'ର ସେଟ୍ ଡିଜାଇନିଂରେ ସହଯୋଗ କରିଥିଲେ। 

ବଙ୍ଗୀୟ ନିର୍ଦ୍ଦେଶକ ଅଞ୍ଜନ ଦତ୍ତଙ୍କ 'ରକ୍ ମ୍ୟୁଜିକାଲ୍ ମ୍ୟାଡଲି ବଙ୍ଗାଳି' ଜରିଆରେ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। 2009ରେ ଅନସୂୟା ମୁମ୍ବାଇ ଯାଇଥିଲେ, ଯେଉଁଠାରେ ତାଙ୍କ ଭାଇ ଅଭିଷେକ ସେନଗୁପ୍ତା ଚଳଚ୍ଚିତ୍ରରେ କାମ କରୁଥିଲେ। ତଥାପି ସେ ସିନେମାରେ ସ୍ଥାନ ପାଇନଥିଲେ, ଯାହା ଫଳରେ ଆର୍ଟ ଡିପାର୍ଟମେଣ୍ଟରେ କାମ କରୁଥିଲେ। 

ତେବେ କାନ୍ସ ଫିଲ୍ମ ଫେଷ୍ଟିଭାଲ ଅନ୍ ସେର୍ଟନ୍ ରିଗାର୍ଡ ପ୍ରାଇଜ୍ ଚାଇନାର ଚଳଚ୍ଚିତ୍ର ନିର୍ମାତା ହୁ ଗୁଆନଙ୍କ ନିର୍ଦ୍ଦେଶିତ 'ବ୍ଲାକ୍ ଡଗ୍'କୁ ପ୍ରଦାନ କରାଯାଇ ଥିବାବେଳେ ବୋରିସ୍ ଲୋଜକିନଙ୍କ ଦି ଷ୍ଟୋରୀ ଅଫ୍ ସୋଲେମାନ'କୁ ଜୁରି ପୁରସ୍କାର ପ୍ରଦାନ କରାଯାଇଛି।

Best Indian Actress Cannes Best Actress Cannes Film Festival Cannes Anasuya Sengupta
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe