Advertisment

୬୩ ବର୍ଷରେ ବି ଏକଦମ୍‌ ଫିଟ୍‌: ଜାଣନ୍ତୁ ଏହାର ରହସ୍ୟ

ମୁମ୍ବାଇ: ଅନୀଲ କପୁର୍‌। ଫିଲ୍ମ ଇଣ୍ଡଷ୍ଟ୍ରିର ଏଭର୍‌ ଚାର୍ମିଂ ଷ୍ଟାର୍‌। ଅର୍ଥାତ୍ ଯେବେ ଦେଖିଲେ ବି ସେମିତି ଯୁବ ସୁଲଭ ଦେଖାଯାଉଛନ୍ତି। ତାଙ୍କୁ ୬୩ ବର୍ଷ ହେଲାଣି। ଆଜି ସେ ୬୩ ବର୍ଷରେ ପାଦ ଥାପିଛନ୍ତି। କିନ୍ତୁ ଏବେ ବି ତାଙ୍କ ଫିଟ୍‌ନେସ୍‌ ଓ ଲୁକ୍‌ ୨୬ ବର୍ଷୀୟ ଅଭିନେତାଙ୍କ ପରି ରହିଛି। ବଲିଉଡ୍‌ରେ ଯଦି ସବୁଠୁ ଫିଟ୍‌ ଆକ୍ଟରଙ୍କ ତାଲିକା ପ୍ରସ୍ତୁତ କରାଯିବ, ତା’ହେଲେ ସେଥିରେ ଅନୀଲ କପୁର୍‌ ରହିବେ। ୧୯୭୯ରେ ସେ ବଲିଉଡ୍‌ରେ ଡେବ୍ୟୁ […]

author-image
Chinmayee Roy
୬୩ ବର୍ଷରେ ବି ଏକଦମ୍‌ ଫିଟ୍‌: ଜାଣନ୍ତୁ ଏହାର ରହସ୍ୟ

anil-kapoor

ମୁମ୍ବାଇ: ଅନୀଲ କପୁର୍‌। ଫିଲ୍ମ ଇଣ୍ଡଷ୍ଟ୍ରିର ଏଭର୍‌ ଚାର୍ମିଂ ଷ୍ଟାର୍‌। ଅର୍ଥାତ୍ ଯେବେ ଦେଖିଲେ ବି ସେମିତି ଯୁବ ସୁଲଭ ଦେଖାଯାଉଛନ୍ତି। ତାଙ୍କୁ ୬୩ ବର୍ଷ ହେଲାଣି। ଆଜି ସେ ୬୩ ବର୍ଷରେ ପାଦ ଥାପିଛନ୍ତି। କିନ୍ତୁ ଏବେ ବି ତାଙ୍କ ଫିଟ୍‌ନେସ୍‌ ଓ ଲୁକ୍‌ ୨୬ ବର୍ଷୀୟ ଅଭିନେତାଙ୍କ ପରି ରହିଛି। ବଲିଉଡ୍‌ରେ ଯଦି ସବୁଠୁ ଫିଟ୍‌ ଆକ୍ଟରଙ୍କ ତାଲିକା ପ୍ରସ୍ତୁତ କରାଯିବ, ତା’ହେଲେ ସେଥିରେ ଅନୀଲ କପୁର୍‌ ରହିବେ। ୧୯୭୯ରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଆଉ ଏ ବର୍ଷ ସେ ବଲିଉଡ୍‌ରେ ୪୦ ବର୍ଷ ପୂରଣ କରିଛନ୍ତି। ହେଲେ ତାଙ୍କ ବଡ଼ି ଓ ଲୁକ୍‌ ଏବେ ବି ଏପରି ଅଛି ଯେ ସେ ଯେକୌଣସି ଫିଲ୍ମରେ ଲିଡ୍‌ ରୋଲ୍‌ରେ ଅଭିନୟ କରିପାରିବେ। ଆଜି ଆମେ ଜାଣିବା ତାଙ୍କ ଫିଟ୍‌ନେସ୍‌ର ରାଜ୍‌ ସଂପର୍କରେ।

