ମୁମ୍ବାଇ: କରୋନା ଯୋଗୁ କେରଳ, ଦିଲ୍ଲୀ, ଓଡ଼ିଶା, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଜମ୍ମୁ କଶ୍ମୀର ଭଳି କିଛି ରାଜ୍ୟରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସିନେମା ହଲ୍ ଗୁଡ଼ିକୁ ବନ୍ଦ କରିଦିଆଯାଇଛି। ଫଳରେ ଗତ ଶୁକ୍ରବାର ରିଲିଜ୍ ହୋଇଥବା ଇର୍ଫାନ୍ ଖାନ୍ଙ୍କ ଫିଲ୍ମ ‘ଅଂରେଜୀ ମିଡିୟମ୍’ର ବ୍ୟବସାୟ ଉପରେ ଏହାର ବଡ଼ ପ୍ରଭାବ ପଡ଼ିଛି।
https://www.instagram.com/p/B9bwCJvlcDp/?utm_source=ig_web_copy_link
ସୂଚନା ଅନୁଯାୟୀ, ଫିଲ୍ମଟି ପ୍ରଥମ ଦିନରେ ମାତ୍ର ୩.୫୦ କୋଟି ଆୟ କରିଛି। ହଲ୍ଗୁଡ଼ିକ ବନ୍ଦ ଥିବାରୁ ଏହାର ଆୟ ବଢ଼ିବାର କୌଣସି ସମ୍ଭାବନା ନାହିଁ। ଫଳରେ ନିର୍ମାତାଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିପାରେ। ତେଣୁ ନିର୍ଦ୍ଦେଶକ ହୋମି ଅଦାଜାନିଆ ସୋଶାଲ୍ ମିଡିଆରେ ଘୋଷଣା କରିଛନ୍ତି ଯେ କରୋନା ଭାଆଇରସ୍ର ପ୍ରଭାବ ଦେଶରେ ଟିକେ କମିଗଲେ ବା ପରିସ୍ଥିତି ସୁଧୁରିଗଲେ ଏହି ଫିଲ୍ମକୁ ପୁଣିଥରେ ରିଲିଜ୍ କରାଯିବ।
https://www.instagram.com/p/BbBhSMsnhfe/?utm_source=ig_web_copy_link
ସୂଚନାଯୋଗ୍ୟ, କେବଳ ‘ଅଂରେଜୀ ମିଡିୟମ୍’ ନୁହେଁ ବଲିଉଡ୍ର ଆହୁରି ବହୁ ଫିଲ୍ମ ଉପରେ ମଧ୍ୟ ହାମାରୀ କରୋନାର ପ୍ରଭାବ ଦେଖିବାକୁ ମିଳିଛି। ‘ସୂର୍ଯ୍ୟବଂଶୀ’, ‘83’, ‘ସରଦାର୍ ଉଧମ୍ ସିଂହ’, ‘ସନ୍ଦୀପ ଔର୍ ପିଙ୍କି ଫରାର୍’ ବଳି କିଛି ଫିଲ୍ମର ରିଲିଜ୍ ଡେଟ୍କୁ ଘୁଞ୍ଚାଇ ଦିଆଯାଇଛି। ଅନ୍ୟପଟେ ‘ତଖ୍ତ’, ‘ବ୍ରହ୍ମାସ୍ତ୍ର’ ଓ ‘ଜର୍ସି’ ପରି ବଡ଼ ବଜେଟ୍ ଫିଲ୍ମର ଶୁଟିଂକୁ ସ୍ଥଗିତ ରଖାଯାଇଛି।
https://youtu.be/rzlfeocUVhI