Advertisment

'ଅଂରେଜି ମିଡିୟମ୍' ଉପରେ ପଡ଼ିଲା କରୋନା ପ୍ରଭାବ

ମୁମ୍ବାଇ: ଇର୍‌ଫାନ୍‌ ଖାନ୍‌ଙ୍କ ଫିଲ୍ମ ‘ଅଂରେଜି ମିଡିୟମ୍‌’ ରିଲିଜ୍‌ ହୋଇଯାଇଛି। ହେଲେ ବକ୍ସ ଅଫିସ୍‌ରେ ଏହାର ପ୍ରଦର୍ଶନ ପୂରା ଧିମା ରହିଛି। କରୋନା ଭାଇରସ୍‌ର ଆତଙ୍କ ଦେଶରେ ଏତେ ବଢ଼ିଯାଇଛି ଯେ, ଫିଲ୍ମ ହଲ୍‌ ଗୁଡ଼ିକ ଫାଙ୍କା ରହିଛି। ସୂଚନା ଅନୁଯାୟୀ, ଫିଲ୍ମଟି ପ୍ରଥମ ଦିନରେ ପାଖାପାଖି ୩.୫୦ କୋଟି ଟଙ୍କା ଆୟ କରିଛି। https://www.instagram.com/p/B9lnX90FjQw/?utm_source=ig_web_copy_link କରୋନା ଭାଇରସ୍‌ ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କିଛି ରାଜ୍ୟରେ ସିନେମା ହଲ୍‌ ଗୁଡ଼ିକୁ ବନ୍ଦ କରିଦିଆଯାଇଛି। […]

author-image
Chinmayee Roy
ପୁଣି ରିଲିଜ୍‌ ହେବ 'ଅଂରେଜୀ ମିଡିୟମ୍'

irfan

ମୁମ୍ବାଇ: ଇର୍‌ଫାନ୍‌ ଖାନ୍‌ଙ୍କ ଫିଲ୍ମ ‘ଅଂରେଜି ମିଡିୟମ୍‌’ ରିଲିଜ୍‌ ହୋଇଯାଇଛି। ହେଲେ ବକ୍ସ ଅଫିସ୍‌ରେ ଏହାର ପ୍ରଦର୍ଶନ ପୂରା ଧିମା ରହିଛି। କରୋନା ଭାଇରସ୍‌ର ଆତଙ୍କ ଦେଶରେ ଏତେ ବଢ଼ିଯାଇଛି ଯେ, ଫିଲ୍ମ ହଲ୍‌ ଗୁଡ଼ିକ ଫାଙ୍କା ରହିଛି। ସୂଚନା ଅନୁଯାୟୀ, ଫିଲ୍ମଟି ପ୍ରଥମ ଦିନରେ ପାଖାପାଖି ୩.୫୦ କୋଟି ଟଙ୍କା ଆୟ କରିଛି।

Advertisment

https://www.instagram.com/p/B9lnX90FjQw/?utm_source=ig_web_copy_link

କରୋନା ଭାଇରସ୍‌ ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କିଛି ରାଜ୍ୟରେ ସିନେମା ହଲ୍‌ ଗୁଡ଼ିକୁ ବନ୍ଦ କରିଦିଆଯାଇଛି। ଓଡ଼ିଶା ଓ ଦିଲ୍ଲୀରେ ମାର୍ଚ୍ଚ ୩୧ ତାରିଖ ଯାଏ ଫିଲ୍ମ ହଲ୍‌ଗୁଡ଼ିକ ବନ୍ଦ କରିବା ପାଇଁ ସଂପୃକ୍ତ ସରକାର ମାନେ ନିର୍ଦ୍ଦେଶ ଦେଇଛନ୍ତି। ଆଉ ଏହା ପ୍ରଭାବ ଏହି ଫିଲ୍ମର କଲେକ୍ଶନ୍‌ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି। ଏଥିପାଇଁ ନିର୍ମାତାଙ୍କୁ ବଡ଼ କ୍ଷତି ସହିବାକୁ ହେବ। କେହି କେହି ରିଲିଜ୍ ସମୟ ଘୁଞ୍ଚାଇ ଦେଇଥିଲେ ଭଲ ହୋଇଥା’ନ୍ତା ବୋଲି କହୁଛନ୍ତି।

ଫିଲ୍ମଟି ଅଭିନେତା ଇରଫାନ୍‌ଙ୍କ ପାଇଁ ବେଶ୍ ଖାସ୍‌ ରହିଛି। କେବଳ ତାଙ୍କ ପାଇଁ ନୁହେଁ, ତାଙ୍କ ଫ୍ୟାନ୍‌ମାଙ୍କ ପାଇଁ ବି ଏହା ବେଶ୍  ଖାସ୍‌।  କାରଣ ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମର କ୍ୟାନ୍‌ସରରେ ପୀଡ଼ିତ ହେବା ପରେ ଏହି ଫିଲ୍ମ ଜରିଆରେ ଇରଫାନ୍ ପରଦାକୁ କମ୍‌ବ୍ୟାକ୍‌ କରିଛନ୍ତି।

Advertisment

https://www.instagram.com/p/BbBhSMsnhfe/?utm_source=ig_web_copy_link

ସୂଚନାଯୋଗ୍ୟ, ଏହି ଫିଲ୍ମଟି ୨୦୧୭ରେ ଆସିଥିବା ଫିଲ୍ମ ‘ହିନ୍ଦୀ ମିଡିୟମ୍’ର ସିକ୍ୱେଲ୍। ଏଥିରେ ମୁଖ୍ୟ ଭୂମିକାରେ ଇର୍‌ଫାନ୍‌ ଖାନ୍‌, ରାଧିକା ମଦନ ଓ କରୀନା କପୁର ଖାନ୍‌ ଅଭିନୟ କରିଛନ୍ତି। ଫିଲ୍ମଟିକୁ ଦିନେଶ ବିଜନ ପ୍ରଯୋଜନା କରିଥିବାବେଳେ ହୋମି ଅଦାଜାନିଆ ନିର୍ଦ୍ଦେଶନା ଦେଇଛନ୍ତି।