Advertisment

https://www.instagram.com/p/B5zog_6hOOA/?utm_source=ig_web_copy_link

ଫିଟ୍‌ ରହିବା ପାଇଁ ଅନୀଲ ବହୁତ ପରିଶ୍ରମ କରନ୍ତି। ସେ ସବୁ ବେଳେ ସୁସ୍ଥ ଡାଏଟ୍‌କୁ ଫଲୋ କରନ୍ତି। ସେ ଆଦୌ ଅନ୍‌ ହେଲ୍‌ଦି ଖାଇବା ଖା’ନ୍ତି ନାହିଁ। ଏହା ବ୍ୟତୀତ ସେ ସପ୍ତାହରେ ୬ ଦିନ ବ୍ୟାୟାମ କରନ୍ତି। ଏହା ତାଙ୍କ ଡେଲି ରୁଟିନ୍‌ରୁ କେବେ ବି ମିସ୍‌ ହୁଏ ନାହିଁ। କେବଳ ଏତିକି ନୁହେଁ, ସେ ଶୁଟିଂ ଲୋକେଶନ୍‌ରେ ମଧ୍ୟ ସାଇକେଲିଂ କରିଥା’ନ୍ତି। ସବୁଆଡ଼ୁ ଦେଖିଲେ ଅନୀଲ ନିଜ ସ୍ୱାସ୍ଥ୍ୟ ପ୍ରତି ବେଶ୍‌ ଯତ୍ନବାନ। ସେଥିପାଇଁ ତ ନିଜ ପିଢ଼ିର ଅଭିନେତାଙ୍କ ମଧ୍ୟରୁ ସେ ଏବେ ବି ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ୍ ସକ୍ରିୟ ଅଛନ୍ତି।

https://www.instagram.com/p/BjpWqXtgBnl/?utm_source=ig_web_copy_link

ଆଜିର ଫିଲ୍ମ ଇଣ୍ଡଷ୍ଟ୍ରିରେ ଯେଉଁଠି  ବରୁଣ ଧୱନ୍, ଟାଇଗର ଶ୍ରଫ୍, ଭିକି କୌଶଲ୍ ଓ ହ୍ରିତିକ୍‌ ରୋଶନ୍‌ଙ୍କ ପରି ଷ୍ଟାର୍ ଷ୍ଟଣ୍ଟ, ଆକ୍ସନ୍‌ ଓ ଡ୍ୟାନ୍ସ କରି ଦର୍ଶକଙ୍କ ମନ ଜିତୁଛନ୍ତି ସେଇଠି ଅନୀଲ କପୁର ମଧ୍ୟ ଆକ୍ସନ୍‌ ସିନ୍‌ ଓ ଜବରଦସ୍ତ ଡ୍ୟାନ୍ସ ନମ୍ବର କରି ଦର୍ଶକଙ୍କୁ ଆକର୍ଷିତ କରୁଛନ୍ତି। କାମ ମାମଲାରେ ଆଜି ବି ଅନୀଲ କପୁର, ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାର୍‌ ସମସ୍ତଙ୍କୁ ମାତ୍‌ ଦେଉଛନ୍ତି।
https://www.instagram.com/p/B4t8bfTh_RQ/?utm_source=ig_web_copy_link

Advertisment

publive-imageସୂଚନାଯୋଗ୍ୟ, ଆଗକୁ ଅନୀଲଙ୍କର ଦୁଇଟି ଫିଲ୍ମ ଆସୁଛି। ଫେବୃଆରୀ ୧୪ରେ ତାଙ୍କ ଫିଲ୍ମ ‘ମଲଙ୍ଗ’ ପରଦାକୁ ଆସିବ। ଏଥିରେ ତାଙ୍କ ସହ ଆଦିତ୍ୟ ରୟ କପୁର, ଦିଶା ପଟାନି ଓ କୁନାଲ୍‌ ଖେମୁ ଅଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ମୋହିତ୍‌ ସୁରୀ ନିର୍ଦ୍ଦେଶନା ଦେଇଛନ୍ତି। କିଛି ଦିନ ତଳେ ଏହାର ଏକ ପୋଷ୍ଟର ଆସିଥିଲା। ଏଥିରେ ଅନୀଲ ଏତେ ୟଙ୍ଗ୍‌ ଦେଖାଯାଉଛନ୍ତି ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହା ବ୍ୟତୀତ ଅନୀଲ୍‌ ଫିଲ୍ମ ‘ମୁମ୍ବାଇ ସାଗା’ରେ ମଧ୍ୟ ନଜର ଆସିବେ।